fbpx

ପୁଣି ୩ଟି ଟ୍ରେନ ମଧ୍ୟରେ ଦୁର୍ଘଟଣା: ୧୦ରୁ ଅଧିକ ମୃତ ସୂଚନା

Advertisement

ହାଇଦ୍ରାବାଦ: ଜୁନ ୨ରେ ଘଟିଥିବା ବାହାନଗା ରେଳ ଦୁର୍ଘଟଣା ପରେ ପୁଣି ଏକ ଟ୍ରେନ ଦୁର୍ଘଟଣା ସାମ୍ନାକୁ ଆସିଛି । ଏକ ଟ୍ରେନ ଲାଇଚ୍ୟୁତ ହେବା ପରେ ଅନ୍ୟ ୨ଟି ଟ୍ରେନ ଆସି ଧକ୍କା ହୋଇଛନ୍ତି । ଆନ୍ଧ୍ର କଣ୍ଟକାପାଲୀ ଆଲମଣ୍ଡା ଷ୍ଟେସନ ମଧ୍ୟରେ ଏଭଳି ଭୟଙ୍କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା କଥା ସୂଚନା ମିଳିଛି । ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି । ଟ୍ରେନରେ ଫସିରହିଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ସ୍ୱତନ୍ତ୍ର ଟିମ ପଠାଇଲା ରେଳବିଭାଗ ।

ପ୍ରଥମେ ପାଲାସା ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଗୋଟିଏ ବଗି ମେନଲାଇନ ଉପରେ ପଡିଥିଲା । ଏହାପରେ ପଲସା ପାସେଞ୍ଜରକୁ ପଛପଟୁ ଧକ୍କା ଦେଇଥିଲା ରାୟଗଡାକୁ ଯାଉଥିବା ଆଉ ଏକ ପାସେଞ୍ଜର ଟ୍ରେନ । ଏହି ସମୟରେ ମେନ ଲାଇନରେ ଆଉ ଏକ ମାଲବାହୀ ଟ୍ରେନ ଆସୁଥିଲା । ଏହାପରେ ମେନ ଲାଇନରେ ଦୁର୍ଘଟଣା ଗ୍ରସ୍ତ ବଗିକୁ ମାଲବାହୀ ଟ୍ରେନ ଧକ୍କା ଦେଇଛି ।

Get real time updates directly on you device, subscribe now.