fbpx
BJD SKY
BJD SKY

ଉତ୍ତରାଖଣ୍ଡ: ପୂର୍ବତନ ମନ୍ତ୍ରୀ ଦିନେଶ ଅଗ୍ରୱାଲ ଦଳ ଛାଡ଼ିଲେ, ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଝଟକା

BJD

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରେ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ କିଛି ନେତା ଦଳ ବଦଳ କରୁଥିବା ଦେଖାଯାଉଛି । ତେବେ ଏହା ମଧ୍ୟରେ ଉତ୍ତରାଖଣ୍ଡ ରାଜନୀତିରୁ ଆସିଛି ଏକ ବଡ଼ ଖବର । ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ଦିନେଶ ଅଗ୍ରୱାଲ ଦଳରୁ ଇସ୍ତଫା ଦେଇଛନ୍ତି ।

ଦିନେଶ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ବିଜେପିରେ ସାମିଲରେ ହେବେ ବୋଲି ଚର୍ଚ୍ଚା ହେଉଛି । ଲୋକସଭା ନିର୍ବାଚନକୁ ମାତ୍ର ୧୩ ଦିନ ବାକି ଥିବାବେଳେ ଜଣେ ବରିଷ୍ଠ ନେତା ଦଳ ଛାଡ଼ିବା ପରେ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି । ଦିନେଶ ଦୀର୍ଘଦିନ ହେବ ଦଳ ଉପରେ ଅସନ୍ତୋଷ ପ୍ରକାଶ କରିଆସୁଥିଲେ । ସେଥିପାଇଁ ତାଙ୍କୁ ଦଳର ବରିଷ୍ଠ ନେତାମାନେ ବୁଝାଇଥିଲେ, ମାତ୍ର ସେ ବୁଝିନଥିଲେ ।

Get real time updates directly on you device, subscribe now.