fbpx

କରୋନା ଟାର୍ଗେଟରେ ଭୁବନେଶ୍ୱର! ଦିନକରେ ହଜାରେ ଟପିଲା ସଂକ୍ରମଣ,ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୨୮ ।୪(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମହାନଗରରେ ଆଜି ଦିନକରେ ସଂକ୍ରମଣ ସଂଖ୍ୟା ହଜାରେ ଟପିଛି । ଆଜି ରାଜଧାନୀ ଭୁବନେଶ୍ୱରରୁ ୧୦୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୨୧୯ ଜଣ ଚିହ୍ନଟ ହୋଇଥିବା ବେଳେ ୮୨୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ୪୪୭ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌?ସି) ।

ତେବେ ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୪୪୫ ରେ ପହଞ୍ଚିଥିବା ବେଳେ ୩୫ ହଜାର ୬୭୪ଜଣ ସୁସ୍ଥ ହୋଇଛନ୍ତି । ୬ ହଜାର ୪୯୩ ଜଣ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି । ୨୫୭ ଜଣଙ୍କ ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.