fbpx
BJD SKY
BJD SKY

Chennai Super Kingsକୁ ବଡ଼ ଝଟକା: IPL-୨୦୨୪ରେ ଖେଳିବେନି ଏହି ଅଲରାଉଣ୍ଡର

BJD

ନୂଆଦିଲ୍ଲୀ: ବିଶ୍ୱକପ ଶେଷ ହେବା ପରେ ଏବେ IPL-୨୦୨୪ କୁ ନେଇ ବେଶ ଉତ୍ସାହିତ ରହିଛନ୍ତି ସମସ୍ତ କ୍ରିକେଟ ପ୍ରେମୀ। ତେବେ ଡିସେମ୍ବର ୧୦ ତାରିଖରେ ଏହି ସିଜନ ପାଇଁ ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ। ମାତ୍ର ଏବେ ଠାରୁ ଆଗାମୀ ଆଇପିଏଲ କିଏ ଖେଳିବେ ଓ କିଏ ବାଦ ପଡିବେ ସେନେଇ ଗୋଟିଏ ପରେ ଗୋଟିଏ ଅପଡେଟ ମିଳିବାରେ ଲାଗିଛି। ଏହି ଅପଡେଟ ଭିତରେ ଏକ ବଡ଼ ଅପଡେଟ ଆସି ପହଞ୍ଚିଛି ଯାହା ଟିମ୍ ଚେନ୍ନାଇ ସୁପର କିଙ୍ଗ୍ସକୁ ବଡ଼ ଝଟକା ଲାଗିଛି ବୋଲି କୁହାଯାଉଛି । ଆଇପିଏଲ ୨୦୨୪ ସିଜିନ୍‌ ପୂର୍ବରୁ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଏକ ବଡ଼ କ୍ଷତି ସହିବାକୁ ଯାଉଛି। ଅଲରାଉଣ୍ଡର ବେନ ଷ୍ଟୋକ୍ସ ଆଇପିଏଲ ୨୦୨୪ର ଅଂଶ ଗ୍ରହଣ କରିବେ ନାହିଁ। ଚେନ୍ନାଇ ସୁପର କିଙ୍ଗ୍ସ ମ୍ୟାନେଜମେଣ୍ଟ ଏହାକୁ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିଛି। ଦଳ ପକ୍ଷରୁ ‘ଏକ୍ସ’ରେ ଏକ ପୋଷ୍ଟ କରାଯାଇ ଏ ସମ୍ପର୍କରେ ସୂଚନା ଦିଆଯାଇଛି।

ସୂଚନା ଥାଉକି, ବେନ ଷ୍ଟୋକ୍ସ ଦିନିକିଆ ଫର୍ମାଟକୁ ବିଦାୟ ନେଇଥିଲେ, କିନ୍ତୁ ବିଶ୍ୱକପ୍‌ ପାଇଁ ସେ ନିଜର ନିଷ୍ପତିକୁ ବଦଳାଇ ନେଇଥିଲେ। ଶେଷରେ ବେନ ଷ୍ଟୋକ୍ସ ବିଶ୍ୱକପ୍‌ ସମୟରେ ପଡ଼ିଆରେ ନଜର ଆସିଥିଲେ। ଏହି ସମୟରେ ସେ କହିଥିଲେ ଯେ ମୁଁ ଆଶା କରୁଛି ଯେ ଭାରତ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ମୁଁ ଫିଟ୍‌ ହେବି। ବିଶ୍ୱକପ୍‌ ପରେ ମୋର ଅସ୍ତ୍ରୋପଚାର କରାଯିବ। କିନ୍ତୁ ଭାରତ ବିପକ୍ଷ ଟେଷ୍ଟ ସିରିଜ ପର୍ୟ୍ୟନ୍ତ ମୁଁ ଉପଲବ୍ଧ ହୋଇଯିବି। ତେବେ ଏଠାରେ କହି ରଖୁଛୁ ଯେ, ବାସ୍ତବରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଜାନୁଆରୀ ଶେଷରେ ଖେଳାଯିବ। ଏହା ପୂର୍ବରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ପାରନ୍ତି ବୋଲି କୁହାଯାଉଛି।

 

Get real time updates directly on you device, subscribe now.