fbpx

ଖତରୋଁ କେ ଖିଲାଡି-୧୧’ର ୱିନର ହେଲେ ଅର୍ଜୁନ ! ସୋସିଆଲ ମିଡିଆରେ ଚର୍ଚ୍ଚା

ମୁମ୍ବାଇ: କଲର୍ସ ଟିଭିର ଲୋକପ୍ରିୟ ଶୋ ଖତରୋ କେ ଖିଲାଡି -୧୧ ।ଏହି ସିଜିନ୍‌କୁ ଦର୍ଶକ ବହୁତ ଭଲ ପାଇବା ଦେଇଛନ୍ତି । ଶୋ’ର ଗ୍ରାଣ୍ଡ ଫାଇନାଲ୍‌ ସେପ୍ଟେମ୍ବର ୨୫ ଓ ୨୬ରେ ହେବ । କେପଟାଉନରେ ଅନୁଷ୍ଠିତ ହେଉଥିବା ଖତରୋଁ କେ ଖିଲାଡି ସିଜନ-୧୧ ଅନୁଷ୍ଠିତ ହୋଇଥିଲା । ଯେଉଁଠାରେ ଦିବ୍ୟଙ୍କା ତ୍ରିାଠୀ, ରାହୁଲ ବୈଦ, ଅର୍ଜୁନ ବିଜଲାନି, ବରୁଣ ସୁଦ, ବିଶାଲ, ଆଦିତ୍ୟ ସିଂ ଏବଂ ଶ୍ୱେତା ସିଂ ଫାଇନାଲରେ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ହିଁ ବିଜେତା ହୋଇ ଟ୍ରଫି ହାସିଲ୍‌ କରିବେ ।

ଗତ କିଛି ଦିନ ମୁମ୍ବାଇର ଫିଲ୍ମ ସିଟିରେ ଫାଇନାଲ୍‌ ଏପିସୋଡର ସୁଟିଂ କରାଯାଇଥିଲା ଯେଉଁଠାରେ ଶୋ’ର ସମସ୍ତ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ସୋସିଆଲ ମିଡିଆରେ ବିଜେତାଙ୍କ ନାମକୁ ନେଇ ସମସ୍ତଙ୍କର କଳ୍ପନାଜଳ୍ପନା କରାଯାଉଛି । କୁହାଯାଉଛି ଯେ ଶୋ’ରେ ଅଭିନେତା ଅର୍ଜୁନ ବିଜ୍‌ଲାନି ଜିତିଛନ୍ତି । ଏନେଇ ସୋସିଆଲ ମିଡିଆରେ ଅର୍ଜୁନଙ୍କ ନାଁ ଖୁବ୍‌? ଟ୍ରେଣ୍ଡ କରିବା ଆରମ୍ଭ କରିଛି । କେବଳ ଏତିକି ନୁହଁ ପ୍ରଶଂସକମାନେ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଥିଲେ ।

ତେବେ ଅର୍ଜୁନ ବିଜଲାନିଙ୍କ ଖତରୋ କେ ଖିଲାଡି -୧୧ ସିଜନ୍ ଟ୍ରିଫି ଜିତିଥିବା ନେଇ ପତ୍ନୀ ନେହା ତାଙ୍କ ଇଷ୍ଟାଗ୍ରମ୍ ପେଷ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଏଥି ସହିତ କ୍ୟାପସନ୍‌ରେ ଅର୍ଜୁନଙ୍କ ବିଜୟକୁ ନେଇ ଗର୍ବ ଅନୁଭବ କରୁଥିବା ସେ ଲେଖିବା ସହ ବହୁ ଖସୁଥିବା କରହିଛନ୍ତି।

 

View this post on Instagram

 

A post shared by Shivani Swami (@nehaswamibijlani)

Get real time updates directly on you device, subscribe now.