fbpx

ସୁଖଦେବ ସିଂ ଗୋଗାମେଡି ହତ୍ୟାକାଣ୍ଡ, ‘ଆନିମଲ୍‌’ ଫିଲ୍ମ ଦେଖିବା ପରେ ଅଭିଯୁକ୍ତ କରିଥିଲେ ହତ୍ୟା

AAKASH

ଜୟପୁର: କରଣୀ ସେନାର ମୁଖ୍ୟ ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ଜାଣି ବି ନ ଥିଲେ କି ସେମାନେ କାହାକୁ ହତ୍ୟା କରିବାକୁ ଯାଉଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତମାନେ ପୋଲିସର ପଚରାଉଚୁରା ସମୟରେ ଏହା କହିଛନ୍ତି । ଅଭିଯୁକ୍ତମାନେ କହିଛନ୍ତି ଘଟଣା ଦିନ ସେମାନଙ୍କୁ ଗୋଗାମେଡିଙ୍କ ଫଟୋ ଦେଖାଯାଇଥିଲା । ହତ୍ୟା କରିବାର ଗୋଟିଏ ଦିନ ପୂର୍ବରୁ ସେମାନେ ଆନିମଲ୍ ଫିଲ୍ମ ଦେଖିଥିଲେ । ଯାଞ୍ଚରୁ ଏହା ଜଣାପଡିଛି କି କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ଓ ଗିରୋହର ବୀରେନ୍ଦ୍ର ଗୋଗାମେଡିଙ୍କ ହତ୍ୟା ଲାଗି ନିତିନଙ୍କୁ ସୁପାରି ଦେଇଥିଲେ । ନିତିନଙ୍କୁ ସେହି ସମୟରେ ଜଣା ନ ଥିଲା କି ସେ କାହାର ହତ୍ୟା କରିବାକୁ ଯାଉଛି ।

ପୋଲିସ ଯାଞ୍ଚରୁ ଜଣାପଡିଛି କି ଲରେନ୍ସ ଗ୍ରୁପ୍‌ର ରାଜସ୍ଥାନରେ ସକ୍ରିୟ ଗୁର୍ଗେ ବୀରେନ୍ଦ୍ର ଅଭିଯୁକ୍ତ ଶୁଟରଙ୍କ ସହ ଯୋଗାଯୋଗ କରିଥିଲା ଓ ସେ ନିତିନ ଓ ରୋହିତ ରାଠୋରକୁ ଗୋଗାମେଡି ହତ୍ୟାର ଟ୍ୟାକ୍ସ ଦେଇଥିଲେ । ନିତିନ ଗୋଗାମେଡି ବିଷୟରେ କିଛି ବି ଜାଣି ନ ଥିଲେ । ବୀରେନ୍ଦ୍ର କେବଳ ଗୋଗାମେଡିଙ୍କ ଫଟୋ ଦେଖାଇ ତାଙ୍କୁ ହତ୍ୟା କରିବାକୁ କହିଥିଲା ।

ଅଭିଯୁକ୍ତଙ୍କୁ ଧରିବା ଲାଗି ଜୟପୁର ପୋଲିସ କମିଶନର ବିଜୁ ଜର୍ଜ ଯୋଶେଫ ଏକ ଟିମ୍ ଗଠନ କରିଥିଲେ । ଦିଲ୍ଲୀ ପୋଲିସ କ୍ରାଇମ୍ ବ୍ରାଞ୍ଚ ରାଜସ୍ଥାନ ପୋଲିସ ସହିତ ଏକ ମିଳିତ ଅଭିଯାନ ଜରିଆରେ କରଣୀ ସେନାର ମୁଖ୍ୟ ସୁଖଦେବ ସିଂ ଗୋଗାମେଡିଙ୍କ ହତ୍ୟାରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଚଣ୍ଡୀଗଡରୁ ଗିରଫ କରିଛି । ଗୋଗାମେଡିଙ୍କୁ ୫ ଡିସେମ୍ବର ଦିନ ଜୟପୁରରେ ଗୁଳି କରି ହତ୍ୟା କରାଯାଇଥିଲା ।

Get real time updates directly on you device, subscribe now.