fbpx

ଡିସେମ୍ୱର ୧୬ରୁ ସିଟିଇଟି ଯୋଗ୍ୟତା ପରୀକ୍ଷା, ୨ଟି ସିଫ୍ଟରେ ହେବ ପରୀକ୍ଷା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଚଳିତବର୍ଷ ଡିସେମ୍ବର କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ( ସଟିଇଟି) ଆରମ୍ଭ ହେବ । ଯାହା ୧୬ରୁ ୨୦୨୨ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏଥି ପାଇଁ ଛାତ୍ରଛାତ୍ରୀ ଚଳିତ ମାସ ୨୦ ତାରିଖରୁ ଅକ୍ଟୋବର ୧୯ ମଧ୍ୟରେ ଆବେଦନ କରିପାରିବେ । ଅକ୍ଟୋବର ୨୦ ଫି’ ଦାଖଲ କରିବାର ଶେଷ ଦିନ ରହିଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦୈନିକ ଦୁଇଟି ସିଫ୍ଟରେ ହେବ । ପେପର୍‌-୧ ପାଇଁ ପରୀକ୍ଷା ସକାଳ ୯ଟା ୩୦ରୁ ୧୨ଟା ମଧ୍ୟରେ ହେବାକୁ ଥିବାବଳେ ପେପର୍‌-୨ ପରୀକ୍ଷା ଅପରାହ୍ଣ ୨ଟା ୩୦ରୁ ୫ଟା ଯାଏଁ ହେବ । ଛାତ୍ରଛାତ୍ରୀ ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ www.ctet.nic.in ୱେବ୍‌ସାଇଟରୁ ପାଇ ପାରିବେ ବୋଲି ସିବିଏସ୍‌ଇ ଉଲ୍ଲେଖ କରିଛି ।

Get real time updates directly on you device, subscribe now.