fbpx

କାମ କରୁନି UPI Service: SBI ଆକାଉଣ୍ଟରୁ ଅନଲାଇନରେ ଟଙ୍କା ପଠାଇବା ହେଲା ମୁସ୍କିଲ

ଓଡ଼ିଶା ଭାସ୍କର: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କୋଟି କୋଟି ଗ୍ରାହକଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି ୟୁପିଆଇ ପେମେଣ୍ଟ । ଷ୍ଟେଟ ବ୍ୟାଙ୍କର ବିଭିନ୍ନ ଡିଜିଟାଲ ସେବା ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାହକ । ଯାହା ଫଳରେ ବ୍ୟାଙ୍କର କୋଟି କୋଟି ଗ୍ରାହକ ଅନଲାଇନ ଟ୍ରାଞ୍ଜାକ୍ସନ କରି ପାରୁନାହାନ୍ତି । ଏ ନେଇ ବ୍ୟାଙ୍କ ତରଫରୁ ନିଜ ୱେବସାଇଟରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ୟୁପିଆଇ ସିଷ୍ଟମରେ ସାମାନ୍ୟ ସମସ୍ୟା ଦେଖା ଦେଇଥିବାରୁ ଟ୍ରାଞ୍ଜାକ୍ସନରେ ଅସୁବିଧା ହେବ । ଡିଜିଟାଲ ସେବା ମାଧ୍ୟମରେ କୌଣସି ପେମେଣ୍ଟ କରିବାରେ ସମସ୍ୟା ଦେଖା ଦେଇପାରେ ବୋଲି ଷ୍ଟେଟ ବ୍ୟାଙ୍କ ତରପରୁ ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

Get real time updates directly on you device, subscribe now.