fbpx

ଆଇପିଏଲ ଟ୍ରାନ୍ସଫର ୱିଣ୍ଡୋ: ଏହି ଚାରି ଖେଳାଳୀଙ୍କ ଉପରେ ରାଜସ୍ଥାନର ନଜର

ନୂଆ ଦିଲ୍ଲୀ, ୨୮/୦୪: ଆଇପିଏଲ ୨୦୨୧ର ଏହି ସିଜିନର ଏକ ତୃତୀୟାଂଶ ମୁକାବିଲା ଶେଷ ହୋଇଛି । ଟି ୨୦ ଲିଗର ଟ୍ରାନ୍ସଫର ବିଡ ଆରମ୍ଭ ହୋଇଛି । ଏହାଦ୍ୱାରା ଫ୍ରାନଚାଇଜମାନେ ପରସ୍ପରଠାରୁ ଖେଳାଳୀଙ୍କୁ ଲୋନରେ ନେଇ ପାରିବେ । ଏହାଛଡା ସେମାନେ ଖେଳାଳୀଙ୍କୁ ବିକ୍ରି ମଧ୍ୟ କରିପାରିବେ । କରୋନାର ବଢୁଥିବା ସଂକ୍ରମଣକୁ ଯୋଗୁଁ ବିଭିନ୍ନ ଦଳର ଖେଳାଳୀମାନେ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଯାହା ଫଳରେ ଏପର୍ଯ୍ୟନ୍ତ ଖେଳିବାକୁ ସୁଯୋଗ ପାଇ ନଥିବା ଖେଳାଳୀଙ୍କୁ ଏହାଦ୍ୱାରା ସୁଯୋଗ ମିଳିପାରିବ ।

ରାଜସ୍ଥାନର ରୟାଲ୍ସର ୮ରୁ ୪ ବିଦେଶୀ ଖେଳାଳୀ ମ୍ୟାଚ ଛାଡିଛନ୍ତି । ବେନ ଷ୍ଟୋକ୍ସ ଏବଂ ଜୋଫ୍ରା ଆର୍ଚର ଆଘାତ କାରଣରୁ ଖେଳିପାରିବେ ନାହିଁ । ସେପଟେ ଲିୟାମ ଲିବିଙ୍ଗଷ୍ଟୋନ ଏବଂ ଆନଡ୍ର୍ୟୁ ଟଏ କୋଭିଡ-୧୯ କାରଣରୁ ମ୍ୟାଚ ଛାଡିଛନ୍ତି । ସେପଟେ ଆରସିବିର ଆଡାମ ଜାମ୍ପା ଏବଂ ଫେଡ ରିଚାର୍ଡସନ ମ୍ୟାଚରୁ ଓହରିଛନ୍ତି । ଅବଶ୍ୟ ରିଚାର୍ଡସନଙ୍କ ଜାଗାରେ ମୁମ୍ବାଇ ସ୍କଟ କୁଗଲଇନଙ୍କୁ ଯୋଡିଛି ।

ରାଜସ୍ଥାନ ପାଖରେ ବିଦେଶୀ ଖେଳାଳୀ ଭାବରେ କେବଳ ଜୋସ୍ ବଟଲର, କ୍ରିସ୍ ମୋରିସ୍, ଡେଭିଡ ମିଲର ଏବଂ ମୁସ୍ତାଫିଜୁର ରହମାନ ରହିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସଠାରୁ  ରବିନ୍ ଉଥାପ୍ପାକୁ ଦେବାକୁ ଦଳ ଦାବି କରିଛି । ଦଳର ଓପନର୍ ବ୍ୟାଟ୍ସମ୍ୟାନ୍ ଏପର୍ଯ୍ୟନ୍ତ କିଛି ବିଶେଷ ପ୍ରଦର୍ଶନ କରିପାରି ନାହାଁନ୍ତି। ଏଭଳି ପରିସ୍ଥିତିରେ ଦଳ ପାଇଁ ଉଥାପ୍ପା ଗୁରୁତ୍ୱପୂର୍ଣ୍ଣ ହୋଇପାରନ୍ତି । ଚଳିତ ସିଜନରେ ସେ ଚେନ୍ନାଇ ପାଇଁ ଖେଳିବାର ସୁଯୋଗ ପାଇ ନାହାଁନ୍ତି।

ଆରସିବି ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ଲକି ଫର୍ଗୁସନଙ୍କୁ ଦଳରେ ନେବାକୁ ଚାହୁଁଛି। ଫର୍ଗୁସନ୍ ବର୍ତ୍ତମାନ କୋଲକାତା ନାଇଟ୍ ରାଇଡର୍ସ ସହ ଅଛନ୍ତି। ସେ ଟି -୨୦ ରେ ଭଲ ପ୍ରଦର୍ଶନ କରିଛନ୍ତି । ଏହା ବ୍ୟତୀତ ରାଜସ୍ଥାନ ପଞ୍ଜାବର ଦ୍ରୁତ ବୋଲର ଇଶାନ ପୋରେନଙ୍କୁ ନିଜ ଦଳରେ ନେବାକୁ ଚାହୁଁଛନ୍ତି। ଅନ୍ୟପକ୍ଷରେ, ବର୍ତ୍ତମାନ ସନରାଇଜର୍ସ ହାଇଦ୍ରାବାଦ ସହିତ ଥିବା ଜେସନ ରୟଙ୍କୁ ମଧ୍ୟ ରାଜସ୍ଥାନ ନିଜ ଦଳରେ ନେବାକୁ ଚାହିଁବ ।

Get real time updates directly on you device, subscribe now.