fbpx
BJD
BJD SKY
BJD SKY

ସମସ୍ତ ବ୍ୟଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ବଡ଼ ଖବର, ୪ଲକ୍ଷ ଟଙ୍କା କ୍ଷତିରୁ ବଞ୍ଚିବା ପାଇଁ କରନ୍ତୁ ଏହି କାର୍ଯ୍ୟ

ନୁଆଦିଲ୍ଲୀ: ସଧାରଣ ନାଗରିକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ଚଲାଉଛନ୍ତି। ଏଥି ମଧ୍ୟରୁ କିଛି ଏପରି ରହିଛି ଯାହା ଆପଣ ଅତି ସାଧାରଣ ପ୍ରିମିୟମ ଦେଇ ଏହାର ଲାଭ ଉଠାଇ ପାରିବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସାଧାରଣ ଲୋକଙ୍କ ଲାଗି ଏଭଳି ଦୁଇଟି ଯୋଜନା ଆଛି। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା।

ଆପଣ ଏହି ଦୁଇଟି ଯୋଜନାର ଲାଭ ପ୍ରିମିୟମ ଦେଇ ଉଠାଇପାରିବେ। ତେବେ ଯେ କୌଣସି ପରିସ୍ଥିତିରେ ଏହାର ମେ ୩୧ ତାରିଖ ସୁଦ୍ଧା ରିନୁଆଲ ହୋଇଯିବା କଥା। ଏହାର ରିନୁଆଲ ହେବା ପାଇଁ ଆପଣଙ୍କ ଖାତାରେ ପର୍ଯ୍ୟାପ୍ତ ସେଭିଙ୍ଗ ଥିବା ଆବଶ୍ୟକ। ରିନୁଆଲ ପାଇଁ ଏହି ରାଶି ପୁର୍ବବର୍ଷ ଏନରୋଲ ହୋଇଥିବା ଆକାଉଣ୍ଟରୁ ସ୍ୱତଃ ଡେବିଟ୍ ହୋଇଯିବ।

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବିମା ଯୋଜନାରେ ୧୮ରୁ ୫୦ ବର୍ଷ ପର୍ଯ୍ୟନ୍ତ ବୟସର ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ଏଥି ପାଇଁ ପ୍ରତିବର୍ଷ ୩୩୦ ଟଙ୍କା ପ୍ରିମିୟମ ଭରିଲେ ୨ ଲକ୍ଷ ଟଙ୍କାର ଜୀବନ ବିମା ମିଳିଥାଏ। ସେହିଭଳି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ୧୮ରୁ ୭୦ ବର୍ଷ ପର୍ଯ୍ୟନ୍ତ ବୟସର ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ। ଏଥିରେ ବର୍ଷକୁ ୧୨ ଟଙ୍କାର ପ୍ରିମିୟମରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିମା ମିଳିଥାଏ।

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ଦୁର୍ଘଟଣା କାରଣରୁ ମୃତ୍ୟୁ କିମ୍ବା ଅକ୍ଷମତା ହେଲେ ଏହା କଭର କରିଥାଏ। ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ ବ୍ୟକ୍ତିଙ୍କୁ ୨ଲକ୍ଷ ଟଙ୍କ ଏବଂ ଆଂଶିକ ଅକ୍ଷମତା ହେଲେ ବୀମାଭୁକ୍ତ ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ଏହି ଅନୁଯାୟୀ ୩୧ ମେ ସୁଦ୍ଧା ଉଭୟ ଯୋଜନା ପାଇଁ ୩୪୨ଟଙ୍କା ପ୍ରିମିୟମ ଭରିବାକୁ ପଡ଼ିବ।

Get real time updates directly on you device, subscribe now.