fbpx

କାହିଁକି ନିଲାମ କଲେ ପ୍ରଥମ ଫିଲ୍ମ ଫେୟାର ଆୱାର୍ଡ଼, ଖୁଲାସା କରିଲେ ବିଜୟ ଦେବରାକୋଣ୍ଡା

ମୁମ୍ବାଇ: ସାଉଥ୍ ଷ୍ଟାର ବିଜୟ ଦେବରାକୋଣ୍ଡା ୨୦୧୭ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ ମାଧ୍ୟମରେ ରାତାରାତି ଷ୍ଟାର ପାଲଟିଯାଇଥିଲେ । ସନ୍ଦୀପ ରେଡ୍ଡୀ ୱାଙ୍ଗାଙ୍କ ନିର୍ଦ୍ଦେଶିତ ଏହି ବିବାଦୀୟ ଏବଂ ବହୁ ଚର୍ଚ୍ଚିତ ଫିଲ୍ମରେ ବିଜୟଙ୍କ ଚରିତ୍ରକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ଏହି ଫିଲ୍ମ ପାଇଁ ବିଜୟଙ୍କୁ ଆକ୍ଟିଂ କ୍ୟାରିୟରରେ ପ୍ରଥମ ଥର ଶ୍ରେଷ୍ଠ ଅଭିନେତା ପାଇଁ ଫିଲ୍ମ ଫେୟାର ଆୱାର୍ଡ଼ ମିଳିଥିଲା । କିନ୍ତୁ ୨୦୧୮ ମସିହାରେ ସେ ତାଙ୍କର ଏହି ଟ୍ରଫିକୁ ନିଲାମ କରିଥିଲେ । ବର୍ତ୍ତମାନ ଏହା ପଛର କାରଣ ବିଷୟରେ ଖୁଲାସା କରିଛନ୍ତି ବିଜୟ ।

ଏକ ସାକ୍ଷାତକାରରେ ବିଜୟ କହିଥିଲେ ଯେ ସେ ଏପରି ବ୍ୟକ୍ତି ନୁହଁନ୍ତି ଯିଏ ଫଟୋ ଏବଂ ଆୱାର୍ଡ଼ ସଂଗ୍ରହ କରି ରଖିବ । ନିକଟରେ ମାତା ପିତାଙ୍କ ପୁରୁଣା ଫଟୋ ଦେଖିବା ପରେ ତାଙ୍କ ପିଲାଙ୍କ ସହ ସ୍ମୃତି ସାଉଁଟିବା ପାଇଁ ମନ ବଳାଇଛନ୍ତି । ବିଗତ ୬ ମାସରୁ ସେ କେବଳ ବର୍ତ୍ତମାନରେ ଜୀଇଁବା ଉପରେ ଧ୍ୟାନ କେନ୍ଦ୍ରିତ କରୁଛନ୍ତି । ଏଭଳି କରିବା ପାଇଁ ସେ ଅନ୍ୟମାନଙ୍କୁ ମଧ୍ୟ କହିଛନ୍ତି । ଏହା ପୂର୍ବରୁ ସେ ତାଙ୍କ ଫୋନ୍ ଗୋଟିଏ ବର୍ଷ ପାଇଁ ସମ୍ପୂର୍ଣ୍ଣ ଖାଲି କରିଦେଉଥିବା ମଧ୍ୟ ପ୍ରକାଶ କରିଛନ୍ତି । ତାଙ୍କ ସାର୍ଟିଫିକେଟ୍ ବିଷୟରେ ପଚାରିବାରୁ ସେ କହିଥିଲେ, ‘କିଛି ମୋ ଅଫିସରେ ଅଛି ଏବଂ କିଛି ଘରେ ମା’ଙ୍କ ପାଖରେ । ମୋତେ ବି ଜଣା ନାହିଁ କେଉଁଟା ମୋର ଆଉ କେଉଁଟା ମୋ ସାନ ଭାଇର । କିଛି ସେ ସନ୍ଦୀପ ରେଡ୍ଡୀଙ୍କୁ ଦେଇଛନ୍ତି । ଏହା ପରେ ସେ ତାଙ୍କ ପ୍ରଥମ ‘ଶ୍ରେଷ୍ଠ ଅଭିନେତା’ ଫିଲ୍ମ ଫେୟାର ଆୱାର୍ଡ଼କୁ ୨୫ ଲକ୍ଷ ଟଙ୍କାରେ ନିଲାମ କରିବା କଥା କହିଥିଲେ । ଏହି ନିଲାମୀରୁ ତାଙ୍କୁ ଉତ୍ତମ ଅର୍ଥ ମିଳିଥିଲା । ଏହା ତାଙ୍କ ପାଇଁ ଘରେ ରଖାଥିବା ପଥର ଖଣ୍ଡ ଠାରୁ ଉତ୍ତମ ସ୍ମୃତି ।’
ବର୍ତ୍ତମାନ ବିଜୟ ଦେବରାକୋଣ୍ଡା ନିଜ ନୂତନ ପ୍ରୋଜେକ୍ଟ ପାଇଁ ବ୍ୟସ୍ତ ଅଛନ୍ତି । ଖୁବ ଶୀଘ୍ର ସେ ନିର୍ଦ୍ଦେଶକ ପର୍ଶୁରାମ ପେଟଲାଙ୍କ ଫିଲ୍ମ ‘ଫ୍ୟାମିଲି ଷ୍ଟାର’ରେ ନଜର ଆସିବେ । ଏହି ଫିଲ୍ମ ଏପ୍ରିଲ ୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

Get real time updates directly on you device, subscribe now.