fbpx

(Video)ବାହାନଗା ଭଳି ପୁଣି ସମାନ ଘଟଣା ; ୩ଟି ଟ୍ରେନ ମଧ୍ୟରେ ଭୟଙ୍କର ଦୁର୍ଘଟଣା

Advertisement

ଓଡିଶା ଭାସ୍କର; ବାହାନଗା ଭଳି ପୁଣି ସମାନ ଘଟଣା । ଏକ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଭୟଙ୍କର ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି। ତେବେ ରେଳ ବିଭାଗ ପକ୍ଷରୁ ଉଦ୍ଧାରକାରୀ ଟିମକୁ ଘଟଣା ସ୍ଥଳକୁ ପଠାଇଛି । ଏଥିରେ ଅନେକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି ।

ସୂଚନା ଅନୁଯାୟୀ, ଆନ୍ଧ୍ର କଣ୍ଟକାପାଲୀ ଆଲମଣ୍ଡା ଷ୍ଟେସନ ମଧ୍ୟରେ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ପ୍ରଥମେ ପଲାସା ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ଫଳରେ ଏହାର ଗୋଟିଏ ବଗି ମେନଲାଇନ ଉପରେ ପଡିଥିଲା । ଏହା ପରେ ପଲାସା ପାସେଞ୍ଜରକୁ ପଛପଟୁ ଧକ୍କା ଦେଇଥିଲା ରାୟଗଡାକୁ ଯାଉଥିବା ଆଉ ଏକ ପାସେଞ୍ଜର ଟ୍ରେନ । ସେହିପରି ଏହି ସମୟରେ ମେନ ଲାଇନରେ ଆଉ ଏକ ମାଲବାହୀ ଟ୍ରେନ ଆସୁଥିଲା । ଏହା ପରେ ମେନ ଲାଇନରେ ଦୁର୍ଘଟଣା ଗ୍ରସ୍ତ ବଗିକୁ ଧକ୍କା ଦେଇଥିଲା ଉକ୍ତ ମାଲବାହୀ ଟ୍ରେନ ।

Get real time updates directly on you device, subscribe now.