fbpx

Selfish ଲୋକଙ୍କ ଗହଣରେ ରହୁଛନ୍ତି କି ଆପଣ ? ଏହି ସବୁ ବ୍ୟବହାରରୁ ସହଜରେ ଚିହ୍ନନ୍ତୁ ସ୍ୱାର୍ଥୀ ବ୍ୟକ୍ତିଙ୍କୁ

ଓଡ଼ିଶା ଭାସ୍କର: ଜୀବନରେ ଆମେ ଅନେକ ଲେକଙ୍କୁ ଭେଟିଥାଉ । ସେଥିମଧ୍ୟରୁ ଲୋକଙ୍କ ବ୍ୟବହାର ଦେଖି ସେମାନଙ୍କ ଭଲ ଓ ମନ୍ଦ ପ୍ରକୃତିର ପରିଚୟ ମିଳିଥାଏ । କିନ୍ତୁ ଏମିତି ବି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ସାମ୍ନାରେ ଭଲରେ କଥାବାର୍ତ୍ତା ହୋଇଥାନ୍ତି କିନ୍ତୁ ପିଠି ପଛରେ ଆପଣଙ୍କ ଆଲୋଚନା କରିଥାନ୍ତି । ଏଭଳି Dual Nature ଥିବା ବ୍ୟକ୍ତିଙ୍କ ଠାରୁ ଯେତେ ଦୂର ସମ୍ଭବ ଦୂରେଇ ରହିବା ଉଚିତ । ଏମାନେ Selfish ପ୍ରକୃତିର ହୋଇଥାନ୍ତି । କେବଳ ନିଜ ସୁବିଧା ଦେଖିଥାନ୍ତି । ଏଭଳି ବ୍ୟକ୍ତିଙ୍କ ଗହଣରେ ରହିବା ଦ୍ୱାରା ଆମ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପ୍ରଭାବିତ ହୋଇଥାଏ । ତେବେ ଏଭଳି Selfish ବ୍ୟକ୍ତିଙ୍କୁ ଚିହ୍ନିବା ପାଇଁ ନିମ୍ନଲିଖିତ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।

୧. ନିଜକୁ ଗୁରୁତ୍ୱ(Self Centered): କିଛି ଲୋକ କଥା ହେବା ସମୟରେ କେବଳ ନିଜକୁ ଗୁରୁତ୍ୱ ଦେଇଥାନ୍ତି । ଅନ୍ୟର କଥା କମ୍ ଶୁଣିଥାନ୍ତି ଏବଂ ନିଜ ବିଷୟରେ ଅନେକ କଥା ଗପି ଚାଲନ୍ତି । ସେମାନେ କେବଳ ନିଜ ବିଷୟରେ ଶୁଣିବା ପସନ୍ଦ କରିଥାନ୍ତି ।
୨. ସହାନୁଭୂତିର ଅଭାବ(Lack of Empathy): ସ୍ୱାର୍ଥୀ ବ୍ୟକ୍ତି ପାଖରେ ସହାନୁଭୂତିର ଅଭାବ ଦେଖାଦେଇଥାଏ । ଆପଣଙ୍କ ଭାବନା, ଇଚ୍ଛା, ଦୃଷ୍ଟିକୋଣକୁ ବୁଝିବା ପାଇଁ ଚେଷ୍ଟା କରନ୍ତି ନାହିଁ । ସେମାନେ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିଥାନ୍ତି । ସମସ୍ୟାର ସମାଧାନ କରିବା ଠାରୁ ନିଜକୁ ଦୂରେଇ ରଖନ୍ତି ।

୩. କୃତଜ୍ଞତାର ଅଭାବ: ଏଭଳି ବ୍ୟକ୍ତି କେବଳ ନିଜ କାମ ପାଇଁ ଆପଣଙ୍କୁ ଖୋଜିଥାନ୍ତି । ଏମାନଙ୍କ କାମ ପୁରା ହୋଇଗଲେ ଅପଣଙ୍କୁ ଧନ୍ୟବାଦ ବି କହିନଥାନ୍ତି । ଏହା ଖରାପ ଶିଷ୍ଟାଚାର ଅଟେ ଯାହା ସ୍ୱାର୍ଥୀ ଲୋକଙ୍କ ଭିତରେ ଦେଖାଯାଏ । ସ୍ୱାର୍ଥୀ ବ୍ୟକ୍ତିଙ୍କ ଆତ୍ମକେନ୍ଦ୍ରୀୟ ବ୍ୟବହାର ଆପଣଙ୍କୁ ଅନେକ ସମୟରେ ଆଘାତ ବି ଦେଇଥାଏ ।

୪. Attention ଲୋଡ଼ନ୍ତି: ସ୍ୱାର୍ଥୀ ବ୍ୟକ୍ତିଙ୍କୁ ସବୁବେଳେ Attention ଦରକାର ହୋଇଥାଏ । ସେମାନେ ସବୁବେଳେ ଲାଇମଲାଇଟରେ ରହିବାକୁ ପସନ୍ଦ କରିଥାନ୍ତି । ଏଭଳି ବ୍ୟକ୍ତିଙ୍କୁ କେହି Attention ନ ଦେଲେ ହତାଶ ହୋଇଥାନ୍ତି ।

୫. ଖରାପ ଶ୍ରୋତା: ସ୍ୱାର୍ଥୀ ବ୍ୟକ୍ତିମାନେ ବହୁତ ଖରାପ ଶ୍ରୋତା ଥା’ନ୍ତି । ଆପଣଙ୍କ କଥାରେ କୌଣସି ରୁଚି ଦେଖାଇ ନଥା’ନ୍ତି । କେବଳ ନିଜ ଫାଇଦା ଥିବା କଥା ବିଷୟରେ ଆପଣଙ୍କ ସହ ଆଲୋଚନା କରିଥାନ୍ତି ।

୬. କ୍ୱଚିତ୍ ବୁଝାମଣା (Rarely Compromise): କୌଣସି ସମ୍ପର୍କରେ ବୁଝାମଣା ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ବୁଝାମଣା କରିବା ଦ୍ୱାରା ଦୁଇ ପକ୍ଷଙ୍କୁ ସନ୍ତୁଷ୍ଟି ମିଳିଥାଏ । ଏହା ସହ ସେମାନେ ସମ୍ମାନିତ ଅନୁଭବ କରିଥାନ୍ତି । କିନ୍ତୁ ଅଧିକାଂଶ ସମୟରେ ସ୍ୱାର୍ଥୀ ବ୍ୟକ୍ତି ବୁଝାମଣା କରିବା ପାଇଁ ପ୍ରସ୍ତୁତ ନଥାଏ । ସେମାନଙ୍କ ପାଇଁ ଏହା ପାହାଡ଼ ଭାଙ୍ଗିବା ସଦୃଶ ।

Get real time updates directly on you device, subscribe now.