fbpx
BSKY
BJD SHG SKY
BJD MC SKY

GST ବୈଠକରେ ବଡ଼ ନିଷ୍ପତ୍ତି: କ’ଣ ଶସ୍ତା ଆଉ କ’ଣ ମହଙ୍ଗା ହେଲା, ଓଡ଼ିଶାର ମିଲେଟ୍ ଶସ୍ତାରେ ମିଳିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା ଦ୍ରବ୍ୟ ଓ ସେବା କର (ଜିଏସଟି)ର ୫୨ତମ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି । ଅନେକ ସାମଗ୍ରୀ ଶସ୍ତା ହୋଇଥିବା ବେଳେ ଆଉ କିଛି ସାମଗ୍ରୀ ମହଙ୍ଗା ହୋଇଛି । ଉକ୍ତ ବୈଠକରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇଥିଲେ ।

ଖୋଲାରେ ବିକ୍ରି ହେଉଥିବା ୭୦ ପ୍ରତିଶତ ମିଲେଟ ମିଶ୍ରିତ ଅଟା ସାମଗ୍ରୀରେ ଜିଏସଟି ଲାଗିବନି । ଏଥିସହିତ ୭୦ ପ୍ରତିଶତ ମିଲେଟ ମିଶ୍ରିତ ବ୍ରାଣ୍ଡେଡ ଅଟା ଉପରେ ୧୮ ପ୍ରତିଶତ ବଦଳରେ ୫ ପ୍ରତିଶତ ଜିଏସଟି ଲାଗିବ । ଓଡ଼ିଶାର ଦାବିକୁ ଜିଏସଟି ପରିଷଦ ଗ୍ରହଣ କରିଥିଲା । ଯଅ, ବାଜରା ଓ ରାଗୀ ଆଦି ପ୍ରସ୍ତୁତ ଖାଦ୍ୟକୁ ଟିକସମୁକ୍ତ କରାଯାଇଛି । ଏବେ ସେଥିରେ ୧୮ ପ୍ରତିଶତ ଟିକସ ଲାଗୁଛି ।

ଚିନିକଳଗୁଡ଼ିକର ଲିକ୍ୱିଡିଟି ବଢ଼ିବ ଓ ଆଖୁ ଚାଷୀଙ୍କ ବକେୟା ରାଶି ପରିଶୋଧ ହୋଇ ପାରିବ । ସୁଇଟନର ଭାବେ ବ୍ୟବହୃତ ହେଉଥିବା ଏକ ପ୍ରକାର ସିରପ ମୋଲାସିସ ଉପରୁ ଜିଏସଟିକୁ ୨୮ରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି । ପୂର୍ବରୁ କ୍ରୁଜ ଜାହାଜରେ ଆଇଜିଏସଟି ୫ ପ୍ରତିଶତ ଲାଗୁଥିବା ବେଳେ ଏବେ ତାହାକୁ ହଟାଇ ଦିଆଯାଇଛି । ଭାରତୀୟ ରେଳ ଦ୍ୱାରା ପ୍ରସ୍ତୁତ ସମସ୍ତ ସାମଗ୍ରୀ ଓ ସେବା ଉପରେ ଫରୱାର୍ଡ ଚାର୍ଜ ମେକାନିଜ ଅଧିନରେ ଟିକସ ଲାଗିବ ।

ମଦର ମୂଲ୍ୟ ହ୍ରାସ ପାଇପାରେ । ଏହାର ମୂଲ୍ୟ ହ୍ରାସ ମଦ କମ୍ପାନୀ ଓ ରାଜ୍ୟ ଟାକ୍ସ ଉପରେ ନିର୍ଭର କରୁଛି । କର୍ପୋରେଟ ସେକ୍ଟର ଦ୍ୱାରା ନିଜର ସହାୟକ କମ୍ପାନୀକୁ ଦିଆଯାଉଥିବା ଗ୍ୟାରେଣ୍ଟି ଉପରେ ୧୮ ପ୍ରତିଶତ ଟିକସ ଲାଗିବ । ମାତ୍ର ନିର୍ଦ୍ଦେଶକଙ୍କ କମ୍ପାନୀକୁ ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେବା କ୍ଷେତ୍ରରେ କୌଣସି ଟ୍ୟାକ୍ସ ଲାଗିବନି । ଶିଳ୍ପ ପାଇଁ ଉଦ୍ଦିଷ୍ଟ ଏକ୍ସଟ୍ରା ନ୍ୟୁଟ୍ରାଲ ଆଲକହଲ ଉପରେ ୧୮ ପ୍ରତିଶତ ଜିଏସଟି ଲାଗିବ । ମାନବ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଡିଷ୍ଟିଲଡ ଆଲକହଲ ଉପରେ ପରୋକ୍ଷ ଟିକସ ରଖାଯାଇଛି ।

Get real time updates directly on you device, subscribe now.