fbpx

ଜେଲ୍‌ରେ କେଜ୍ରିୱାଲଙ୍କୁ ଦିଆଯାଉଛି ସ୍ଲୋ ଡେଥ୍‌, ବଡ ଅଭିଯୋଗ ଆଣିଲେ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ତିହାର ଜେଲ୍‌ରେ ବନ୍ଦ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ଆମ ଆଦମୀ ପାର୍ଟି ବିଜେପି ଓ କେନ୍ଦ୍ର ସରକାରଙ୍କ ଉପରେ ବହୁ ଅଭିଯୋଗ ଆଣିଛି । ଏପରିକି କୁହାଯାଉଛି କି କେଜ୍ରିୱାଲଙ୍କୁ ଜେଲ୍‌ରେ ସ୍ଲୋ ଡେଥ୍ ଦିଆଯାଉଛି । ଦିଲ୍ଲୀ ସରକାରରେ ମନ୍ତ୍ରୀ ଓ ବରିଷ୍ଠ ନେତା ସୌରଭ ଭରଦ୍ୱାଜ ଶନିବାର କହିଛନ୍ତି କି ଜେଲ୍‌ରେ କେଜ୍ରିୱାଲଙ୍କୁ ଧୀରେ ଧୀରେ ହତ୍ୟା କରାଯାଉଛି । ସେ କହିଛନ୍ତି ଅଧିକ ସୁଗାର କାରଣରୁ ସେ ବାରମ୍ବାର ଇନସୁଲିନ୍ ଆବଶ୍ୟକ କରୁଛନ୍ତିି । କିନ୍ତୁ ଏହାକୁ କେହି ସ୍ୱୀକାର କରୁନାହାନ୍ତି ।

ଦିଲ୍ଲୀ ସରକାରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି ସୁଗାର ସ୍ତର ବଢିଯିବା ଦ୍ୱାରା ନର୍ଭ, କିଡନୀ,ଲିଭର , ଆଖି ଓ ହାର୍ଟ ଉପରେ ପ୍ରଭାବ ପଡିଥାଏ ଯାହାକୁ ସହଜରେ ଠିକ୍ କରାଯାଇ ପାରିବ ନାହିଁ । ସେ କହିଛନ୍ତି ଯଦି ମୁଖ୍ୟମନ୍ତ୍ରୀଙ୍କ କିଡନୀ ଖରାପ ହୋଇଯିବ ତେବେ କେହି ଏଲଜି ତାଙ୍କୁ କିଡନୀ ଦେଇପାରିବେ ନାହିଁ । ତାଙ୍କ ଲିଭର ନଷ୍ଟ ହୋଇଗଲେ କି ଦୃଷ୍ଟିଶକ୍ତି ଖରାପ ହୋଇଗଲେ କେହି ତାଙ୍କୁ ଏହା ଦେଇପାରିବ ନାହିଁ । ମୁଁ ପୁରା ସିଧା ସିଧା କହୁଛି କି ଜେଲ୍‌ରେ ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର ରଚାଯାଉଛି କି ତାଙ୍କୁ କିପରି ମାରି ଦିଆଯିବ । କେଜ୍ରିୱାଲଙ୍କୁ ସ୍ଲୋ ଡେଥ୍ ଦିଆଯାଉଛି ବୋଲି ସେ କହିଛନ୍ତି ।

ସୌରଭ ଭରଦ୍ୱାଜ କହିଛନ୍ତି ମୋଟ ଉପରେ କେଜ୍ରିୱାଲଙ୍କୁ ଜେଲ୍‌ରେ ମାରିଦେବାକୁ ପୁରା ଷଡଯନ୍ତ୍ର କରାଯାଉଛି । ତାଙ୍କର ବିଭିନ୍ନ ଅଙ୍ଗ କିପରି ନଷ୍ଟ ହୋଇଯିବ ସେଥିପାଇଁ ପ୍ଲାନିଂ କରାଯାଉଛି । ଯେତେବେଳେ ୨-୪ମାସ ପରେ ସେ ଜେଲ୍‌ରୁ ବାହାରିବେ ସେତେବେଳେ ସେ ନିଜର ହାର୍ଟ, କିଡନି କିମ୍ବା ଲିଭର ଚିକିତ୍ସା ଲାଗି ପ୍ରତିଦିନ ହସ୍ପିଟାଲ ହିଁ ଦୌଡିବେ ଓ ଧୀରେ ଧୀରେ ସେ ମୃତ୍ୟୁ ଆଡକୁ ଅଗ୍ରସର ହେବେ । ସେ କହିଛନ୍ତି କେଜ୍ରିୱାଲ ବାରମ୍ବାର ଇନସୁଲିନ୍ ଦାବୀ କରୁଛନ୍ତି କିନ୍ତୁ ଜେଲ୍ ପ୍ରଶାସନ ତାଙ୍କ ଦାବୀକୁ ସ୍ୱୀକାର କରୁନାହାନ୍ତି ।

Get real time updates directly on you device, subscribe now.