fbpx

ପୁଣି ଥରେ ଗର୍ଜିବ ବୁଲଡୋଜର, ୧୮ ହଜାର ଘର-ଦୋକାନ ଉଚ୍ଛେଦ କରିବାକୁ ପ୍ରସ୍ତୁତି

Advertisement

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ପୁଣି ଥରେ ଗର୍ଜି ଉଠିବ ବୁଲଡୋଜର। ଦିଲ୍ଲୀ ନଗର ନିଗମ ପୂର୍ବ ଦିଲ୍ଲୀର ପ୍ରାୟ ୧୮ ହଜାରରୁ ଅଧିକ ଦୋକାନ, ଘର ଏବଂ ନିର୍ମାଣ ଉଚ୍ଛେଦ ପାଇଁ ବୁଲଡୋରର ପ୍ରସ୍ତୁତି କରୁଛନ୍ତି। ତେଣୁ ନିଗମର ଭବନ ବିଭାଗ ୨୦ ବର୍ଷରୁ ଅଧିକ ପୁରୁଣା କୋଠାକୁ ଅବୈଧ ନିର୍ମାଣ ଶ୍ରେଣୀରେ ତାକିକାଭୁକ୍ତ କରିଛନ୍ତି।

ଗୋଟିଏ ନିଗମ ହେବା ପୂର୍ବରୁ ସଂପତ୍ତିର ମାଲିକଙ୍କୁ ଲଗାତାର ନୋଟିସ୍ ପଠାଯାଉଛି। ନୋଟିସ୍ ମିଳିବା ପରଠୁ ମାଲିକଙ୍କ ହୃଦସ୍ପନ୍ଦନ ବଢି ଯାଇଛି। ଯେଉଁ ଘରଗୁଡିକୁ ଉଚ୍ଛେଦ କରିବା ପାଇଁ ବୁକ୍ କରାଯାଇଛି, ସେଥିରେ ଲୋକ ନିଜ ପରିବାର ସହ ରହୁଛନ୍ତି।

ସୂଚନା ଅନୁଯାୟୀ, ଗୋଟିଏ ନଗର ନିଗମ ହେବା ପୂର୍ବରୁ ପୂର୍ବ ଦିଲ୍ଲୀ ନିଗମ ଭବନ ବିଭାଗର ଅଧିକାରୀ ଅଶୋକ ନଗର, ଲକ୍ଷ୍ମୀନଗର, ଖିଚଡିପୁର, ଦିଲଶାଦ ଗାର୍ଡେନ, ଗୀତା କଲୋନୀ, ଶକରପୁର, ମଣ୍ଡାବଲି, ଉସମାନପୁର, ଗାନ୍ଧୀନଗର, ରଘୁବରପୁରା, ସିଲମପୁର, ମଉଜପୁର, ଶାହଦରା ଦକ୍ଷିଣ ଏବଂ ଶାହଦରା ଉତ୍ତର ଜୋନ ସହିତ ଅନ୍ୟ ଲୋକଙ୍କୁ ମଧ୍ୟ ଭବନ ବିଭାଗ ପକ୍ଷରୁ ବ୍ୟାପକ ସଂଖ୍ୟାରେ ନୋଟିସ୍ ପଠାଯାଇଛି।

ଯେଉଁ ମାଲିକମାନଙ୍କୁ ନୋଟିସ୍ ମିଳିଛି, ସେମାନେ ନାମ ନଛାପିବା ସର୍ତ୍ତରେ କହିଛନ୍ତି ଯେ, ନିଗମ ପକ୍ଷରୁ ଆମକୁ କୁହାଯାଇଛି ଯେ, ଘର ଖାଲି କର ନଚେତ୍ ଭାଙ୍ଗି ଦିଆଯିବ। ତାଙ୍କ ଘର ୧୦ରୁ ୨୦ ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ମାଲିକମାନେ କହିଛନ୍ତି।

ଦିଲ୍ଲୀ ନଗର ନିଗମର ବରିଷ୍ଠ ଅଧିକାରୀଙ୍କ କହିବା କଥା ଯେଉଁ ଲୋକଙ୍କୁ ନୋଟିସ୍ ପଠାଯାଇଛି, ସେମାନଙ୍କ ଘର କିମ୍ବା ଦୋକାନ ଭଙ୍ଗା ଯିବାର କୌଣସି ଯୋଜନା ନାହିଁ। ଏହି ଉଚ୍ଛେଦ ଅନଧିକୃତ କଲୋନୀରେ କରାଯିବ ନାହିଁ। କେବଳ ସଡକ ଏବଂ ପାର୍କରୁ ଜବରଦଖଲ ଉଚ୍ଛେଦ କରାଯିବ। ଏହି ସମ୍ବନ୍ଧରେ ନଗର ନିଗମ ତରଫରୁ ଏକ ସାର୍ବଜନୀନ ନୋଟିସ୍ ମଧ୍ୟ ଜାରି କରାଯାଉଛି।

Get real time updates directly on you device, subscribe now.