fbpx

ବଡ଼ ଖବର: ବାବ୍ରି ମସଜିଦ୍ ଧ୍ୱଂସ ମାମଲାର ଆସିଲା ରାୟ

ନୂଆଦିଲ୍ଲୀ, ୩୦ା୯: ବାବ୍ରୀ ମସଜିଦ୍ ଧ୍ୱଂସ ମାମଲାରେ ରାୟ ଆଜି ଆସିଛି । ଘଟଣା ପୂର୍ବ ନିୟୋଜିତ ଯୋଜନା ନଥିଲା ବରଂ ହଠାତ ହୋଇଥିଲା ବୋଲି ବିଚାରପତି କହିଛନ୍ତି । ଏଥିସହିତ ଷଡ଼ଯନ୍ତ୍ର ନେଇ ନିର୍ଦ୍ଧିଷ୍ଟ ପ୍ରମାଣ ନାହିଁ ବୋଲି ମଧ୍ୟ କୁହାଯାଇଛି । ତେଣୁ ସମସ୍ତ ଅଭିଯୁକ୍ତ ନିର୍ଦ୍ଧୋଷରେ ଖଲାସ ହୋଇଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରାଇଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ  । ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ରାୟ ଶୁଣାଇଛନ୍ତି ବିଚାରପତି ଏସ.କେ ଯାଦବ । ପ୍ରମାଣ ଅଭାବରୁ ମୁକ୍ତ ହୋଇଛନ୍ତି ସମସ୍ତ ଅଭିଯୁକ୍ତ । ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ୨୮ବର୍ଷ ପରେ ରାୟ ଶୁଣାଇଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ବାବ୍ରି ମସଜିଦ୍ ଧ୍ୱଂସ ମାମଲାରେ ୪୯ଜଣ ଅଭିଯୁକ୍ତ ଥିଲେ । ୪୯ ଅଭିଯୁକ୍ତଙ୍କ ମଧ୍ୟରୁ ୧୭ଜଣଙ୍କର ମୃତ୍ୟୁ ହୋଇସାରିଛି ।

Get real time updates directly on you device, subscribe now.