fbpx

ଡିଜିଟାଲ ଭିକାରୀ! ଭିକ ମାଗି କିଣିବେ ହେଲିକପ୍ଟର, ଜାଣନ୍ତୁ ଝୁନଝୁନ ବାବାଙ୍କ କାହାଣୀ

ହେଲିକପ୍ଟର କିଣିବା ସ୍ୱପ୍ନ ନିଶ୍ଚିତ ଭାବେ କେବଳ ଧନୀ ଲୋକମାନେ ହିଁ ଦେଖିପାରନ୍ତି । କିନ୍ତୁ କଣ ଜଣେ ଗରିବ କି ଜଣେ ଭିକାରୀ ଏଭଳି କିଛି ସ୍ୱପ୍ନ ଦେଖିପାରିବ ? ଏ କଥାଟି ଖୁବ ଅବାସ୍ତବ ଲାଗିଲେ ବି ଏକଦମ୍ ନିଛଟ ସତ କାହାଣୀଟିଏ । ତେବେ ଏମିତି କିଛି ସ୍ୱପ୍ନ ରଖିଛନ୍ତି ଜଣେ ଭିକାରୀ । ପୁଣି ଜଣେ ଡିଜିଟାଲ ଭିକାରୀ ।

ଭିକ ମାଗି ଜୀବନଯାପନ କରୁଥିବା ବାବା ଆକାଶକୁ ଛୁଇଁବାର ସ୍ୱପ୍ନ ରଖିଛନ୍ତି । ସେ ଭିକ ମାଗି ସ୍ୱପ୍ନକୁ ପୁରା କରିବା ପାଇଁ ଚାହାଁନ୍ତି । ବାବା ଜଣଙ୍କର ଘର ଦ୍ୱାର ଜମି ବାଡି ସବୁ କିଛି ଅଛି, ହେଲେ ଗୋଟିଏ ହେଲିକପ୍ଟର ନାହିଁ । ତେଣୁ ତାଙ୍କର ଏକମାତ୍ର ନିଶା ସେ ଗୋଟିଏ ହେଲିକପ୍ଟର କିଣିବେ । ବାବା ନିଜର ଏହି ସବୁ ସମ୍ପତ୍ତି ଆଜି ଯାଏଁ ଭିକ ମାଗି ହିଁ ହାସଲ କରିଛନ୍ତି ।

ମଧ୍ୟପ୍ରଦେଶ ସାଗର ଜିଲ୍ଳା ସୁରଖି ବିଧାନସଭା ଅଞ୍ଚଳରେ ରହୁଥିବା ଝୁନଝୁନ ବାବାଙ୍କ ଭିକ ମାଗିବା ଷ୍ଟାଇଲକୁ ନେଇ ସେ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି । ଝୁନଝୁନ ବାବା ଲୋକଙ୍କଠାରୁ ନିଜର ଭିକ ପେଟିଏମରେ ନେଇଥାନ୍ତି । ପେଟିଏମରେ ଭିକ ମାଗିବାର ତାଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଭିକ ମାଗିବା ବେଳେ ବାବା କୁହନ୍ତି ଯେ ତାଙ୍କର ଘରଦ୍ୱାର ସବୁ କିଛି ଅଛି । ହେଲେ ହେଲିକପ୍ଟର କିଣିବାର ତାଙ୍କର ଏକ ଦୁର୍ବଳ ଇଚ୍ଛା ରହିଛି । ଯାହାକୁ ସେ ଯେମିତି ବି ହେଉ ପୂରଣ କରିବାକୁ ଚାହାଁନ୍ତି । ତେଣୁ ସେ ଭିକ ମାଗୁଛନ୍ତି । ଯଦି କାହା ପାଖରେ ଭିକ ଦେବାକୁ ରେଜା ପଇସା ନାହିଁ, ତେବେ ସେ ପେଟିଏମରେ ଭିକ ଦେବା ପାଇଁ ତୁରନ୍ତ ତାଙ୍କର ପୁଅର ପେଟିଏମ ନମ୍ବର ବତାଇ ଦେଇଥାନ୍ତି ।

Get real time updates directly on you device, subscribe now.