fbpx

ବଢ଼ିବ କୃଷକଙ୍କ ଆୟ, କମିବ ଦେଶର ଖାଇବା ତେଲ ଆମଦାନୀ: ICAR ଲାଗୁ କରିବାକୁ ଯାଉଛି ନୂଆ ଯୋଜନା

ନୂଆଦିଲ୍ଲୀ: କୃଷକଙ୍କ ହିତସାଧନ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ଲାଗୁ କରିଛନ୍ତି । ତେବେ କୃଷକଙ୍କ ଆୟ ବୃଦ୍ଧି ପାଇଁ ସରକାର କ୍ରମାଗତ ଭାବେ ପ୍ରଚେଷ୍ଟା ଜାରି ରଖିଛନ୍ତି । ଦେଶର ଘରୋଇ ଖାଦ୍ୟ ତୈଳର ଆବଶ୍ୟକତାର ପାଖାପାଖି ୬୦ ପ୍ରତିଶତ ଆମଦାନୀ କରାଯାଇଥାଏ । ତେବେ କୃଷକଙ୍କ ଆୟ ବୃଦ୍ଧି ଓ ତୈଳ ଉପରେ ଆତ୍ମନିର୍ଭରଶୀଳତା ହାସଲ ପାଇଁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର) ପକ୍ଷରୁ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି ।

କୃଷି କ୍ଷେତ୍ରରେ ଡ୍ରୋନ ପରି ଟେକନିକ୍ ପ୍ରୟୋଗ କରିବାକୁ ଆଇସିଏଆରର ଉପମହାନିର୍ଦ୍ଦେଶକ ଓ କେନ୍ଦ୍ର ସରକାରଙ୍କ କୃଷି ଆୟୁକ୍ତ ଏକେ ସିଂହ ଜୋର ଦେଇଛନ୍ତି । ଗହମ, ଚାଉଳ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଅପେକ୍ଷା ଫସଲର ବିବିଧିକରଣକୁ ପର୍ଯ୍ୟାପ୍ତ ମାତ୍ରାରେ ଗୁରୁତ୍ୱ ଦେବା ଦରକାର । ଦେଶରେ ମକ୍କା, ସୋରିଷ ଓ ମୁଗ ଉତ୍ପାଦନ ବୃଦ୍ଧି ନେଇ ଗୁରୁତ୍ୱ ଦିଆଯିବା ଆବଶ୍ୟକ । ଏହା ଦେଶକୁ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେବା ସହ କିଷାନଙ୍କ ଆୟ ବୃଦ୍ଧି କରିପାରିବ ବୋଲି ଶ୍ରୀ ସିଂହ କହିଛନ୍ତି ।

ଭାରତ ଘରୋଇ ଖାଦ୍ୟ ତେଲର ୬୦ ପ୍ରତିଶତ ଆମଦାନୀ କରୁଥିବା ବେଳେ ଡାଲିର ମାତ୍ରା ଏ କ୍ଷେତ୍ରରେ କମ୍ ରହିଛି । ଆଧୁନିକ ଟେକନିକର ପ୍ରୟୋଗ କରି କୃଷି କ୍ଷେତ୍ର ପାଇଁ ଏକ ପ୍ରୋଟୋକଲ ବିକଶିତ କରାଯିବ । ଏନେଇ ଅନୁଷ୍ଠିତ ବୈଠକରେ ୩୩ଟି କୃଷି ବିଦ୍ୟାଳୟ କେନ୍ଦ୍ରର ପ୍ରସିଦ୍ଧ ବୈଜ୍ଞାନିକଙ୍କ ସହ ଆଇସିଏଆରର ବୈଜ୍ଞାନିକମାନେ ସାମିଲ ହୋଇଥିଲେ । ଏଥିସହିତ ନୀତି ନିର୍ମାତା, ଉଦ୍ୟୋଗ ଜଗତର ପ୍ରମୁଖ କମ୍ପାନୀ ଓ କିଷାନଙ୍କ ଭାଗିଦାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ ।

Get real time updates directly on you device, subscribe now.