fbpx

କୃଷକ ଓ ସରକାରଙ୍କ ଲାଗି ବଡ ଖବର, ଚଳିତ ବର୍ଷ ଲାଗି IMD ଦେଲା ବର୍ଷାର ଅପଡେଟ୍

ନୂଆଦିଲ୍ଲୀ: ଭାରତର ପାଣିପାଗ ବିଜ୍ଞାନ ବିଭାଗ(IMD) ଏଥର ବର୍ଷାଋତୁରେ ଜୋରଦାର ବର୍ଷା ହେବା ନେଇ ଆଗୁଆ ସୂଚନା ଦେଇଛି । ଏହି ପୂର୍ବାନୁମାନ କେନ୍ଦ୍ର ଓ ରାଜ୍ୟ ଲାଗି ପରୋକ୍ଷରେ ଏକ ଚେତାବନୀ ଅଟେ । ଏହାଦ୍ୱାରା କେନ୍ଦ୍ର ଓ ରାଜ୍ୟ ସରକାର ବନ୍ୟା ସ୍ଥିତି ଓ ଏହାର ପ୍ରଭାବରୁ ରକ୍ଷା ପାଇବା ପାଇଁ ସମୟ ପୂର୍ବରୁ ସଚେତ ରହିପାରିବେ ।

ଆଇଏମ୍‌ଡି ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ବର୍ଷାର ସ୍ଥିତି ସ୍ୱଭାବିକ ଠାରୁ ଅଧିକ, ଦୀର୍ଘ ସମୟ ଓ ହାରାହାରି ୧୦୬%ରୁ ଅଧିକ ରହିବା ନେଇ ଅନୁମାନ ଲଗାଇଛି । ଏହି ଅନୁମାନ କୃଷକଙ୍କ ଲାଗି ଓ କୃଷି କ୍ଷେତ୍ରର ବିକାଶ ଲାଗି ବେଶ୍ ଗୁରୁତ୍ୱପୂର୍ଣ୍ଣ ।
ଅଧିକ ବର୍ଷାର ପୂର୍ବାନୁମାନ ଭାରତର ସୁସ୍ଥ କୃଷି ଅର୍ଥବ୍ୟବସ୍ଥା ଓ ସୁସ୍ଥ ଗ୍ରାମୀଣ ଆବଶ୍ୟକତା ଲାଗି ଗୁୁରୁତ୍ୱପୂର୍ଣ୍ଣ । କିନ୍ତୁ ଅନ୍ୟପକ୍ଷରେ ଅତ୍ୟଧିକ ବର୍ଷା ବନ୍ୟା ରୂପରେ ପ୍ରଳୟ ରଚିପାରେ ଯାହା ସରକାରଙ୍କ ଲାଗି ସତର୍କ ରହିବାକୁ ଏକ ଚେତାବନୀ । ଏହାଫଳରେ ସରକାର ସମୟ ପୂର୍ବରୁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିପାରିବେ । ଯାହାଦ୍ୱାରା ବନ୍ୟା ସ୍ଥିତିରେ ଧନ ଜୀବନ ଓ ଫସଲକୁ କମ୍‌ରୁ ଅତି କମ୍ କ୍ଷତି ପହଞ୍ଚିବ ।

ସରକାରୀ ଅନୁମାନ ଅନୁଯାୟୀ ଆର୍ଥିକ ବର୍ଷ ୨୦୨୪ରେ କୃଷି ବିକାଶ ହାର ବହୁତ ହ୍ରାସ ପାଇ ୦.୭% ହୋଇଯାଇଥିଲା ଯାହା ୨୦୨୩ରେ ୪.୭% ଥିଲା । ଏହାର କାରଣ ବର୍ଷା ହିଁ ଥିଲା । ଏଥର ଭଲ ବର୍ଷା ସହିତ ଭଲ ଫସଲ ହେବାର ଅନୁମାନ ଲଗାଯାଇଛି ଯାହା କୃଷି ଆୟରେ ସୁଧାର ଆଣିବା ସହ ଗ୍ରାମୀଣ ଅର୍ଥନୀତିରେ ବି ସୁଧାର ଆଣିବ ।
ତେବେ କେରଳରେ ମୌସୁମୀ ପହଞ୍ଚିବା ପୂର୍ବରୁ ଆଇଏମଡି ମେ’ ଶେଷ ସୁଦ୍ଧା ପୂର୍ବାନୁମାନର ଅପଡେଟ୍ ଜାରି କରିବ । ଏହାଦ୍ୱାରା ଜଣାପଡିଯିବ କି ବିଭିନ୍ନ ଅଞ୍ଚଳରେ ଓ ୪ ମାସରେ ବର୍ଷାର ପରିମାଣ କିପରି ରହିବ ।

Get real time updates directly on you device, subscribe now.