fbpx

BIG BREAKING…ଅଲକାଏଦା ନେତା ବାତ୍ରାଫିର ମୃତ୍ୟୁ ଖବର; ୫ନିୟୁତ ଡଲାର ପୁରସ୍କାର ଘୋଷଣା କରିଥିଲା ଆମେରିକା

ନୂଆଦିଲ୍ଲୀ: ଅଲ୍ କାଏଦାର ୟେମେନ ଶାଖା ଏହାର ନେତା ଖାଲିଦ ବତାରଫିର ମୃତ୍ୟୁ ଖବର ଦେଇଛି। ତେବେ କେଉଁ ପରିସ୍ଥିତିରେ ବତାରଫିର ମୃତ୍ୟୁ ଘଟିଛି ସେ ନେଇ କୌଣସି ସୂଚନା ଦିଆଯାଇନାହିଁ। ଅଲ୍ କାଏଦା ଇନ୍ ଦି ଆରବ ଉପଦ୍ୱୀପ (ଏକ୍ୟୁଏପି)ର ଏକ ଭିଡିଓରେ ବତାରଫିର ମୃତଦେହକୁ କଫନରେ ଗୁଡ଼ାଇ ରଖାଯାଇଥିବା ଦେଖିବାକୁ ମିଳିଛି। ବତାରଫିର ମୃତ ଦେହରେ ସଂଗଠନର ବ୍ୟାନର ଲଗାଯାଇଛି। ତେବେ କେମିତି ତାଙ୍କର ମୃତ୍ୟୁ ଘଟିଲା ସେ ନେଇ ସଂଗଠନ ସହ ଜଡ଼ିତ ଜଣେ ବରିଷ୍ଠ ସଦସ୍ୟ କିଛି କହିନାହାନ୍ତି। କିନ୍ତୁ ସେ ଏପରି କୁହାଯାଉଛି ଯେ ତାଙ୍କୁ ତାଙ୍କ ପୂର୍ବ ନେତାଙ୍କ ପରି ହତ୍ୟା କରାଯାଇ ନାହିଁ ।

ବତାରଫିର ବୟସ ୪୦ ବର୍ଷ ଏବଂ ସେ ସାଉଦି ଆରବର ନାଗରିକ ଥିଲେ। ୨୦୨୦ରେ ସେ ଏକ୍ୟୁଏପିର ନେତା ହୋଇଥିଲେ। ଆମେରିକା ତାଙ୍କୁ ୨୦୧୮ରେ ‘ଗ୍ଲୋବାଲ ଟେରରିଷ୍ଟ’ ତାଲିକାରେ ରଖିଥିଲା। ତାଙ୍କ ଉପରେ ୫ ନିୟୁତ ଡଲାର ପୁରସ୍କାର ରାଶି ରଖାଯାଇଥିଲା। ଏକ୍ୟୁଏପିର ଗଣମାଧ୍ୟମ ପୋଷ୍ଟ୍ ରେ ସଂଗଠନର ଅଧିକାରୀ ଅବୁ ଖୁବାୟବ ଅଲ୍-ସୁଦାନୀ ବତାରଫିର ମୃତ୍ୟୁ ସମ୍ପର୍କରେ ବତାରଫିଙ୍କୁ ସୂଚନା ଦେଇ ଏକ ବିବୃତ୍ତି ପଢ଼ୁଥିବା ଦେଖିବାକୁ ମିଳିଛି। କେହି ତାଙ୍କୁ ଆକ୍ରମଣ କରି ହତ୍ୟା କରିଛନ୍ତି ବୋଲି କୁହାଯାଇ ନାହିଁ।

 

Get real time updates directly on you device, subscribe now.