fbpx

(Video) ଏ ବୋଉ ଲୋ! ଏତେବଡ଼ ସାପ ରାସ୍ତା ଉପରେ ବୁଲୁଛି, ମୁଁ ଘରୁ ଜମା ବାହାରିବି ନାହିଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ କିଛି ଭୟଙ୍କର ଜନ୍ତୁଙ୍କୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥାଏ । ଏହି କ୍ରମରେ ଏକ ବିଶାଳ ଅଜଗର ସାପକୁ ନେଇ ଜନସାଧାରଣଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏହି ସାପଟି ରାସ୍ତା ଉପରେ ବୁଲୁଥିବା କୁହାଯାଉଛି । ସାପ ଭୟରେ ଲୋକମାନେ ଏବେ ଘରୁ ବାହାରକୁ ବାହାରୁ ନାହାନ୍ତି ।

ସାପକୁ ନେଇ ସୃଷ୍ଟି ହୋଇଥିବା ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାରେ । ୧୫ ଫୁଟ ଲମ୍ବ ବିଶିଷ୍ଟ ଏହି ବିଶାଳକାୟ ଅଜଗରକୁ ଦେଖିବାକୁ ମିଳିଛି ଭାପୁର ମଣିପୁର ରାସ୍ତାରେ । ସାପଟି ରାସ୍ତା ଉପରେ ଶୋଇଥିବା କିଛି ଲୋକ ଦେଖିଥିଲେ । ଏହାପରେ ସାପକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଭିଡ଼ ଜମିଥିଲା ।

ତେବେ ବର୍ତ୍ତମାନ ରାଜ୍ୟରେ କ୍ରମାଗତ ଭାବେ ବର୍ଷାର ଲହରୀ ଲାଗି ରହିଛି । ତେଣୁ ଏପରି ସ୍ଥିତିରେ ସାପଙ୍କର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ସାଧାରଣ ଭାବେ ସାପମାନଙ୍କ ଗାତରେ ପାଣି ପଶିବା ଫଳରେ ସେମାନେ ଜନବସତି ଆଡ଼କୁ ମୁହାଁଇଥାନ୍ତି । ଏବେ ନଦୀ ନାଳମାନଙ୍କରେ ଜଳସ୍ତର ବଢ଼ୁଥିବାରୁ ସାପଟି ପାଣିରେ ଭାସି ଆସିଥିବା କୁହାଯାଉଛି । ସାପଟି ଅସୁସ୍ଥତା କାରଣରୁ ଠିକଭାବେ ଚଳପ୍ରଚଳ ହୋଇ ପାରୁନଥିବା ବେଳେ ତାକୁ ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.