fbpx

BIG BREAKING: ବିଜେପିରେ ସାମିଲ ହେଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ୱର: ବିଜେପିରେ ସାମିଲ ହେଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଦଳରେ ମିଶିଛନ୍ତି । ଗତ ଶନିବାର ଦିନ ଅନୁଭବ ମହାନ୍ତି ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜୁ ଜନତା ଦଳରୁ ଇସ୍ତଫା ଦେଇ ସାରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଏହାପରେ ଆଜି ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ସେ ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀରେ ପହଞ୍ଚି ଅନୁଭବ ବିଧିବଦ୍ଧ ଭାବରେ ପଦ୍ମ ଧରିଲେ । ଅରିନ୍ଦମ, ସିଦ୍ଧାନ୍ତ ଏବଂ ଆକାଶଙ୍କ ପରେ ଓଲିଉଡର ସୁପରଷ୍ଟାର ଅନୁଭବ ମଧ୍ୟ ବିଜେପିରେ ମିଶିଛନ୍ତି।

ବିଜେପିରେ ମିଶିବା ପରେ ଅନୁଭବ ମହାନ୍ତି ମନ୍ତବ୍ୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ମୋଦୀଙ୍କ ନେତୃତ୍ୱରେ ମୁଁ ପ୍ରଭାବିତ ହୋଇଥିଲି । ବହୁତ ଐତିହାସିକ ବିଲ ପାସ ହେବାର ମଧ୍ୟ ଦେଖିଥିଲି ଏବଂ ସେହି ମୁହୂର୍ତ୍ତରେ ଗର୍ବ ଅନୁଭବ କରିଥିଲି ବୋଲି କହିଛନ୍ତି କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତି । ସେ ଅହୁରି କହିଛନ୍ତି, ଭଲ କାମ କଲେ ଭଲ ଫଳ ଦେବେ ଭଗବାନ । ଏଥିସହ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମଧ୍ୟ ପ୍ରଶଂସା କରିଛନ୍ତି । ଏ ନେଇ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କାମ କରି ମଧ୍ୟ ଗର୍ବିତ । ତେବେ ବର୍ତ୍ତମାନ ବିଜେପି ତାଙ୍କୁ କେଉଁଠାରୁ ଟିକେଟ ଦେବ ସେନେଇ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.