fbpx
BJD SKY
BJD SKY

(Video) ଖରାଦିନେ ଲସିରେ ଏଭଳି ରଙ୍ଗ ମିଶାଇ ବିକ୍ରି କରୁଥିଲେ ଦୋକାନୀ, ହଠାତ୍ ମାଡ଼ି ବସିଲା ଫୁଡ୍ ସ୍କ୍ୱାଡ୍ ଟିମ୍

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ପ୍ରବଳ ଖରାରେ ଲୋକମାନେ ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରିଥାନ୍ତି । ତାତିରୁ ଆରାମ ପାଇବା ପାଇଁ ଲସି ହେଉଛି ଏକ ଭଲ ପାନୀୟ । ତେବେ ଗତ କିଛିବର୍ଷ ଧରି ରାଜ୍ୟର ବିଭିନ୍ନ ସହରରେ ଲସି ଦୋକାନ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ବେପାର ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଖରାରୁ ସାମୟିକ ଭାବେ ଆରାମ ପାଇବା ପାଇଁ ଲୋକମାନେ ରାସ୍ତାକଡ଼ାରେ ବିକ୍ରି ହେଉଥିବା ଲସି ଦୋକାନରୁ ଲସି ପିଇଥାନ୍ତି ।

ତେବେ ରାସ୍ତାକଡ଼ରେ ବିକ୍ରି ହେଉଥିବା ଲସିକୁ ନେଇ ଆସିଛି ଏକ ବଡ଼ ଖବର । ଲସିରେ ବିଭିନ୍ନ ପ୍ରକାରର ଅପମିଶ୍ରଣ କରାଯିବା ସହିତ ରାସାୟନିକ ରଙ୍ଗ ମିଶୁଥିବା ନେଇ ପ୍ରମାଣ ମିଳିଛି । ଲସିରେ ଏକ ପ୍ରକାର ରଙ୍ଗ ମିଶାଇ ଗ୍ରାହକଙ୍କୁ ପିଇବାକୁ ଦେଉଥିଲେ ଦୋକାନୀ । ଏହା ଏଭଳି ରଙ୍ଗ ଯେ ତାହା କପଡ଼ାରେ ଲାଗିଲେ ଆଉ ଲିଭିବନି । ଆଉ ଏହି ଲସି ପିଇବା ପରେ ଲୋକଙ୍କ ଶରୀରରେ ଅନେକ ପ୍ରକାରର ରୋଗ ହୋଇଥାଏ ।

କଟକର ଫାଷ୍ଟ ଫୁଡ୍ ଓ ସର୍ବତା ଦୋକାନ ଉପରେ ଚଢ଼ାଉ କରାଯାଇଥିଲା । କଟକ ମହାନଗର ନିଗମ (ସିଏମସି)ର ଫୁଡ୍ ସ୍କ୍ୱାର୍ଡ ପକ୍ଷରୁ ଏହି ଚଢ଼ାଇ କରାଯିବା ସହ ଖାଦ୍ୟର ମାନ ଯାଞ୍ଚ କରାଯାଇଥିଲା । ଦୋକାନୀମାନେ ଗ୍ଲାସ ଠିକ୍ ଭାବେ ଧୋଉଛନ୍ତି କି ନାହିଁ, ଫାଷ୍ଟ ଫୁଡ୍ ଓ ସର୍ବତରେ କେଉଁ ସବୁ ଜିନିଷ ମିଶାଉଛନ୍ତି, ଲସି ଖାଦ୍ୟ ଉପଯୋଗୀ କି ନୁହେଁ ତାହା ଫୁଡ୍ ସ୍କ୍ୱାଡ ଟିମ୍ ଯାଞ୍ଚ କରିଥିଲା । ତେବେ ଦୋକାନୀମାନେ ଠିକରେ ଗ୍ଲାସ ଧୋଉନଥିଲେ ଓ ସର୍ବତରେ କିଛି ରଙ୍ଗ ମିଶ୍ରଣ କରୁଥିବା ଫୁଡ୍ ସ୍କ୍ୱାଡ୍ ଅଧିକାରୀ ସୂଚନା ଦେଇଥିଲେ । ତେଣୁ ଦୋକାନୀଙ୍କ ଉପରେ ୧ ହଜାର ଟଙ୍କାର ଫାଇନ୍ କରାଯାଇଥିଲା ଓ ଆଗକୁ ଏପରି ଭୁଲ କରିବେନି ବୋଲି ବ୍ୟବସାୟୀ ଜଣଙ୍କ କହିଥିଲେ । ତେବେ କଟକରେ ଯାଞ୍ଚ ସମୟରେ ରଙ୍ଗ ମିଶ୍ରଣ ନେଇ ପ୍ରମାଣ ମିଳିବା ପରେ ରାଜଧାନୀ ଭୁବନେଶ୍ୱରରେ ଯାଞ୍ଚ କରାଗଲେ ବହୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିପାରନ୍ତା ବୋଲି ସ୍ୱାସ୍ଥ୍ୟ ସଚେତନ ନାଗରିକମାନେ ମତ ଦେଇଛନ୍ତି ।

Get real time updates directly on you device, subscribe now.