fbpx

IPL-2024ରେ ଚେନ୍ନାଇକୁ ବଡ଼ ଆଶ୍ୱସ୍ତି: ମେ’ ୧ ପର୍ଯ୍ୟନ୍ତ ଏହି ଖେଳାଳିଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦୁଇଟି ମ୍ୟାଚରେ ପରାଜୟ ପରେ ପୁଣିଥରେ ବିଜୟ ଟ୍ରାକକୁ ଫେରିଛି ଚେନ୍ନାଇ ସୁପର କିଙ୍ଗସ । କୋଲକାତା ଏବଂ ମୁମ୍ବାଇକୁ ମାତ୍ ଦେଇ ପଏଣ୍ଟ ଟେବୁଲରେ ଗୋଟିଏ ପାଦ ଉପରକୁ ଆସିଛି ସିଏସକେ । ତେବେ ଏହାମଧ୍ୟରେ ଚେନ୍ନାଇକୁ ଆଉ ଏକ ଖୁସି ଖବର ମିଳିଛି । ଦଳର ଷ୍ଟାର ଖେଳାଳିଙ୍କୁ ଆଉ ଗୋଟିଏ ମ୍ୟାଚ ଖେଳିବା ପାଇଁ ଅନୁମତି ଦେଇଛି ନେସନାଲ କ୍ରିକେଟ ବୋର୍ଡ । ମେ’ ୧ ତାରିକରେ ହେବାକୁ ଥିବା ମ୍ୟାଚରେ ଉପଲବ୍ଧ ରହିବା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ ମୁସ୍ତାଫିଜୁର ରହମାନଙ୍କୁ ଅନୁମତି ଦେଇଛି ।

ଆଇପିଏଲ-୨୦୨୪ରେ ଚେନ୍ନାଇ ପାଇଁ ଦମଦାର ପ୍ରଦର୍ଶନ କରିଛନ୍ତି ମୁସ୍ତାଫିଜୁର ରହମାନ । ଚଳିତ ସିଜନରେ ଚେନ୍ନାଇ ୬ଟି ମ୍ୟାଚ ଖେଳିଥିବା ବେଳେ ୫ଟି ମ୍ୟାଚରୁ ୧୦ଟି ୱିକେଟ ନିଜ ନାମରେ କରିଛନ୍ତି । ଜିମ୍ବାୱେ ବିପକ୍ଷ ଟି-୨୦ ସରିଜ ପାଇଁ ମୁସ୍ତାଫିଜୁରଙ୍କୁ ଏପ୍ରିଲ ୩୦ ସୁଦ୍ଧା ସ୍ୱଦେଶ ଫେରିବା ପାଇଁ କୁହାଯାଇଥିଲା । କିନ୍ତୁ ବର୍ତ୍ତମାନ ବାଂଲାଦେଶ କ୍ରିକେଟ ବୋର୍ଡ ତାଙ୍କୁ ଏଥିପାଇଁ ଆଉ ୨ ଦିନ ସମୟ ଦେଇଛନ୍ତି । ବର୍ତ୍ତମାନ ମେ’ ୨ ତାରିଖରେ ବାଂଲାଦେଶ ଫେରିପାରିବେ ମୁସ୍ତାଫିଜୁର ରହମାନ । ବର୍ତ୍ତମାନ ବୋଲିଂରେ ସାମାନ୍ୟ ଦୁର୍ବଳ ମନେ ହେଉଥିବା ଚେନ୍ନାଇ ପାଇଁ ଏହ ଏକ ଆଶ୍ୱସ୍ତିକର ଖବର ବୋଲି କୁହାଯାଇପାରେ ।

ତେବେ ବାଂଲାଦେଶ ବୋର୍ଡର ଅନୁମତି ପରେ ମୁସ୍ତାଫିଜୁର ବର୍ତ୍ତମାନ ଚେନ୍ନାଇ ପାଇଁ ମେ’ ୧ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିଛନ୍ତି । ଏହାମଧ୍ୟରେ ଚେନ୍ନାଇ ୪ଟି ମ୍ୟାଚ ଖେଳିବ । ଆସନ୍ତା ଦୁଇଟି ଲଗାତାର ମ୍ୟାଚ(୧୯ ଏବଂ ୨୩)ରେ ଲକ୍ଷେ୍ନø ସୁପର ଜିଆଣ୍ଟସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗସ । ଏହାପରେ ଏପ୍ରିଲ ୨୮ ତାରିଖରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ମେ’ ୧ ତାରିଖରେ ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚରେ ମଧ୍ୟ ମୁସ୍ତାଫିଜୁର ରହମାନ ଦଳରେ ସାମିଲ ହୋଇପାରିବେ । ତେବେ ଏହି ମ୍ୟାଚ ମୁସ୍ତାଫିଜୁରଙ୍କ ପାଇଁ ସିଜନର ଶେଷ ମ୍ୟାଚ ହେବ । କାରଣ ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ ପରେ ଆମେରିକା ବିପକ୍ଷରେ ଟେକ୍ସାସରେ ମେ’ ୨୧ ତାରିଖରୁ ଟି-୨୦ ସିରିଜ ଖେଳିବ ଚେନ୍ନାଇ ସୁପର କିଙ୍ଗସ ।

Get real time updates directly on you device, subscribe now.