fbpx
BJD SKY
BJD SKY

ବଡ଼ ଖବର: ରାଜ୍ୟରେ ଆଜି ସର୍ବାଧିକ ୫୭୭ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ

BJD

ଭୁବନେଶ୍ୱର, ୯ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ଆତଙ୍କ ଖେଳାଇବାରେ ଲାଗିଛି । କ୍ରମାଗତ ଭାବେ ୭ରୁ ୮ଦିନ ହେବ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେହିପରି ଆଜି ରାଜ୍ୟରେ ସର୍ବାଧିକ ୫୭୭ ପଜିଟିଭ୍ ଚହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୨୦୧କୁ ବୃଦ୍ଧି ପାଇଛି ।ଚିହ୍ନଟ ହୋଇଥିବା ୫୭୭ଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪୧୬ ଓ ସ୍ଥାନୀୟ ଅଞ୍ଚଳରୁ ୧୬୧ଜଣ ଚିହ୍ନଟ ହୋଇଛନ୍ତି ।ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୬୦, ସୁନ୍ଦରଗଡ଼ରୁ ୮୩, ଖୋର୍ଦ୍ଧାରୁ ୫୬, କେନ୍ଦୁଝରରୁ ୪୮, ଗଜପତିରୁ ୧୭, ବାଲେଶ୍ୱରରୁ ୩୦, କଟକରୁ ୧୪, ମୟୁରଭଞ୍ଜରୁ ୧୪ ଯାଜପୁରରୁ ୯, ଅନୁଗୁଳରୁ ୭, ଜଗତସିଂହପୁରୁ ୭, କୋରାପୁଟରୁ ୬, ବୌଦ୍ଧରୁ ୫, ପୁରୀରୁ ୫, ଢ଼େଙ୍କାନାଳରୁ ୪, ସମ୍ବଲପୁରରୁ ୩, କେନ୍ଦ୍ରାପଡ଼ାରୁ ୩, ଭଦ୍ରକରୁ ୨, ଝାରସୁଗୁଡ଼ା, କନ୍ଧମାଳ, ମାଲକାନଗିରି, ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.