fbpx

Paytm ୟୁଜର୍ସଙ୍କ ପାଇଁ ନୂଆ ଅପଡେଟ୍‌, ଜେନେରେଟ୍ କରିବାକୁ ହେବ ନୂତନ UPI ID

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସିଷ୍ଟମ ବ୍ୟବହାର କରୁଛନ୍ତି । ଏହା ସହଜ ଏବଂ ଘରେ ବସି ଆରାମରେ ସବୁ କାର୍ଯ୍ୟ ହୋଇଯାଏ । ଏଥିମଧ୍ୟରେ Paytmକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଖୁବ ଶୀଘ୍ର Paytm ବ୍ୟବହାରକାରୀଙ୍କୁ ସେମାନଙ୍କ ଟଚଓ ଓଊରେ ପରିବର୍ତ୍ତନ କରିବାକୁ ପଡ଼ିପାରେ । ଏହା ଅନ୍ତର୍ଗତ ସମସ୍ତ Paytm UPI ବ୍ୟବହାରକାରୀଙ୍କୁ ଏକ ପପ୍ ଅପ୍ ନୋଟିଫିକେସନ୍ ପଠାଯିବ । ଏହା ଦ୍ୱାରା ସେମାନଙ୍କ ଠାରୁ ନୂତନ UPI ID ଜେନେରେଟ୍ କରିବା ପାଇଁ ଅନୁମତି ଲୋଡ଼ା ହେବ ।

ବାସ୍ତବରେ Paytmର ପ୍ୟାରେଣ୍ଟ କମ୍ପାନୀ One 97 Communications Limited(OCL)ନିଜ ୟୁଜର୍ସଙ୍କୁ ନୂଆ ପାର୍ଟନର ବ୍ୟଙ୍କ ସହ ମାଇଗ୍ରେଟ୍ କରିବା ପରେ ନିଜ ପେମେଣ୍ଟ୍‌ସକୁ ଜାରି ରଖିପାରିବା ନେଇ ନ୍ୟାସନାଲ ପେମେଣ୍ଟ୍‌ସ କର୍ପୋରେସନ୍ ଅଫ୍ ଇଣ୍ଡିଆ(NPCI) ପକ୍ଷରୁ ଅନୁମୋଦନ ମିଳିଛି । ବର୍ତ୍ତମାନ Paytm ବ୍ୟବହାରକାରୀଙ୍କ UPI ID 987XXXXXXX@Paytm ରହିଛି । ଖୁବ ଶୀଘ୍ର କମ୍ପାନୀ ତରଫରୁ ନୂଆ ଟଚଓ ଓଊ ମାଇଗ୍ରେଟ୍ କରିବାର ସୁବିଧା ମିଳିବ । ବ୍ୟବହାରକାରୀ ନିଜ ପାର୍ଟନର ବ୍ୟାଙ୍କ ସହ UPI ID ବଦଳାଇପାରିବେ । NPCI ଚଳିତ ବର୍ଷ ମାର୍ଚ୍ଚ ୧୪ରେ OCLକୁ ଥାର୍ଡ଼ ପାର୍ଟି ଆପ୍ଲିକେସନ୍ ପ୍ରୋଭାଇଡର ଭାବେ କାର୍ଯ୍ୟ କରିବା ପାଇଁ ଅନୁମୋଦନ ଦେଇଥିଲା । ଏହା ପରେ Paytm ଆକ୍ସିସ୍ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, SBI ଏବଂ YES ବ୍ୟାଙ୍କ ସହ ପାର୍ଟନରସିପ୍ କରିଥିଲା । ବର୍ତ୍ତମାନ ଏହି ବ୍ୟାଙ୍କ ଥାର୍ଡ଼ ପାର୍ଟି ଆପ୍ଲିକେସନ୍ ପ୍ରୋଭାଇଡର ଅନ୍ତର୍ଗତ ବ୍ୟବହାରକାରୀଙ୍କୁ ସୁବିଧା ପ୍ରଦାନ କରିବେ ।

Get real time updates directly on you device, subscribe now.