fbpx
BSKY SKY
BSKY SKY

Big Breaking: ଏଣିକି ରାଜପଥରେ ଭାରୀଯାନ ଚାଳକଙ୍କୁ ରାତିରେ ମିଳିବ ମାଗଣା ଚା

BSKY

ଭୁବନେଶ୍ୱର: ରାତିରେ ବସ ଟ୍ରକ ଏବଂ ଅନ୍ୟାନ୍ୟ ଭାରୀଯାନ ଚଳାଉଥିବା ଚାଳକମାନଙ୍କ ଆସିଛି ଖୁସିଖବର । ଏଣିକି ଏନ.ଏଚରେ ରାତି ଢାବାରେ ଡ୍ରାଇଭରମାନଙ୍କୁ ମିଳିବ ମାଗଣା ଚା । ଭାରୀଯାନ ଚଳାଉଥିବା ଡ୍ରାଇଭରମାନେ ଏହି ମାଗଣା ଚା ପାଇପାରିବେ ବୋଲି ସୂଚନା ମିଳିଛି । ତେବେ ଏ ନେଇ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି ।

ଗଣାମାଧ୍ୟମକୁ ଏ ନେଇ ବିବୃତି ଦେଇ ମନ୍ତ୍ରୀ କହିଛନ୍ତି ଯେ- “ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାଗଣା ଚା ଚାଳକମାନଙ୍କୁ ଯୋଗାଇ ଦିଆଯିବ । ରାସ୍ତାକନରେ ଥିବା ହୋଟେଲ କିମ୍ବା ଢାବାରେ ସେମାନେ ବିଶ୍ରାମ ନେବା ସହ ମାଗଣାରେ ଚା ପିଇପାରିବେ ।’ ଏହା ସହିତ ପ୍ରତି ରାଜ୍ୟର ଜିଲ୍ଲାପାଳ ଏହି ହୋଟେଲକୁ ଚିହ୍ନଟ କରିବାକୁ ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହା ଦ୍ୱାରା ଡ୍ରାଇଭରଙ୍କ ନିଦ ସମସ୍ୟାକୁ ଏଡ଼ାଯାଇ ପାରିବ ବୋଲି ସେ କହିଛନ୍ତି । ଯାହା ଦ୍ୱାରା ଦୁର୍ଘଟରାର ଆଶଙ୍କାକୁ ମଧ୍ୟ ଅନେକାଂଶରେ ଏଡ଼ାଯାଇପାରିବ ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.