fbpx

ଏୟାରଟେଲ ୟୁଜରଙ୍କୁ ବଡ଼ ଝଟକା, ମହଙ୍ଗା ହେଲା ଦୁଇଟି ରିଚାର୍ଜ ପ୍ଲାନ୍

ନୂଆଦିଲ୍ଲୀ: ଆପଣ ଏୟାରଟେଲ କମ୍ପାନୀର ସିମ୍ ବ୍ୟବହାର କରୁଥିଲେ ଏହି ଖବର ଆପଣଙ୍କ ପାଇଁ ଶୁଭ ନୁହେଁ । କମ୍ପାନୀ ଦ୍ୱାରା ଏହାର ୨ଟି ପ୍ରିପେଡ଼୍ ପ୍ଲାନର ମୂଲ୍ୟରେ ବୃଦ୍ଧି କରିଦିଆଯାଇଛି । ଭାରତୀ ଏୟାରଟେଲର ଚେୟାରମ୍ୟାନ୍ ସୁନିଲ ମିତ୍ତଲ କିଛି ଦିନ ପୂର୍ବରୁ ଏକ ସାକ୍ଷାତକାରରେ କମ୍ପାନୀର ଟାରିଫ୍ ପ୍ଲାନ୍ ମୂଲ୍ୟରେ ବୃଦ୍ଧି କରିବା ନେଇ ସଂକେତ ଦେଇଥିଲେ । ସେ କହିଥିଲେ ଇଣ୍ଡଷ୍ଟ୍ରିରେ ତିଷ୍ଟି ରହିବା ପାଇଁ ହେଲେ ଟାରିଫ୍ ପ୍ଲାନ୍ ମୂଲ୍ୟରେ ବୃଦ୍ଧି କରିବା ଆବଶ୍ୟକ ।

ଭାରତର ସବୁଠାରୁ ବଡ଼ ଏବଂ ଲୋକପ୍ରିୟ ଟେଲିକମ୍ କମ୍ପାନୀ ଏୟାରଟେଲ ଏହାର ୨ଟି ପ୍ରିପେଡ୍ ପ୍ଲାନ ମୂଲ୍ୟରେ ବୃଦ୍ଧି କରିଛି । କମ୍ପାନୀ ଏହାର ୧୧୮ ଏବଂ ୨୮୯ ଟଙ୍କାର ପ୍ରିପେଡ୍ ପ୍ଲାନ୍ ମୂଲ୍ୟରେ ବୃଦ୍ଧି କରିଛି । ଏହି ଦୁଇଟି 4G ପ୍ଲାନ୍ସ ଅଟେ । କହିରଖୁଛୁ ଏୟାରଟେଲର ୧୧୮ ଟଙ୍କାର ପ୍ରିପେଡ୍ ପ୍ଲାନ ବର୍ତ୍ତମାନ ୧୨୯ର ହୋଇଛି । ସେହିପରି ଏହାର ୨୮୯ ଟଙ୍କାର ପ୍ରିପେଡ୍ ପ୍ଲାନ୍ ୩୨୯ ଟଙ୍କା ହୋଇଛି । ଏୟାରଟେଲ ଆପ୍ ଏବଂ ୱେବସାଇଟରେ ଏହି ଦୁଇଟି ପ୍ଲାନର ନୂତନ ମୂଲ୍ୟ ଅପଡେଟ୍ କରିଦିଆଯାଇଛି । ତେବେ ଆସନ୍ତୁ ଜାଣିବା ଏହି ଦୁଇଟି ପ୍ରିପେଡ୍ ପ୍ଲାନରେ ଉପଭୋକ୍ତାଙ୍କୁ କ’ଣ ସବୁ ସୁବିଧା ମିଳିବ :

ଏୟାରଟେଲର ୧୧୮ ଟଙ୍କାର ପ୍ରିପେଡ୍ ପ୍ଲାନ: ଏହି ପ୍ଲାନ୍ 12 GB ଇଣ୍ଟରନେଟ୍ ସହ ଉପଲବ୍ଧ । 12 GB ଡାଟାର ବୈଧତା ପୂର୍ବ ପ୍ଲାନ୍ (୧୧୮ ଟଙ୍କା) ସହ ସମାନ ରହିବ । ଅର୍ଥାତ ପ୍ରତି GB ପିଛା ଇଣ୍ଟରନେଟ୍ ବ୍ୟବହାର କରିବାର ମୂଲ୍ୟ ୯.୮୩ ଟଙ୍କା ରହିବ । କିନ୍ତୁ ବତ୍ତମାନ ନୂଆ ପ୍ଲାନ୍ ଅନୁଯାୟୀ ପ୍ରତି GB ପିଛା ଇଣ୍ଟରନେଟ୍ ବ୍ୟବହାର ମୂଲ୍ୟ ୧୦.୭୫ ଟଙ୍କା ବୃଦ୍ଧି ପାଇବ ।

ଏୟାରଟେଲର ୨୮୯ ଟଙ୍କାର ପ୍ରିପେଡ୍ ପ୍ଲାନ୍: ଏହି ପ୍ଲାନ୍ ଅନ୍ତର୍ଗତ ୟୁଜରଙ୍କୁ ୩୫ ଦିନର ବୈଧତା ମିଳିଥାଏ । ଏଥିରେ ୟୁଜର ଅନଲିମିଟେଡ୍ ଭଏସ୍ କଲିଂ ସହ ୩୦୦ ଏସ୍ଏମ୍ଏସର ସୁବିଧା ପାଇପାରିବେ । ଏହା ବ୍ୟତୀତ ପ୍ଲାନରେ ଅତିରିକ୍ତ ଶୁଳ୍କ ବିନା ୟୁଜରଙ୍କୁ Airtel Thanksର ସୁବିଧା ମିଳିଥାଏ । ଏହା ସହ Apollo 24/7ର ସର୍କଲ ସବସ୍କ୍ରିପସନ୍, ଫ୍ରି ହେଲୋ ଟୁ୍ୟନ୍ସ ଏବଂ ୱିଙ୍କ୍ ମୁ୍ୟଜିକର ସୁବିଧା ଉପଲବ୍ଧ ।

 

Get real time updates directly on you device, subscribe now.