fbpx

(Video) ବଡ଼ ଖୁଲାସା: କାହିଁକି ପିଚରୁ ମାଟି ଉଠାଇ ଖାଇଥିଲେ Champion ରୋହିତ? ନିଜେ ଦେଲେ ଉତ୍ତର…

Advertisement

ନୂଆଦିଲ୍ଲୀ: ୧୧ ବର୍ଷର ଅପେକ୍ଷା ପରେ ଭାରତ ଉଠାଇଛି ଆଇସିସିର ଆଉ ଏକ ଟ୍ରଫି । ମହେନ୍ଦ୍ର ସିଂହ ଧୋନୀଙ୍କ ପରେ ରୋହିତ ଶର୍ମା ଟିମ ଇଣ୍ଡିଆକୁ ଦ୍ୱିତୀୟ ଥର ଟି-୨୦ ବିଶ୍ୱ ଚମ୍ପିଆନ୍ କରାଇଛନ୍ତି । ୨୦୦୭ ପରେ ଭାରତ ଚଳିତବର୍ଷ ଏହି ଟ୍ରଫି ଉପରେ ନିଜ କବଜା କରିପାରିଛି । ତେବେ ଦଳକୁ ଚମ୍ପିଆନ୍ କରିବା ପରେ ରୋହିତ ଶର୍ମାଙ୍କ ସହ ସାରା ଭାରତୀୟ ଟିମ୍ ଭାବବିହ୍ୱଳ ହୋଇ ପଡ଼ିଥିଲେ । ରୋହିତ ଚମ୍ପିଆନ୍ ହେବାର ଖୁସିରେ ପିଚରୁ ମାଟି ଉଠାଇ ଖାଇଥିଲେ । ତାଙ୍କର ଏହି ସେଲିବ୍ରେସନକୁ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ବର୍ତ୍ତମାନ ଏହାର କାରଣ କହିଛନ୍ତି ଅଧିନାୟକ ରୋହିତ ଶର୍ମା ।

ରୋହିତ କହିଛନ୍ତି ଯେ, “ମୁଁ ସେ ମୁହୂର୍ତ୍ତକୁ ଅନୁଭବ କରୁଥିଲି । ଯେତେବେଳେ ମୁଁ ପିଚ୍ ପାଖକୁ ଯାଇଥିଲି, ମୋତେ ଅନୁଭବ ହେଲାଯେ ଏହି ପିଚ୍ ଆମକୁ ଅନେକ କିଛି ଦେଇଛି । ସେ ପିଚରେ ଆମେ ଖେଳି ସାରିଥିଲୁ । ସେହି ଷ୍ଟାଡିୟମରେ ଆମେ ବିଜୟ ହାସଲ କରିଥିଲୁ । ଏହି ପିଚ୍ ଏବଂ ଏହି ମଇଦାନକୁ ମୁଁ ସାରା ଜୀବନ ପାଇଁ ମନେ ରଖିବି । ସେହି ପିଚର କିଛି ଅଂଶ ସ୍ମୃତି ଭାବରେ ମୋ ପାଖରେ ରଖିବାକୁ ଚାହୁଁଥିଲି ।” ତେଣୁ ପିଚରୁ ମାଟି ଉଠାଇ ଖାଇଥିବା କହିଛନ୍ତି ବିଶ୍ୱକପ ବିଜୟୀ ଅଧିନାୟକ ରୋହିତ ଶର୍ମା ।

୧୭ ବର୍ଷର ଅପେକ୍ଷା ପରେ ବିଶ୍ୱକପ ଜିତି ଭାରତକୁ ଚମ୍ପିଆନ୍ କରାଇଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ଟି-୨୦ ବିଶ୍ୱକପ ଜିତିବା ପରେ ନିଜ ଇମୋସନକୁ ନିୟନ୍ତ୍ରଣ କରି ପାରି ନଥିଲେ ରୋହିତ । ଏହାସହିତ ଟି-୨୦ କ୍ରିକେଟରୁ ଅବସର ନେଇ ବାରବାଡୋସ ପିଚରୁ ରୋହିତ ମାଟି ଉଠାଇ ଖାଇଥିଲେ । ତେବେ ଅଧିନାୟକଙ୍କ ଏହି ସେଲିବ୍ରେସନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଏବଂ ଏହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହୋଇଛି । ତେବେ ରୋହିତଙ୍କ ଏହି ସେଲିବ୍ରେସନର କାରଣକୁ ନେଇ ଏବେ ସେ ନିଜେ ମୁହଁ ଖୋଲିଛନ୍ତି ।

Get real time updates directly on you device, subscribe now.