fbpx

ନୂଆ ପ୍ରଧାନମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: ଭାରତ ସମେତ ୧୨ ଦେଶରୁ ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିବ ନେପାଳ

କାଠମାଣ୍ଡୁ: ଦୀର୍ଘ ସମୟର ଛକାପଞ୍ଝା ପରେ ନେପାଳରେ ଆରମ୍ଭ ହୋଇଛି ନୂଆ ସରକାର । ଓଲି ପରେ ନୂଆ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା ନେପାଳ ଶାସନ ସମ୍ଭାଳୁଛନ୍ତି । ତେବେ ନୂଆ ସରକାର ଆସିବା ପରେ ଏବେ ସେଠାରେ ହେବାକୁ ଯାଉଛି ନୂଆ ପରିବର୍ତ୍ତନ । ପୂର୍ବତନ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲିଙ୍କ ଦ୍ୱାରା ୧୨ ଦେଶରେ ନିଯୁକ୍ତ କରାଯାଇଥିରା ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣଇବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା । ଏଥିରେ ଭାରତରେ ଥିବା ନେପାଳ ରାଷ୍ଟ୍ରଦୂତଙ୍କ ନାଁ ମଧ୍ୟ ସାମିଲ ରହିଛି ।

‘ଦ କାଠମାଣ୍ଡୁ ପୋଷ୍ଟ’ର ଏକ ଖବର ମୁତାବକ, ଏହି ନିଷ୍ପତ୍ତି ସମେତ ନେପାଳର ବିଦେଶରେ ଥିବା ୩୩ଟି କୂଟନୈତିକ ମିଶନ ମଧ୍ୟରୁ ୨୩ଟି ଆଗାମୀ ତିନି ସପ୍ତାହରୁ ଏକ ସପ୍ତାହ ମଧ୍ୟରେ ଖାଲି ରହିବ । କେବଳ ସେତିକି ନୁହେଁ ଦୀର୍ଘ ସମୟ ଧରି ୧୧ଟି ମିଶନରେ କୌଣସି ରାଷ୍ଟ୍ରଦୂତ ରହୁନାହାନ୍ତି ।

Get real time updates directly on you device, subscribe now.