fbpx

Qualifier 2: ଫାଇନାଲ୍ ଟିକେଟ୍ ପାଇଁ ମୁହାଁମୁହିଁ ହେବେ ରାଜସ୍ଥାନ-ବେଙ୍ଗାଲୁରୁ, ଜାଣନ୍ତୁ କାହାର ପଲ୍ଲା ଭାରି

ଅହମ୍ମଦାବାଦ: ଆଇପିଏଲ ୨୦୨୨ର ଦ୍ଵିତୀୟ କ୍ଵାଲିଫାୟରରେ ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଏହି ମୁକାବିଲା କୋଲକାତାଠୁ ୧୬୧୭ କିଲୋମିଟର ଦୂର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ରାଜସ୍ଥାନ ନିଜର ପ୍ରଥମ କ୍ଵାଲିଫାୟର ମ୍ୟାଚରେ ଗୁଜରାଟ ଟାଇଟନ୍ସ ହାତରୁ ପରାଜିତ ହୋଇଥିବା ବେଳେ ଏଲିମିନେଟର ମୁକାବିଲାରେ ବେଙ୍ଗାଲୁରୁ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ ହରାଇ ଏଠାରେ ପହଞ୍ଚିଛି। ଏହି ମୁକାବିଲାର ବିଜେତା ମେ ୨୯ରେ ଖେଳାଯିବାକୁ ଥିବା ଫାଇନାଲ୍ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ଭେଟିବ।

ରାଜସ୍ଥାନ ଉପରେ ବେଙ୍ଗାଲୁରୁର ପଲ୍ଲା ଭାରି

ଆଇପିଏଲ ଇତିହାସରେ ଏହି ଦୁଇ ଦଳ ପରସ୍ପରକୁ ୨୭ ଥର ଭେଟିଛନ୍ତି। ଏଥିରୁ ବେଙ୍ଗାଲୁରୁ ୧୩ଟି ଜିତିଥିବା ବେଳେ ରାଜସ୍ଥାନ ୧୧ଟି ଜିତିଛି। ଗତ ଦୁଇଟି ସିଜିନରେ ବେଙ୍ଗାଲୁରୁ ରାଜସ୍ଥାନକୁ ଚାରି ଥର ହରାଇ ସାରିଛି। ଆଇପିଏଲ ୨୦୨୨ରେ ମଧ୍ୟ ଦୁଇ ଦଳ ମଧ୍ୟରେ ଦୁଇଟି ମୁକାବିଲା ଖେଳା ଯାଇଛି ଏବଂ ଦୁଇ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି।

କୋଲକାତାଠୁ ଅହମ୍ମଦାବାଦର ପରିବେଶ ଅଲଗା ରହିଛି। ଅହମ୍ମଦାବାଦରେ ଅଧିକ ଶୁଷ୍କ ଗରମ ରହିଛି। ରାତିରେ ତାପମାତ୍ରା ଖସି ୨୯ ଡିଗ୍ରୀ ସେଲସିୟମ ରହିବାର ଅନୁମାନ କରାଯାଇଛି। ମଇଦାନରେ ଛଅ ଲାଲ ମାଟିର ପିଚ୍ ଏବଂ ପାଞ୍ଚ କଳା ମାଟିର ପିଚ୍ ରହିଛି। ଆଜିର ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ ପାଇଁ କ୍ୟୁରେଟର ଅଧିକ ବ ବାଉନ୍ସିଂ ପିଚ୍ ତିଆରି କରି ପାରନ୍ତି।

ଦୁଇ ଦଳର ସମ୍ଭାବିତ ଚୂଡାନ୍ତ ଏକାଦଶ

ରାଜସ୍ଥାନ ରୟାଲ୍ସ– ଯଶସ୍ଵୀ ଜୟସଓ୍ଵାଲ, ଜୋସ୍ ବଟଲର, ସଞ୍ଜୁ ସାମସନ(ଅଧିନାୟକ/ଓ୍ଵିକେଟ୍ କିପର), ଦେବଦତ୍ତ ପାଡିକଲ, ସିମରନ ହେଟମାୟର, ରିୟାନ ପରାଗ, ରବିଚନ୍ଦ୍ରନ ଅଶ୍ଵିନ, ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କୃଷ୍ଣା, ୟୁଜବେନ୍ଦ୍ର ଚହଲ, ଓବେଡ ମାକକୟ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ– ବିରାଟ କୋହଲି, ଫାଫ ଡୁ ପ୍ଲେସିସ୍(ଅଧିନାୟକ). ରଜତ ପାଟିଦାର, ଗ୍ଲେନ ମ୍ୟାକ୍ସଓ୍ଵେଲ, ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର), ମହିପାଲ ଲୋମରୋର, ଶାହବାଜ ଅହମ୍ମଦ, ଓ୍ଵାନିନ୍ଦୁ ହସରଙ୍ଗା, ହର୍ଷଲ ପଟେଲ୍, ମହମ୍ମଦ ସିରାଜ, ଜୋଶ ହେଜେଲଉଡ।

Get real time updates directly on you device, subscribe now.