fbpx

ବଡ଼ ଖବର: ରାଜ୍ୟରେ ଆଜି ସର୍ବାଧିକ ୫୬୧ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୩ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ସର୍ବାଧିକ ଆଉ ୫୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଓଡ଼ିଶାରୁ ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୨୫ସଙ୍ଗରୋଧ କେନ୍ଦ୍ରରୁ ଓ ୧୩୬ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି । ଗଞ୍ଜାମରୁ ୨୮୩, କଟକରୁ ୮୧, ବରଗଡ଼ରୁ ୨୧, ବଲାଙ୍ଗୀରରୁ ୧୯, ରାୟଗଡ଼ାରୁ ୭୬, ଖୋର୍ଦ୍ଧାରୁ ୨୬, ବଲାଙ୍ଗୀରରୁ ୧୯,ମୟୁରଭଞ୍ଜରୁ ୧୦, ସମ୍ବଲପୁରରୁ ୮, କେନ୍ଦୁଝରରୁ ୬, ଜଗତସିଂହପୁରରୁ ୬, କଳାହାଣ୍ଡିରୁ ୫, କୋରାପୁଟରୁ ୪, ଯାଜପୁରରୁ ୩, ଢ଼େଙ୍କାନାଳରୁ ୩, ସୁନ୍ଦରଗଡ଼ରୁ ୩, ଝାରସୁଗୁଡ଼ାରୁ ୨, କେନ୍ଦ୍ରାପଡ଼ାରୁ ୨, ପୁରୀ ଓ ଭଦ୍ରକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଜଣେ ଏନଡ଼ିଆରଏଫ ଯବାନ ମଧ୍ୟ କରୋନରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.