fbpx

Hair Care Tips: କେଶ ଡ୍ୟାମେଜର କାରଣ ହୋଇପାରେ ସୂର୍ଯ୍ୟର ଅତିବାଇଗଣି କିରଣ, କେଶକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: ଗ୍ରୀଷ୍ମ ପ୍ରଭାବ ତ୍ୱଚା ସହ କେଶକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ । ସୂର୍ଯ୍ୟର ଅତିବାଇଗଣି (Ultra Violate) କିରଣ କେଶକୁ ଡ୍ୟାମେଜ୍ କରିବା ସହ ସ୍କିନ୍ କ୍ୟାନସର ଏବଂ ଆଲର୍ଜୀ ଭଳି ଲକ୍ଷଣ ଦେଖାଦେଇଥାଏ । ଖରା ଦିନେ ବିଶେଷ କରି କେଶର ଯତ୍ନରେ ଅବହେଳା କରିଲେ ଫଟା କେଶ, ରୁପି ଏବଂ ଶୁଷ୍କତା ଇତ୍ୟାଦି ଭଳି ସମସ୍ୟା ଦେଖାଦେଇଥାଏ । ଯେଉଁ ମହିଳାଙ୍କ ତେଲିଆ କେଶ ସେମାନଙ୍କୁ ନିୟମିତ ବ୍ୟବଧାନରେ କେଶ ଧୋଇବା ଉଚିତ । ତେବେ ଅତିଆବଶ୍ୟକ ହେଲେ ଖରାରେ ବାହାରିବା ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ।

୧. କେଶକୁ ହାଇଡ୍ରେଟ୍ ରଖନ୍ତୁ: ଏଥିପାଇଁ ଖରା ଦିନେ ପର୍ଯ୍ୟାପ୍ତ ମାତ୍ରାରେ ପାଣି, ଫଳ ରସ ସହ ମୌସୁମୀ ଫଳ ଯେପରି ତରଭୁଜ, କାକୁଡ଼ି, ଆମ୍ବ ଇତ୍ୟାଦି ସେବନ କରନ୍ତୁ ।

୨. ଟୋପି/ସ୍କାର୍ଫ ବ୍ୟବହାର କରନ୍ତୁ: ଅଧିକାଂଶ ମହିଳା ଖରାକୁ ବାହାରିଲେ ସେମାନଙ୍କ କେଶ ଶୁଷ୍କ ହୋଇଯାଏ । ଏମିତିରେ କେଶକୁ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ଟୋପି କିମ୍ବା ସ୍କାର୍ଫର ବ୍ୟବହାର କରିପାରିବେ । ଏହା କେଶକୁ ଡ୍ୟାମେଜରୁ ରକ୍ଷା କରିଥାଏ ।

୩. ହେୟାର ସନସ୍କ୍ରିନ୍ ବ୍ୟବହାର କରନ୍ତୁ: ଯେମିତି ତ୍ୱଚା ପାଇଁ ସନସ୍କ୍ରିନ୍ ଅଛି କେଶ ପାଇଁ ମଧ୍ୟ ସନସ୍କ୍ରିନ୍ ରହିଛି । ଏହା କେଶକୁ ସୂର୍ଯ୍ୟର ଅତିବାଇଗଣି କିରଣରୁ ରକ୍ଷା କରିଥାଏ । ଏଥିପାଇଁ ଆପଣ ଭଲ କମ୍ପାନୀର ହେୟାର ସନସ୍କ୍ରିନ୍ ବ୍ୟବହାର କରିପାରିବେ । ଏହା ବ୍ୟତୀତ କେଶ ଧୋଇବା ପରେ କଣ୍ଡିସନର ବ୍ୟବହାର କରିବା ଲାଭଦାୟକ ଅଟେ । ଏହା କେଶ ଉପରେ ଏକ ପ୍ରୋଟେକ୍ଟିଭ୍ ସ୍ତର ସୃଷ୍ଟି ହୋଇଥାଏ ଯାହା ଖରାରେ କେଶକୁ ଡ୍ୟାମେଜ୍ ହେବାରୁ ରକ୍ଷା କରିଥାଏ ।

୪. ହେୟାର ମାସ୍କ: କେଶକୁ ପ୍ରାକୃତିକ ଉପାୟରେ ଖରାରୁ ରକ୍ଷା କରିବାକୁ ଚାହୁଁଥିଲେ ଘରେ ହେୟାର ମାସ୍କ ତିଆରି କରିପାରିବେ । ଅଣ୍ଡା, ଏଲୋଭେରା, ଦହି ଏବଂ ମହୁର ହେୟାର ମାସ୍କ ବେଶ ଲାଭଦାୟକ ଅଟେ । ହେୟାର ମାସ୍କ ତିଆରି କରିବା ପାଇଁ ଏକ ପାତ୍ରରେ ଆବଶ୍ୟକତା ଅନୁଯାୟୀ ଅଣ୍ଡାର ଧଳା ଅଂଶ ନିଅନ୍ତୁ । ଏଥିରେ ୩ ଚାମଚ ଦହି/ଏଲୋଭେରା/ ମହୁ ମିଶାଇ ଏକ ପେଷ୍ଟ ତିଆରି କରିପାରିବେ । ଏହାର ମିଶ୍ରଣ କେଶରେ ଲଗାଇ ଅଧ ଘଣ୍ଟା ପରେ ଶାମ୍ପୁରେ ଧୋଇ ପାରିବେ । ଏହା କେଶକୁ ହେଲ୍‌ଦୀ ରଖିବା ସହ ଚମକ ବୃଦ୍ଧି କରିଥାଏ ।

୫. ହେୟାର ଷ୍ଟାଇଲିଂ ଠାରୁ ଦୂରେଇ ରୁହନ୍ତୁ: ଖରା ଦିନେ ଯେତେଦୂର ସମ୍ଭବ ହେୟାର ଷ୍ଟ୍ରେଟନର, ହେୟାର କଲର ଏବଂ ଡ୍ରାଏର ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । ଏହା କେଶକୁ ଅଧିକ ଶୁଷ୍କ କରିଥାଏ ।

୬. କେଶରେ ତେଲ ଲଗାଇବା: ରାତିରେ ଶୋଇବା ପୂର୍ବରୁ କେଶରେ ଉଷୁମ ତେଲ ଲଗାଇ ଭଲ ଭାବେ ମାଲିଶ କରନ୍ତୁ । ଏହା ପର ଦିନ କେଶ ଧୋଇ ଦିଅନ୍ତୁ । ଆପଣ ଚାହିଁଲେ କେଶ ଧୋଇବାର ଗୋଟିଏ ଘଣ୍ଟା ପୂର୍ବରୁ ମଧ୍ୟ କେଶରେ ତେଲ ମାଲିଶ କରିପାରିବେ । କେଶ ମାଲିଶ କରିବା ଦ୍ୱାରା ରକ୍ତ ସଂଚାଳନ ବୃଦ୍ଧି ହୋଇଥାଏ ଏବଂ କେଶ ହେଲ୍‌ଦୀ ଦେଖାଯିବା ସହ ଚମକ ବଜାୟ ରହିଥାଏ ।

୭. ହେୟାର ଟ୍ରିମିଂ: ଦୁଇ ମୁହାଁ କେଶରୁ ମୁକ୍ତି ଦେଇଥାଏ ହେୟାର ଟ୍ରିମିଂ । ତେଣୁ ନିୟମିତ ହେୟାର ଟ୍ରିମିଂ କରିବା ଏକ ଉତ୍ତମ ବିକଳ୍ପ ।

Get real time updates directly on you device, subscribe now.