fbpx

ଶ୍ରୀକ୍ଷେତ୍ରରେ ହେବ କାଣ୍ଟେ କା ଟକ୍କର: ମୈଦାନରେ ଅବତୀର୍ଣ୍ଣ ହେବେ ସମ୍ବିତ-ଅରୂପ, କାହାକୁ ବାଛିବେ ପୁରୀ ଭୋଟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ମାସ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ସେହିପରି ଆସନ୍ତା ମେ ମାସ ୧୩, ୨୦, ୨୫ ଓ ଜୁନ ମାସ ୧ ତାରିଖରେ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ମତଦାନ ଗ୍ରହଣ କରାଯିବ । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ତିନି ପ୍ରମୁଖ ରାଜନେତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପର୍ଯ୍ୟାୟକ୍ରମେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ନେତାମାନେ ଦଳ ବଦଳ କରୁଥିବାରୁ ସେମାନେ ଅନେକ ଆସନରେ ଦଳୀୟ ଭୋଟ ବିଭାଜନ କରିବାର ସମ୍ଭାବନା ରହିଛି । ତେଣୁ ଏପରି ସ୍ଥିତିରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଅଧିକାଂଶ ସିଟରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି ।

ତେବେ ଏଥର ବିଧାନସଭା ନିର୍ବାଚନର ମୁଖ୍ୟ ଆକର୍ଷଣ ରହିବ ଶ୍ରୀକ୍ଷେତ୍ର ଧାମ । ପୁରୀ ଭୋଟର ଏଥର କାହାକୁ ବିଜୟୀ କରାଇବେ ତାହା ଆକଳନ କରିବା ମୁସ୍କିଲ । ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ରଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲେ । ଲଢ଼େଇ ଶେଷ ପର୍ଯ୍ୟନ୍ତ ଜାରି ରହିଥିଲା । କିଏ ଜିତିବ କିଏ ହାରିବା ତାହା କହିବା ଅସମ୍ଭବ ହୋଇଯାଇଥିଲେ । ତେବେ ଶେଷରେ ଅଳ୍ପ କିଛି ଭୋଟରେ ସମ୍ବିତ ପରାଜୟ ବରଣ କରିଥିଲେ ।

ତେବେ ଏଥର ପୁରୀ ଲୋକସଭା ଆସନରୁ ବିଜେପି ପୁଣି ସମ୍ବିତଙ୍କୁ ରିପିଟ୍ କରିଥିବା ବେଳେ ପିନାକୀଙ୍କ ସ୍ଥାନରେ ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଗତ ନିର୍ବାଚନରେ ଅରୂପ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ପ୍ରତିଦ୍ୱନ୍ଦ୍ୱିତା କରି ଅଳ୍ପ କିଛି ଭୋଟରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଠାରୁ ପରାସ୍ତ ହୋଇଥିଲେ । ତେବେ ଅରୂପଙ୍କ ଘର ପୁରୀ ହୋଇଥିବା ବେଳେ ଏଥର ତାଙ୍କର କ୍ଷେତ୍ର ବଦଳିଛି । ତେଣୁ ତାଙ୍କୁ ନିର୍ବାଚନରେ କେତେ ସହାୟତା ମିଳିବ ତାହା ସମୟ କହିବ । ଅନ୍ୟପକ୍ଷରେ ଗତଥର ସମ୍ବିତ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଥିବା ବେଳେ ସେ ଏଥର ଅରୂପଙ୍କୁ କେତେ ଟକ୍କର ଦେଇପାରୁଛନ୍ତି ତାହା ମଧ୍ୟ ଦେଖିବାକୁ ବାକି ରହିଲା । ଗତ ଥର କଂଗ୍ରେସ ପୁରୀ ଆସନରୁ ସତ୍ୟପ୍ରକାଶ ନାୟକଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏଥର ବର୍ତ୍ତମାନ ସୁଦ୍ଧା ଉକ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । ଏହି ଆସନରେ ବିଜେପି-ବିଜେଡି ମଧ୍ୟରେ ମୁକାବିଲା ହେବାର ସମ୍ଭାବନା ଅଧିକ ରହିଛି ।

ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ଜନାଭିମୁଖୀ ଯୋଜନାକୁ ପାଥେୟ କରି ବିଜେଡି ଲୋକଙ୍କ ନିକଟକୁ ଯିବ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିତ୍ୱ ଓ ଅନେକ କେନ୍ଦ୍ରୀୟ ଯୋଜନାକୁ ପାଥେୟ କରି ବିଜେପି ଭୋଟରଙ୍କ ଠାରୁ ଭୋଟ ଭିକ୍ଷା କରିବ । ସମୟ ବଦଳିବା ସହିତ ଭୋଟରଙ୍କ ମତ ବି ବଦଳିବାର ସମ୍ଭାବନା ରହିଛି । ତେଣୁ ନେତା ନା ଦଳ କାହାକୁ ଜନତା ଗୁରୁତ୍ୱ ଦେବେ ତାହା ଉପରେ ସଭିଙ୍କ ନଜର ।

Get real time updates directly on you device, subscribe now.