fbpx

ରାତିରେ ହିଁ କାହିଁକି ଗୋଡ଼ରେ ହୋଇଥାଏ ଅଧିକ ଯନ୍ତ୍ରଣା? ଜାଣନ୍ତୁ ଏହାର କାରଣ…

ଯଦି ଆପଣ ବି ଅନେକ ସମୟରେ ଗୋଡ଼ରେ ହେଉଥିବା ଯନ୍ତ୍ରଣାରେ ଚିନ୍ତିତ ଏବଂ ଅନେକ ଉପାୟ କରି ମଧ୍ୟ ଆପଣଙ୍କୁ ଏଥିରୁ ଆପଣଙ୍କୁ ମୁକ୍ତି ମିଳୁନାହିଁ । ତେବେ ଆପଣଙ୍କୁ ଏହାର କାରଣ ଜାଣିବାକୁ ହେବ । ଗୋଡ଼ରେ ଯନ୍ତ୍ରଣା କେବେବି କାହାକୁ ବି ହୋଇପାରେ । ଥକ୍କାପଣ, ଦୁର୍ବଳତା, ବହୁତ ଅଧିକ ଶାରୀରିକ ପରିଶ୍ରମ କିମ୍ବା କୌଣସି ରୋଗ କାରଣରୁ ଗୋଡ଼ରେ ଯନ୍ତ୍ରଣା ହେବା ସାମାନ୍ୟ । କିନ୍ତୁ ଅନେକ ଲୋକଙ୍କୁ ସବୁବେଳେ ଏହା ଲାଗିରହିଥାଏ । ଯେତେବେଳେକି ଅନେକ ଲୋକ ଏଭଳି ଅଛନ୍ତି ଯାହାଙ୍କୁ ସବୁବେଳେ ରାତିରେ ଶୋଇବା ସମୟରେ ଗୋଡ଼ରେ ଯନ୍ତ୍ରଣା ହୋଇଥାଏ । ଫଳରେ ଅନେକ ସମୟରେ ତାଙ୍କର ନିଦ ମଧ୍ୟ ଭାଙ୍ଗିଥାଏ । ଏଠାରେ ଆପଣଙ୍କୁ କହୁରଖୁଛୁ ଏହି ସମସ୍ୟା ଲକ୍ଷ ଲକ୍ଷ ଲୋକଙ୍କୁ ରହିଛି । ତେବେ ଆଜି ଜାଣିବା ରାତିରେ ଗୋଡ଼ରେ ହେଉଥିବା କାରଣ ଏବଂ ଉପାୟ ବିଷୟରେ କହିବୁ ଯାହା ସାହାଯ୍ୟରେ ଆପଣ ଏହି ସମସ୍ୟାରୁ ଆରାମ ପାଇପାରିବେ ।

୧.  ପ୍ଲାଣ୍ଟର ଫେସିସୀଟିଜ୍: ଗୋଡ଼ର ଅଗ୍ର ଭାଗରୁ ଗୋଇଠି ପର୍ଯ୍ୟନ୍ତ ସ୍ନାୟୁକୁ ପ୍ଲାଣ୍ଟର ଫେସିସୀଟୀଜ କୁହାଯାଏ । ଯେତେବେଳେ ଏହା ଉପରେ ଚାପ ପଡ଼ିଥାଏ ତେବେ ଏହାଦ୍ୱାରା ଗୋଡ଼ରେ ଯନ୍ତ୍ରଣା ଏବଂ ଫୁଲିଥାଏ । ପ୍ଲାଣ୍ଟର ଫେସିସୀଟିଜ୍ ଗୋଇଠି ଯନ୍ତ୍ରଣାର ସବୁଠୁ ସାଧାରଣ କାରଣ ମଧ୍ୟରୁ ଗୋଟିଏ । ଯଦି ଆପଣଙ୍କ ଗୋଇଠି ରେ ସବୁବେଳେ ଯନ୍ତ୍ରଣା ରହୁଛି ତେବେ ଆପଣଙ୍କ ପ୍ଲାଣ୍ଟର ଫେସିସୀଟୀଜରେ କୌଣସି ପ୍ରକାରର ଚାପ ପଡ଼ୁଛି । ମୋଟାପଣ ଏବଂ ବହୁତ ସମୟ ଧରି ଛିଡ଼ା ହେବା କାରଣରୁ ମଧ୍ୟ ଏହି ଯନ୍ତ୍ରଣା ହୋଇପାରେ । ଏହା ସବୁବେଳେ ସକାଳ ସମୟରେ ହୋଇଥାଏ ।

