fbpx

ପୃଥିବୀରେ ମାଡ଼ ହେବା ପୂର୍ବରୁ ଆଷ୍ଟରଏଡର ଗତିପଥ ବଦଳାଇଦେବ NASAର ଏହି ସ୍ପେସକ୍ରାଫ୍ଟ…

ପ୍ରତି ମାସରେ ଗୋଟିଏ କିମ୍ବା ଦୁଇଥର ଖବର ଆସେ ଯେ କୌଣସି ଉଲକା ପିଣ୍ଡ କିମ୍ବା ଆଷ୍ଟରଏଡ ପୃଥିବୀ ଆଡ଼କୁ ଆସୁଛି । କେତେବେଳେ ଏହା ଦୂରରୁ ତ’ ପୁଣି କେତେବେଳେ ପୃଥିବୀର ନିକଟବର୍ତ୍ତୀ ହୋଇ ଅତିକ୍ରମ କରିଥାଏ । ପ୍ରକୃତରେ ଏହି କ୍ଷୁଦ୍ରଗ୍ରହ ବା ଆଷ୍ଟରଏଡ ପୃଥିବୀ ପାଇଁ ଅସଲି ବିପଦ । ଯଦି କୌଣସି ଆଷ୍ଟରଏଡ ପୃଥିବୀ ଆଡ଼କୁ ଆସୁଛି ଏବଂ ତାହାର ଦିଗ ପରିବର୍ତ୍ତନ ହେଉନାହିଁ, ତେବେ ପ୍ରଳୟ ନିଶ୍ଚିତ । ଏହିଭଳି ଆଷ୍ଟରଏଡକୁ ଦୂରରେ ରଖିବା ପାଇଁ କିମ୍ବା ତାହାର ଗତି ବଦଳାଇବା ପାଇଁ ନାସା ଗତ ବର୍ଷ DART ମିଶନ ଲଞ୍ଚ କରିଥିଲା । ଆସନ୍ତା ମାସ ୨୬ ତାରିଖରେ ଏହି ମିଶନ ଏକ ଆଷ୍ଟରଏଡ୍ ସହ ବାଡ଼େଇ ହୋଇ ତାହାର ଦିଗ ବଦଳାଇବ ।

ପୃଥିବୀକୁ ଆଷ୍ଟରଏଡ ମାଡ଼ ହେବାରୁ ବଞ୍ଚାଇବା ପାଇଁ ଏହି ସ୍ପେସକ୍ରାଫ୍ଟ ସୁଦୂର ଅନ୍ତରୀକ୍ଷରେ ବୁଲୁଥିବା ଆଷ୍ଟରଏଡ ସହ ବାଡ଼େଇହେବ । ଏହାର ଉଦ୍ଦେଶ୍ୟ କେବଳ ଏହା ଜାଣିବା ହେଉଛି ଯେ ଏହାଦ୍ୱାରା ଆଷ୍ଟରଏଡର ଦିଗରେ ପରିବର୍ତ୍ତନ ହେଉଛି କି ନାହିଁ । ଏହି ସ୍ପେସକ୍ରାଫ୍ଟ ଆଷ୍ଟରଏଡ ସହ ୨୩,୭୬୦ କିଲୋମିଟର ପ୍ରତିଘଣ୍ଟାର ଗତିରେ ଧକ୍କା ହେବ । ଏହାପରେ ପରେ କ’ଣ ପରିବର୍ତ୍ତନ ହେଉଛି ସେସବୁକୁ ରେକର୍ଡ କରାଯିବ ।

ନାସାର ଡାର୍ଟ ଏୟାରକ୍ରାଫ୍ଟ ଯେଉଁ ଆଷ୍ଟରଏଡରେ ବାଡ଼େଇ ହେବ ତାହାର ନାମ Didymos ରହିଛି । ଏହି ମିଶନର ନାମ ଡବଲ ଆଷ୍ଟରଏଡ ରିଡାଇରେକ୍ସନ ଟେଷ୍ଟ(DART) । କାଇନେଟିକ୍ ଇମ୍ପାକ୍ଟର ଟେକନିକ୍ ର ଉପଯୋଗ କରି ଏହି କାମ କରାଯିବ । ଏହି ଟେକନିକ୍ ଏଥିପାଇଁ ବିକଶିତ କରାଯାଇଛି ଯେପରି ପୃଥିବୀ ଆଡ଼କୁ ଆସୁଥିବା ଆଷ୍ଟରଏଡ୍ ଠାରୁ ସ୍ପେସକ୍ରାଫ୍ଟକୁ ଧକ୍କା କରାଯିବ ଏବଂ ତାହାର ଦିଗ ପରିବର୍ତ୍ତନ କରାଯିବ ।

ତେବେ ଡିଡିମୋସ ଆଷ୍ଟରଏଡର  ବ୍ୟାସ ୨୬୦୦ କିମି ହିଛି । ଏହାର ଚାରିପାଖରେ ଚନ୍ଦ୍ରମା ଭଳି ଗୋଲ ଗୋଲ ବୁଲୁଥିବା ଏକ ଛୋଟ ପଥର ମଧ୍ୟ ରହିଛି । ଏହାର ନାମ DIMORPHOS ରହିଛି, ଡାର୍ଟକୁ ଏହା ସହ ହିଁ ଧକ୍କା କରାଯିବ । ଏହାର ବ୍ୟାସ ୫୨୫ ଫିଟ୍ ରହିଛି । ନାସା ଏହି ଛୋଟ ପଥରକୁ ଟାର୍ଗେଟ କରିବ । ଏହା ପରେ ଉଭୟର ଗତିବିଧି ରେ ହେବାକୁ ଥିବା ପରିବର୍ତ୍ତନର ଅଧ୍ୟୟନ ପାଇଁ ଟେଲିସ୍କୋପ ଦ୍ୱାରା କରାଯିବ । ଡାର୍ଟ ସ୍ପେସକ୍ରାଫ୍ଟ ଉପରେ ନଜର ରଖିବା ପାଇଁ ଏହା ସାଙ୍ଗରେ ହିଁ ଇଟାଲିୟନ ସ୍ପେସ ଏଜେନ୍ସୀର ଲାଇଟ ଇଟାଲିୟନ କ୍ୟୁବମେଟ୍ ଫର ଇମେଜିଙ୍ଗ ଆଷ୍ଟରଏଡ୍ (LICIACube) କୁ ପଠାଯାଇଛି । ଏହା ମାଡ଼ ସମୟରେ ଆଷ୍ଟରଏଡ ପାଖ ଦେଇ ଗତିକରିବ ଯେମିତି ଏହାର ଫଟୋ ନେଇପାରିବ ।

ଉଲ୍ଲେଖଯୋଗ୍ୟ, ଏପର୍ଯ୍ୟନ୍ତ ନାସା ପୃଥିବୀ ନିକଟ ଦେଇ ଯାଇଥିବା ୮୦୦୦ ପଥର ଅଧିକ ବସ୍ତୁର ରେକର୍ଡ କରିଛି ।

 

Get real time updates directly on you device, subscribe now.