fbpx

ବଡ଼ ନିଷ୍ପତି: କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦ, ଜିଲ୍ଲାପାଳ ଏବଂ କେନ୍ଦ୍ରମନ୍ତ୍ରୀଙ୍କ କୋଟାରେ ଆଉ ମିଳିବନି ଆଡମିଶନ

କେନ୍ଦ୍ରୀୟ ବିଦ୍ୟାଳୟରେ ଆଉ ମନ୍ତ୍ରୀ କିମ୍ବା ଜିଲ୍ଲାଧିକାରୀ କୋଟାରୁ ମିଳିବନି ଆଡମିସନ । ସାଂସଦ, ଜିଲ୍ଲାଧୀକାରୀ ଏବଂ ସ୍ୱତନ୍ତ୍ର ସୁବିଧା ବାବଦରେ ମନ୍ତ୍ରୀ କୋଟାରେ ମିଳୁଥିବା ନାମ ଲେଖା ପ୍ରାବଧାନକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଛି ।
ଗତ ସପ୍ତାହରେ ଲୋକସଭାରେ ଏହି ବିଷୟକୁ ଉଠାଇ କଂଗେସ ସାଂସଦ ମନୀଷ ତିୱାରୀ କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦ କୋଟାରେ ମିଳୁଥିବା ଆଡମିସନ ବିଷୟରେ ପ୍ରଶ୍ନ କରିଥିଲେ । ଏଥିରେ ସେ ସାଂସଦ କୋଟାକୁ ବନ୍ଦ କରିବାକୁ ଦାବି କରିଥିଲେ । ସେହି ସମୟରେ ଏହାକୁ ନେଇ ସଂସଦରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଥିଲା । କେତେକ ସାଂସଦ ଏହାର ଦୁରୁପଯୋଗ ହେଉଥିବା ଅଭିଯୋଗ କରି ଏହାକୁ ବନ୍ଦ କରିବାକୁ କହିଥିବା ବେଳେ, ଅନ୍ୟ କିଛି ଏହି କୋଟାରେ ସିଟ୍ ବଢାଇବାକୁ ଅପିଲ କରିଥିଲେ ।
ଏହା ପରେ ଲୋକସଭା ବାଚସ୍ପତି ଏହି ବିଷୟରେ ସମସ୍ତ ଦଳକୁ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ସମସ୍ତ ସାଂସଦ ମିଶି ଏହି ନିଷ୍ପତି ନିଅନ୍ତୁ କି ସାଂସଦ କୋଟା ରହିବା ଦରକାର, କିମ୍ବା ଏହାକୁ ଉଚ୍ଚେଦ କରିବା ଉଚିତ୍ ।
୧୯୭୫ମସିହାରେ କେନ୍ଦ୍ର ସରକାରଙ୍କ ଯୋଜନା ମୁତାବକ ଏକ ସ୍ୱତନ୍ତ୍ରବ ବିଧେୟକ ଆଣି ସାଂସଦ କୋଟା ପ୍ରଚଳନ କରାଯାଇଥିଲା । ଏହି ଯୋଜନାରେ ରାଜ୍ୟସଭା ଏବଂ ଲୋକସଭା ସାଂସଦଙ୍କ ପାଇଁ ସିଟ୍ ନିର୍ଦ୍ଦାରଣ କରାଯାଇଥିଲା । ଏହାରି ମାଧ୍ୟମରେ ସାଂସଦ ଆବଶ୍ୟକ କରୁଥିବା ବିଦ୍ୟାର୍ଥୀଙ୍କୁ ଏହି କୋଟା ବଳରେ କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖାଇ ପାରିବେ । ସାଂସଦଙ୍କ ସମେତ କେନ୍ଦ୍ରିୟ ଶିକ୍ଷାମନ୍ତ୍ରୀଙ୍କ ପାଖରେ ୪୫୦ ଛାତ୍ରଙ୍କୁ ଏହି କୋଟାରେ ପ୍ରବେଶ ମିଳୁଥିଲା । ତେବେ ବର୍ତ୍ତମାନ କେବିସିର ଏହି ନିଷ୍ପତି ପରେ ଏହା ଆଉ ହୋଇପାରିବ ନାହିଁ ।

Get real time updates directly on you device, subscribe now.