୨. ମୋର୍ଟନ୍ସ ନ୍ୟୁରୋମା: ମୋର୍ଟନ୍ସ ନ୍ୟୁରୋମାରେ ମଧ୍ୟ ଖୁବ୍ ଯନ୍ତ୍ରଣାଦାୟକ ହୋଇଥାଏ । ଏଥିରେ ଆପଣଙ୍କ ଗୋଡ଼ରୁ ଆଙ୍ଗୁଠିର ଶିରା ନିକଟରେ ଫୁଲିଯାଇଥାଏ । ଏହାଦ୍ୱାରା ଜଳିବା ଏବଂ ଶିରାରେ ତୀବ୍ର ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହି ଯନ୍ତ୍ରଣା ଅନେକ ଥର ପୂରା ଦିନ ଏବଂ ରାତି ରହିପାରେ । ଖାସକରି ଯେତେବେଳେ ଆପଣ ଚାଲିଥାନ୍ତି କିମ୍ବା ନିଜ ଗୋଡ଼ ଉପରେ ଚାପ ପଡ଼ିଥାଏ ।

୩. ଗର୍ଭବସ୍ଥା: ଗର୍ଭବସ୍ଥା ସମୟରେ ଶରୀର କ୍ୟାଲସିୟମକୁ ଭିନ୍ନ ଭାବରେ ତ୍ୱରାନ୍ୱିତ କରିଥାଏ । କ୍ୟାଲସିୟମ ସ୍ତରରେ ପରିବର୍ତ୍ତନ ଦ୍ୱାରା ଗୋଡ଼ରେ ଯନ୍ତ୍ରଣା ହୋଇପାରେ ।

୪. ଡାଇବେଟିସ୍: ବ୍ଲଡ ସୁଗାରର ହାଇ ଲେବୁଲ ଧୀରେ-ଧୀରେ ମୁଖ୍ୟ ସ୍ନାୟୁ ସିଷ୍ଟମକୁ କ୍ଷତି ପହଞ୍ଚାଇଥାଏ । ଏଥିରେ ଆପଣଙ୍କ ଗୋଡ଼ର ଶିରା ମଧ୍ୟ ସାମିଲ ହୋଇଥାଏ । ସ୍ଥିତି ବିଗିଡ଼ିବା ଫଳରେ ଏହାଦ୍ୱାରା ଗୋଡ଼ରେ ତୀବ୍ର ଯନ୍ତ୍ରଣା ହୋଇଥାଏ ଯାହା ସମୟ ସହ ବଢ଼ିଥାଏ ।

୫. ଫାଇବ୍ରୋମାୟାଲ୍ଗିୟା ଏକ ଲମ୍ବା ସମୟ ଧରି ରହୁଥିବା ରୋଗ ଯାହା କାରଣରୁ ତୀବ୍ର ଯନ୍ତ୍ରଣା ହୋଇଥାଏ । ଏହାଯୋଗୁଁ ଗୋଡ଼ ଏବଂ ଅନ୍ୟ ଅଙ୍ଗରେ ତୀବ୍ର ଯନ୍ତ୍ରଣା ହୋଇଥାଏ । ଅନେକ ଥର ଅଙ୍ଗ ଉପରେ ଚାପ  କିମ୍ବା ବହୁତ ପରିଶ୍ରମ କାରଣରୁ ଏହି ସ୍ଥିତି ଉତ୍ପନ୍ନ ହୋଇଥାଏ । ରାତିରେ ସବୁବେଳେ ଆଣ୍ଟି-ଇନଫ୍ଲେମେଟୋରୀ ହର୍ମୋନ୍ କାର୍ଟିସୋଲ ସ୍ତର କମ୍ ହେବା କାରଣରୁ ଯନ୍ତ୍ରଣା ଭୟାବହ ହୋଇଯାଏ ।

