fbpx
BJD SKY
BJD SKY

ରିସର୍ଚ୍ଚରୁ ବଡ ଖୁଲାସା; ବ୍ରେଡ୍ ଖାଉଥିଲେ ହୋଇଯାଆନ୍ତୁ ସାବଧାନ, ହୋଇପାରେ ଏହି କ୍ୟାନସର

BJD

ନୂଆଦିଲ୍ଲୀ: ଅଧିକାଂଶ ଲୋକ ସକାଳେ ଜଳଖିଆରେ ବ୍ରେଡ୍ ଖାଇବାକୁ ପସନ୍ଦ କରନ୍ତି । ଯଦି ଆପଣ ବି ଏପରି କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ବ୍ରେଡ୍ ଖାଇବା ଦ୍ୱାରା କୋଲୋରେକ୍ଟଲ କ୍ୟାନସରର ଆଶଙ୍କା ବୃଦ୍ଧି ପାଇଥାଏ ।
ଜର୍ଣ୍ଣାଲ ଅଫ୍ ନ୍ୟୁଟ୍ରିଏଣ୍ଟସରେ ପ୍ରକାଶିତ ଏକ ରିସର୍ଚ୍ଚ ରିପୋର୍ଟ ଅନୁସାରେ ଧଳା ବ୍ରେଡ୍ ଓ ମଦ ପାନ କରିବା ଦ୍ୱାରା କୋଲୋରେକ୍ଟଲ କ୍ୟାନସର ହେବାର ସମ୍ଭାବନା ବହୁତ ବଢିଯାଏ । ଏଠାରେ ସୂଚାଇ ଦିଆଯାଇପାରେ କି କୋଲୋରେକ୍ଟଲ କ୍ୟାନସର ଅନ୍ତନଳୀର ଅନ୍ତିମ ଶିରା ଓ ମଳଦ୍ୱାରରେ ହେଉଥିବା କ୍ୟାନସର । ତେବେ ଏହି କୋଲୋରେକ୍ଟଲ କ୍ୟାନସରକୁ ବ୍ୟାପିବାକୁ ବହୁତ ସମୟ ଲାଗିଥାଏ । ଏଣୁ ପ୍ରଥମରୁ ଏହାର ଲକ୍ଷଣ ଜଣାପଡିଗଲେ ଚିକିତ୍ସା ଦ୍ୱାରା ଭଲ ହୋଇପାରିବ ।
ତେବେ ଚୀନ୍‌ର ଝୋଜିୟାଙ୍ଗ ବିଶ୍ୱବିଦ୍ୟାଳୟ ଚିକିତ୍ସା ସ୍କୁଲର ଗବେଷକମାନେ ଲଣ୍ଡନର ବାୟୋ ବ୍ୟାଙ୍କ ସହଯୋଗରେ ଏହି ରିସର୍ଚ୍ଚ କରିଥିଲେ । ଏଥିରେ ପ୍ରାୟ ୧ଲକ୍ଷ ୧୮ ହଜାରରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଥିଲା । ରିସର୍ଚ୍ଚରେ ଦୈନିକ ଗ୍ରହଣ କରାଯାଉଥିବା ୧୩୯ ପ୍ରକାର ଖାଦ୍ୟପଦାର୍ଥ ଓ ସେଥିରେ ଥିବା ପୋଷକତତ୍ତ୍ୱ ବିଷୟରେ ଯାଞ୍ଚ କରାଯାଇଥିଲା । ରିସର୍ଚ୍ଚରୁ ଏହା ଜଣାପଡିଥିଲା କି ଯେଉଁମାନେ ନିୟମିତ ଭାବରେ ଧଳା ବ୍ରେଡ୍ ଓ ଆଲକୋହଲ ସେବନ କରିଛନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ୧,୪୬୬ ଜଣ କୋଲୋରେକ୍ଟଲ କ୍ୟାନସରରେ ପୀଡିତ ହୋଇଛନ୍ତି ।
ଧଳା ବ୍ରେଡ୍‌ରେ କାର୍ସିନୋଜେନ୍ ନାମକ ଏକ ଉପାଦାନ ରହିଛି ଯାହା ଏହି କ୍ୟାନସରର ମୁଖ୍ୟ କାରଣ ହୋଇଥାଏ । ଅଧ୍ୟୟନରେ ଏହା ଜଣାପଡିଛି କି ଯେଉଁମାନେ ପୂର୍ବରୁ ଅନ୍ୟ କିଛି ରୋଗରେ ଶିକାର ଥିଲେ ସେମାନଙ୍କ କ୍ଷେତ୍ରରେ ଏହି କ୍ୟାନସରର ସମ୍ଭାବନା ଅଧିକ ଦେଖାଦେଇଥିଲା ।

Get real time updates directly on you device, subscribe now.