fbpx

ATMରୁ ଟଙ୍କା ଉଠାଉଥିବା ଲୋକଙ୍କ ପାଇଁ ବଡ ଖବର: ଏବେ ଆକାଉଣ୍ଟରୁ ଉଠାଇଲେ ଏତିକି ଟଙ୍କା କଟିଯିବ! ଆରବିଆଇ ଦେଲା ସୂଚନା

ନୁଆଦିଲ୍ଲୀ: ଆଜିକାଲି ଏଟିଏମରୁ ଟଙ୍କା ଉଠାଇବାକୁ ନେଇ ଅନେକ ପ୍ରକାର ନିୟମ ସବୁ ଆସୁଛି। ଯଦି ଆପଣ ଏଟିଏମ କାର୍ଡ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏହି ଖବର ଜାଣିବା ଜରୁରୀ। ନିକଟରେ ଏକ ଖବର ଭାଇରାଲ ହେଉଥିଲା। ଯେଉଁଥିରେ କୁହାଯାଇଥିଲା ଯେ, ଆପନ ଯଦି ଗୋଟିଏ ମାସରେ ୪ରୁ ଅଧିକ ଥର ଟଙ୍କା ଉଠାଉଛନ୍ତି, ତେବେ ଆପଣଙ୍କୁ ଅଧିକ ଚାର୍ଜ ଦେବାକୁ ପଡ଼ିବ।

ତେବେ ଏହି ଖବର ବହୁଳ ମାତ୍ରାରେ ଭାଇରାଲ ହେବା ପରେ କେନ୍ଦ୍ର ସରକାରଙ୍କ ସମ୍ବାଦ ସରବରାହ ସଂସ୍ଥା ପିଆଇବି ଏହାର ସତ ଜାଣିବାକୁ ଚେଷ୍ଟା କରିଥିଲା। ଯେଉଁଥିରେ ସତ ସାମ୍ନାକୁ ଆସିଥିଲା। ରିଜର୍ଭ ବ୍ୟାଙ୍କରେ ଉପଲବ୍ଧ ସୂଚନା ଅନୁସାରେ ବ୍ୟାଙ୍କ ପ୍ରତି ମାସରେ ୫ଥର ଟଙ୍କା ଉଠାଇବା ପାଇଁ କୋଣସି ଚାର୍ଜ ନେଇ ନଥାଏ। ଏହା ସମ୍ପୁର୍ଣ୍ଣ ଭାବରେ ମୁକ୍ତ ଅଟେ। ପିଆଇବି ଏହାର ଅଫିସିଆଲ ଟୁଇଟର ଆକାଉଣ୍ଟରେ ଏକ ପୋଷ୍ଟ କରିଛି। ଯେଉଁଥିରେ ଲଖାଯାଇଛି ଯେ, ୪ଥରରୁ ଅଧିକ ଥର ଟଙ୍କା ଉଠାଇଟେ ୧୫୦ ଟଙ୍କା ଟ୍ୟାକ୍ସ ଏବଂ ୨୩ ଟଙ୍କା ସେବା କର ଦେବାକୁ ପଡିବ ବୋଲି ଦାବି କରାଯାଇଛି।

ତେବେ ପିଆଇବି ଦାବିକୁ ଖାରଜ କରିଛି ଏବଂ ଏହାକୁ ନକଲି ବୋଲି କହିଛି। ଲୋକମନେ ବ୍ୟାଙ୍କର ଏଟିଏମରୁ ପ୍ରତି ମାସରେ ୫ ଟି ମାଗଣା କାରବାର କରିପାରିବେ। ଏହା ପରେ, ଯଦି କାରବାର କରାଯାଏ ତେବେ ସର୍ବାଧିକ ₹ ୨୧ / ଚାର୍ଜ ଲାଗିବି କିମ୍ବା କୌଣସି ଟ୍ୟାକ୍ସ ଥିଲେ, ଏହାକୁ ପୃଥକ ଭାବରେ ଦେବାକୁ ପଡିବ।

ଯଦି ଜଣେ ଗ୍ରାହକ ଅନ୍ୟ ବ୍ୟାଙ୍କର ଏଟିଏମ୍ ବ୍ୟବହାର କରନ୍ତି ତେବେ ମେଟ୍ରୋ ସହରଗୁଡିକରେ ଏକ ମାସରେ ତିନୋଟି ଆର୍ଥିକ ଏବଂ ଅଣ-ଆର୍ଥିକ କାରବାର ମାଗଣା। ଅଣ ମେଟ୍ରୋ ସହରଗୁଡିକ ପାଇଁ ପାଞ୍ଚଟି କାରବାର ମାଗଣା। ମାଗଣା କାରବାର ପରେ ୨୦ ଟଙ୍କା ଚାର୍ଜ କରାଯିବ। ତେବେ, ଜାନୁୟାରୀ ୧, ୨୦୨୨ ରୁ ଲାଗୁ ନୂଆ ନିୟମ ଅନୁଯାୟୀ ସର୍ବାଧିକ ୨୧ ଟଙ୍କା ଆଦାୟ କରାଯାଇପାରିବ।

 

Get real time updates directly on you device, subscribe now.