୬. ଗୋଡ଼ରେ ଯନ୍ତ୍ରଣା ହେବାର ଅନ୍ୟ କିଛି ସାମାନ୍ୟ କାରଣ ହେଉଛି ଆପଣ କିଭଳି ଭାବରେ ବସୁଛନ୍ତି ଏବଂ କେଉଁଭଳି ଭାବରେ ଜୋତା ପିନ୍ଧୁଛନ୍ତି । ଅଧିକ ସମୟ ଧରି ବସି ରହିବା କିମ୍ବା ଛିଡ଼ା ହେବା ଅଧିକ ଚାଲିବା କିମ୍ବା ଦୌଡ଼ିବା ଯୋଗୁଁ ମଧ୍ୟ ଯନ୍ତ୍ରଣା ରହିଥାଏ କିନ୍ତୁ ଏହା ଔଷଧ କିମ୍ବା ସେକ ଦେବାଦ୍ୱାରାଠିକ୍ ହୋଇଯାଏ ।

କୌଣସି ପ୍ରକାରର ଗୋଡ଼ ଯନ୍ତ୍ରଣା ମନୁଷ୍ୟକୁ ଚିନ୍ତିତ କରିଥାଏ । କିନ୍ତୁ ଯଦି ଆପଣ ଲମ୍ବା ସମୟ ଧରି ଏହାଦ୍ୱାରା ଗ୍ରସିତ ଅଛିତ ତେବେ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ତେବେ କିଛି ସାଧାରଣ ଯନ୍ତ୍ରଣା ପାଇଁ ଆପଣ ଏହି ଉପାୟ ଆପଣାଇପାରିବେ । ଯଦି ଯନ୍ତ୍ରଣା ଅଧିକ ରହିଛି ତେବେ ଆପଣ ନିଶ୍ଚୟ ଡାକ୍ତର ପରାମର୍ଶ ନିଅନ୍ତୁ ।

ହାଇଡ୍ରେସନ: ପୂରା ଦିନ ପାଣି ପିଇବା ଦ୍ୱାରା ଆପଣଙ୍କୁ ହାଇଡ୍ରେଟେଡ ରହିବା ଏବଂ ମାଂସପେଶୀରେ ଯନ୍ତ୍ରଣା ହେବାରୁ ଲାଭଦାୟକ ହୋଇଥାଏ ।

ଷ୍ଟ୍ରେଚିଂ: ଗୋଡ଼ର ଆଙ୍ଗୁଠି ଏବଂ ଗୋଇଠିକୁ ଉପର ପଟୁ ଷ୍ଟ୍ରେଚକରି ଆପଣ ମାଂସପେଶୀର ଯନ୍ତ୍ରଣାକୁ ଦୂର କରିପାରିବେ ।

ବ୍ୟାୟାମ: ଅଧିକ ପାଦରେ ଚାଲିବା, ବ୍ୟାୟାମ କିମ୍ବା ଦୌଡ଼ିବା ଦ୍ୱାରା ଗୋଡ଼ରେ ଯନ୍ତ୍ରଣା ହୋଇପାରେ କିନ୍ତୁ ଅନେକ ଥର ପୂରା ଦିନ ବସି ରହିବା ଯୋଗୁଁ ମଧ୍ୟ ଗୋଡ଼ରେ ଯନ୍ତ୍ରଣା ହୋଇଥାଏ । ଏଥିପାଇଁ ଆପଣ ଯଦି ଦିନରେ ହାଲକା-ଫୁଲକା ବ୍ୟାୟାମ କରୁଛନ୍ତି ତେବେ ଏଥିରେ ଆପଣଙ୍କୁ ଗୋଡ଼ରେ ହେଉଥିବା ଯନ୍ତ୍ରଣାରୁ ମଧ୍ୟ ଆରାମ ମିଳିଥାଏ ଏବଂ ଏହାଦ୍ୱାରା ଆପଣଙ୍କୁ ବ୍ଲଡ୍ ସର୍କୁଲେଶନ ମଧ୍ୟ ଭଲ ରହିଥାଏ ।

Get real time updates directly on you device, subscribe now.