fbpx

M.S Dhoniଙ୍କୁ ନେଇ ମହାଖୁଲାସା: ମାହିଙ୍କର ଆଉ ଏକ ଦୁର୍ବଳତା କହିଦେଲେ ସୁରେଶ ରାଇନା

ନୂଆଦିଲ୍ଲୀ: ଭାରତୀୟ ଦଳ ତଥା ଚେନ୍ନାଇ ସୁପରକିଙ୍ଗ୍ସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଚର୍ଚ୍ଚା ଜୋର ଲାଗିରହିଛି । ଚଳିତ ଆଇପିଏଲ ସିଜନ ଧୋନୀଙ୍କର ଶେଷ ସିଜନ ହୋଇପାରେ ବୋଲି ଆଲୋଚନା ହେଉଛି । ତେବେ ଚଳିତବର୍ଷ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରୁଥିବା ବେଳେ ଫ୍ୟାନ୍ସ ତାଙ୍କୁ ଅବସର ନେବାକୁ ମନା କରିଛନ୍ତି । କିନ୍ତୁ ୟା ଭିତରେ ପୂର୍ବତନ କ୍ରିକେଟର ସୁରେଶ ରାଇନା ଦୋନୀଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ‘ଥାଲା’ଙ୍କର ଆଉ ଏକ ବଡ଼ ଦୁର୍ବଳତା ଉପେୁ ପରଦା ଉଠାଇଛନ୍ତି ୟେଲୋ ଆର୍ମିର ‘ଚିନ୍ନା ଥାଲା’ । ଧୋନୀ କ୍ରିକେଟ ମ୍ୟାଚରେ ଭୋଜପୁରୀ ଭାଷାରେ ଧାରାବିବରଣୀ ଶୁଣିବାକୁ ବହୁତ ପସନ୍ଦ କରିଥାନ୍ତି । ଏ ନେଇ ପୂର୍ବତନ ସାଥୀ କେଳାଳି ସୁରେଶ ରାଇନା ସୂଚନା ଦେଇଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଧୋନୀ ପୁଣିଥରେ ପୁରୁଣା ଅବତରାରରେ ନଜର ଆସିଛନ୍ତି । ଶେଷ ଓଭରରେ ହାର୍ଦ୍ଦିକଙ୍କ ୩ଟି ବଲରେ ହାଟ୍ରିକ ଛକା ମାରି ଭିଣ୍ଟେଜ ମାହିର ଝଲକ ଦେଖାଇଛନ୍ତି । ତେବେ ଏହି ମ୍ୟାଚ ପରେ ସାଥୀ ଖେଳାଳି ସୁରେଶ ରାଇନାଙ୍କ ସହ କିଛି ସମୟ ବିତାଇଛନ୍ତି । ଏହାପରେ ରାଇନା ତାଙ୍କରଏକ ବଡ଼ ଖୁଲାସା କରିଛନ୍ତ ରାଇନା କହିଛନ୍ତି ଯେ, ଧୋନୀ ଆଇପିଏଲର ମ୍ୟାଚ୍ ଭୋଜପୁରୀ ଭାଷାରେ ଶୁଣିଥାନ୍ତି । କାରଣ ତାଙ୍କୁ ଏହି ଭାଷାରେ କମେଣ୍ଟ୍ରି ଶୁଣିବାକୁ ବେଶ୍ ପସନ୍ଦ । ଚଳିତ ଆଇପିଏଲରେ ମଧ୍ୟ ଧୋନୀ ଭୋଜପୁରୀ ଭାଷାରେ ମ୍ୟାଚ ଗୁଡ଼ିକରକର ଧାରା ବିବରଣୀ ଶୁଣିଥା’ନ୍ତି ବୋଲି ଭାରତୀୟ ଦଳର ପୂର୍ବତନ ବ୍ୟାଟର ସୁରେଶ ରାଇନା କହିଛନ୍ତି । ୱାଙ୍ଖେଡ଼େରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ରାଇନା ଓ ଧୋନୀ ପରସ୍ପରକୁ ଭେଟି କିଛି ସମୟ ପର୍ୟ୍ୟନ୍ତ ଆଲୋଚନା କରିଥିଲେ ।

କ୍ରିକେଟ ଜଗତରୁ ସନ୍ୟାସ ନେବା ପରେ ରାଇନା ଏବେ ଭାଷ୍ୟକାର ଭୂମିକାରେ ନଜର ଆସିଛନ୍ତି । ରାଇନା ଧାରା ବିବରଣୀ ପ୍ରଦାନ ସମୟରେ ଧୋନିଙ୍କ ସହିତ ହୋଇଥିବା ଆଲୋଚନାର କିଛି କଥା କହିଥିଲେ । ଯେଉଁଥିରେ ଆଇପିଏଲ୍ ସମୟରେ ଭୋଜପୁରୀ ଭାଷାରେ ଧାରାବିବରଣୀ ବିଷୟରେ ଆଲୋଚନା ହୋଇଥିଲା । ଭୋଜପୁରୀ ଭାଷାରେ ବହୁତ ଭଲ ଧାରା ବିବରଣୀ ଦିଆଯାଉଛି ବୋଲି ଧୋନି କହିଥିବା ବେଳେ ହରିୟାଣୀ ଧାରାବିବରଣୀ ମଧ୍ୟ ବହୁତ ଭଲ ବୋଲି ରାଇନା ଜବାବ ଦେଇଥିଲେ । ଭୋଜପୁରୀ ଧାରା ବିବରଣୀରେ ଲୋକପ୍ରିୟ ଅଭିନେତା ତଥା ରାଜନେତା ରବି କିଶନଙ୍କୁ ଶୁଣିବାକୁ ଦର୍ଶକ ଅଧିକ ପସନ୍ଦ କରୁଛନ୍ତି ।

Get real time updates directly on you device, subscribe now.