ଉତ୍ତମଙ୍କୁ ନେଇ ଆସିଲା ବଡ଼ ସୂଚନା, କିପରି ଅଛନ୍ତି ଅଭିନେତା
୨ ଦିନ ତଳେ ଦିଲ୍ଲୀକୁ ଏୟାରଲିଫ୍ଟ ହୋଇଥିଲେ ଉତ୍ତମ ମହାନ୍ତି। ହେଲେ ଏବେ କିପରି ଅଛି ତାଙ୍କ ସ୍ୱାସ୍ଥ୍ୟବସ୍ଥା। ଆସିଲା ବଡ଼ ଅପଡେଟ୍।
ଭୁବନେଶ୍ୱର: କିପରି ରହିଛି ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା। କାରଣ ଦୁଇ ଦିନ ହେବ ସେ ଦିଲ୍ଲୀ ଗୁରୁଗାଁର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ। ଅଧିକ ଉତ୍ତମ ଚିକିତ୍ସା ପାଇଁ ଭୁବନେଶ୍ୱରରୁ ତାଙ୍କୁ ଦିଲ୍ଲୀକୁ ଏୟାରଲିଫ୍ଟ କରାଯାଇଥିଲା।
ହେଲେ ଏବେ କିପରି ରହିଛି ତାଙ୍କ ସ୍ୱାସ୍ଥ୍ୟବସ୍ଥା। ସ୍ୱାସ୍ଥ୍ୟରେ କିଛି ସୁଧାର ଆସିଛି। ନା ଅଧିକ ବିଗିଡିଛି। କାରଣ ସେ ଅତ୍ୟନ୍ତ ଗୁରୁତର ଥିଲେ। ଆଉ ତାଙ୍କୁ ଦିଲ୍ଲୀ ନେବା ସମୟରେ ସାଙ୍ଗରେ ଥିଲେ ପୁଅ ବାବୁଶାନ ଓ ବୋହୂ ତୃପ୍ତି।
ଉତ୍ତମଙ୍କ ଅବସ୍ଥା: ଯଦି ଦେଖିବା ଏବେ ଯାଏଁ ଯାହା ସୂଚନା ଆସିଛି କି ଉତ୍ତମଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଭୁବନେଶ୍ୱରରୁ ଦିଲ୍ଲୀ ସ୍ଥାନାନ୍ତର ହେବା ସମୟରେ ସ୍ୱାସ୍ଥ୍ୟବସ୍ଥା ଯେପରି ବିଗିଡ଼ି ଚାଲିଥିଲା। ଏବେ ସେପରି କୌଣସି ପରିସ୍ଥିତି ନାହିଁ।
ତାଙ୍କ ଦେହ ଅଧିକ ଖରାପ ଆଡକୁ ଗତି କରିନାହିଁ। କି ଭଲ କଣ୍ଡିସନରେ ବି ନାହାନ୍ତି। ଯାହା ଜଣା ପଡିଛି ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଆଶା କରାଯାଉଛି ସେ ଖୁବଶୀଘ୍ର ଭଲ ହୋଇ ଘରକୁ ଫେରିବେ। ଆଉ ଅଧା ରହିଯାଇଥିବା ଫୁଲ୍ମ ସୁଟିଂକୁ ପୁରା କରିବେ।
ଲିଭର ସିରୋସିସରେ ପୀଡ଼ିତ: ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚାଲିଛି ଉତ୍ତମ ମହାନ୍ତିଙ୍କ ଚିକିତ୍ସା। ସେ ଲିଭର ସିରୋସିସ୍ ରେ ପୀଡ଼ିତ ଅଛନ୍ତି। ସେଥିପାଇଁ ସେ ନିୟମିତ ଭାବରେ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଆନ୍ତି।
ହେଲେ ଏଥର ଦୀର୍ଘ ବର୍ଷ ପରେ ସେ ଏକ ଫିଲ୍ମ ସୁଟିଂ କରୁଥିଲେ। ଯେଉଁଥିରେ ସହ କଳାକାର ଥିଲେ ସ୍ତ୍ରୀ ଅପରାଜିତା ମହାନ୍ତି ଓ ପୁଅ ବାବୁଶାନ ମହାନ୍ତି। ସୁଟିଂ ସେଟରେ ହଠାତ୍ ତାଙ୍କ ଦେହ ଖରାପ ହୋଇଯାଇଥିଲା।
ପରେ ୫ ଦିନ ତଳେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରିବାର ଲୋକ ଉତ୍ତମ ଚିକିତ୍ସା ପାଇଁ ଉତ୍ତମଙ୍କୁ ଦିଲ୍ଲୀ ନେଇଯାଇଛନ୍ତି। ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।