fbpx
BSKY
BJD MC SKY
BJD YOUTH SKY

Captain ସୂର୍ଯ୍ୟକୁମାରଙ୍କ ଆଗରେ ବଡ଼ ପ୍ରଶ୍ନ? ଦକ୍ଷିଣ ଆଫ୍ରିକା ବିପକ୍ଷରେ କିଏ ହେବେ ସ୍ପିନ ସୂତ୍ରଧର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ମାତ୍ ଦେବା ପରେ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ପହଞ୍ଚିଛି ଟିମ ଇଣ୍ଡିଆ । ଆଜିଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଆରମ୍ଭ ହେବାକୁ ଯାଉଛି । ତେବେ ଟି-୨୦ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ପଦ ଦେଇଛି କ୍ରିକେଟ ବୋର୍ଡ । ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୪-୧ରେ ପରାସ୍ତ କରିବା ପରେ ଏବେ ଦକ୍ଷିଣ ଆଫ୍ରିକାକୁ ସାମ୍ନା କରିବ ଭାରତ । କିନ୍ତୁ ଏହି ସିରିଜରେ ଅଧିନାୟକ ସୂର୍ଯ୍ୟକୁମାରଙ୍କ ଆଗରେ ଅନେକ ବଡ଼ ପ୍ରଶ୍ନ ରହିଛି । ଗିଲଙ୍କ ପ୍ରତ୍ୟାବର୍ତ୍ତନରେ କିଏ ହେବେ ଦଳର ଓପନର? ସ୍ପିନ ଆଟାକରେ କେଉଁ ଯୋଡ଼ିକୁ ବାଛିବେ ଅଧିନାୟକ?

IND vs SA: पहले T20I मैच का मजा किरकिरा करेगी बारिश? जानिए डरबन में कैसा रहेगा मौसम का हाल

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଅନେକ ପ୍ରଶ୍ନର ଉତ୍ତର ଦେବେ ଅଧିନାୟକ ସୂର୍ଯ୍ୟକୁମାର । ଏହି ସିରିଜ ପାଇଁ ଦଳରେ ୪ ଜଣ ଷ୍ଟାର ଓପନର ସାମିଲ ରହିଥିବା ବେଳେ କେଉଁ ଖେଳାଳିଙ୍କୁ ସୁଯୋଗ ମିଳିବ, ସେ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ସିରିଜ ପାଇଁ ଦଳକୁ ଶୁଭମନ ଗିଲ୍ କମବ୍ୟାକ କରିଛନ୍ତି । ଏହାବ୍ୟତୀତ ଇଶାନ୍ କିଶାନ୍ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ ଏବଂ ଋତୁରାଜ ଗାଏକ୍ୱାଡ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ କେଉଁ ଖେଳାଳିଙ୍କୁ ଓପନିଙ୍ଗ ପାଇଁ ବାଛିବ ଅଧିନାୟକ ସୂର୍ଯ୍ୟକୁମାର, ତାହା ଏବେ ବଡ଼ ପ୍ରଶ୍ନ ।

ଶୁଭମନ ଗିଲ ବିଶ୍ୱକପରେ ଭଲ ପ୍ରଦର୍ଶନ କରିଥିବା ବେଳେ ଯଶସ୍ୱୀ ଏବଂ ଋତୁରାଜ ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଛନ୍ତି । ତେଣୁ ଆଜିର ମ୍ୟାଚ ପାଇଁ ଶୁଭମନଙ୍କ ସହ ଯଶସ୍ୱୀ କିମ୍ବା ଋତୁରାଜଙ୍କୁ ଓପନିଙ୍ଗ କରିବାର ସୁଯୋଗ ମିଳିପାରେ । ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ଯୋଗୁଁ ଋତୁରାଜଙ୍କୁ ସୁଯୋଗ ମିଳିବାର ସମ୍ଭାବନା ଅଧିକ ଦେଖାଯାଉଛି । ତେବେ ଇଶାନ କିଶାନ୍ ଦଳ ପାଇଁ ୩ ନମ୍ବରରେ ବ୍ୟାଟିଂ କରିପାରନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ୩ ନମ୍ବରରେ ଖେଳି ଦମଦାର ପ୍ରଦର୍ଶନ କରିଛି ଇଶାନ୍ ।
ସେହିପରି ସୂର୍ଯ୍ୟକୁମାରଙ୍କ ଆଗରେ ସ୍ପିନ ବିଭାଗକୁ ନେଇ ମଧ୍ୟ ବଡ଼ ପ୍ରଶ୍ନ ଠିଆ ହୋଇଛି ।

ସାଉଥ ଆଫ୍ରିକା ବିପକ୍ଷରେ ରବିନ୍ଦ୍ର ଜାଡେଜା, କୁଳଦୀପ ଯାଦବ, ରବି ବିଷ୍ଣୋଇ ଏବଂ ୱାଶିଂଟନ ସୁନ୍ଦର ସାମିଲ ରହିଛନ୍ତି । ତେବେ ଏହି ସିରିଜ ପାଇଁ ଜାଡେଜାଙ୍କୁ ଉପଅଧିନାୟକ ଦାୟିତ୍ୱ ମିଳି ଥିବାରୁ ତାଙ୍କ ଖେଳିବା ଏକପ୍ରକାର ସୁନିଶ୍ଚିତ ରହିଛି । ତେଣୁ ତାଙ୍କ ସହ ଅନ୍ୟ ଜଣେ ସ୍ପିନରଙ୍କ ପାଇଁ ଦଳରେ ସ୍ଥାନ ରହିଥିବା ବେଳେ ୩ ଜଣ ଖେଳାଳି ଏହି ଦୌଡ଼ରେ ସାମିଲ ରହିଛନ୍ତି । ବିଶ୍ୱକପରେ କୁଳଦୀପ ଯାଦବ ନିଜ କମାଲ ଦେଖାଇଥିବା ବେଳେ ରବି ବିଷ୍ଣୋଇ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ୱିକେଟ ହାସଲ କରିଛନ୍ତି । ତେଣୁ ଉଭୟଙ୍କ ମଧ୍ୟରୁ ଜଣେ ଜାଡେଜାଙ୍କ ସହ ଦାୟିତ୍ୱ ନେଇ ପାରନ୍ତି । ତେବେ ଏଥିପାଇଁ କୁଳଦୀପଙ୍କୁ ସୁଯୋଗ ମିଳିପାରେ । ୱାଶିଂଟନ୍ ସୁନ୍ଦର ଏହି ଦୌଡ଼ରେ ଖୁବ ପଛରେ ରହି ଯାଇଛନ୍ତି ।

ଭାରତର ପ୍ଲେଇଙ୍ଗ ୧୧: ଶୁଭମନ ଗିଲ୍, ଋତୁରାଜ ଗାଏକ୍ୱାଡ, ଇଶାନ କିଶାନ୍, ତିଲକ ବର୍ମା/ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ରିଙ୍କୁ ସିଂହ, ରବିନ୍ଦ୍ର ଜାଡେଜା(ଉପ-ଅଧିନାୟକ), ଦୀପକ ଚହର, କୁଳଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର

Get real time updates directly on you device, subscribe now.