fbpx

ଗୃହ ମନ୍ତ୍ରଣାଳୟର ଦ୍ୱିତୀୟ ମହଲାରେ ଅଗ୍ନିକାଣ୍ଡ; ଜଳିଗଲା ଜେରକ୍ସ ମେସିନ, କମ୍ପ୍ୟୁଟର ଏବଂ ଡକ୍ୟୁମେଣ୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ କେନ୍ଦ୍ରୀୟ ସଚ୍ଚିବାଳୟର ନର୍ଥ ବ୍ଲକରେ ଅବସ୍ଥିତ ଗୃହ ମନ୍ତ୍ରଣାଳୟ କାର୍ଯ୍ୟାଳୟର ଦ୍ୱିତୀୟ ମହଲାରେ ମଙ୍ଗଳବାର ଦିନ ଅଗ୍ନିକାଣ୍ଡ ଘଟିଛି । ଦମକଳ ବିଭାଗର ଜଣେ ଅଧିକାରୀ ଏହି ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ଏହି ଅଗ୍ନିକାଣ୍ଡରେ କୌଣସି ପ୍ରାଣହାନୀ ହୋଇନାହିଁ ।

ଡିଏଫଏସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସୂଚନା ମିଳିବା ମାତ୍ରେ ସଙ୍ଗେ ସଙ୍ଗେ ଦମକଳ ବାହାନୀର ସାତୋଟି ଗାଡି ଘଟଣାସ୍ଥଳରେ ପହଁଚିଥିଲା ଏବଂ ସକାଳ ୯ଟା ୩୫ ମିନିଟ ପର୍ଯ୍ୟନ୍ତ ଅଗ୍ନିକୁ ନିୟନ୍ତ୍ରଣ କରାଯାଇଥିଲା । ଡିଏଫଏସ ମୁତାବକ, ଗୃହ ମନ୍ତ୍ରଣାଳୟର କାର୍ଯ୍ୟାଳୟର ଆଇସି ପ୍ରଭାଗର ଦ୍ୱିତୀୟ ମହଲାରେ ସକାଳ ୯ଟା ୨୦ରେ ନିଆଁ ଲାଗିବାର ସୂଚନା ମିଳିଥିଲା । ଯାହାପରେ ଅଗ୍ନିଶମ କର୍ମଚାରୀ ସକାଳ ୯ଟା ୩୫ ମିନିଟରେ ନିଆଁକୁ ଆୟତ୍ତ କରିଥିଲେ ।

ଅଧିକାରୀମାନେ କହିଛନ୍ତି ଯେ, ଜେରକ୍ସ ମେସିନ, କିଛି କମ୍ପ୍ୟୁଟର ଏବଂ କିଛି ଡକ୍ୟୁମେଣ୍ଟ ଏଥିରେ ଜଳିଯାଇଛି । ତେବେ ସବୁଠାରୁ ଆଶ୍ୱସ୍ତିକର କଥା ହେଉଛି, ଏଥିରେ କୌଣସି ମୃତାହତ ହୋଇ ନାହିଁ । ତେବେ ଏହି ଅଗ୍ନିକାଣ୍ଡ ସମୟରେ ଏହି କୋଠାରେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ଉପସ୍ଥିତ ନଥିଲେ, ହେଲେ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.