fbpx
BJD SKY
BJD SKY

ଶେୟାର ବଜାରରେ ବଡ଼ ଧରଣର ହଲଚଲ: ୫୮ ହଜାର କୋଟି ହରାଇଲେ ଇନଫୋସିସ ନିବେଶକ

BJD

ନୂଆଦିଲ୍ଲୀ: ଆଜି ଶେୟାର ବଜାରରେ ଭୟଙ୍କର ଭାବେ ହଲଚଲ ଦେଖିବାକୁ ମିଳିଥିଲା । ସପ୍ତାହର ପ୍ରଥମ କାରବାର ଦିବସରେ ଆଜି ନିବେଶକଙ୍କୁ ଲାଗିଛି ଏକ ବଡ଼ ଝଟକା । ଆଜି ସେନସେକ୍ସରେ ୧୦୦୦ ଅଙ୍କ ପର୍ଯ୍ୟନ୍ତ ଡାଉନ ଫଲ୍ ଦେଖିବାକୁ ମିଳିଥିଲା । ତେବେ ପରବର୍ତ୍ତୀ ସମୟରେ ଶାନଦାର ରିକଭରୀ ହେବା ସହ ଶେଷରେ ତାହା ୫୦୦ ଅଙ୍କରେ ବନ୍ଦ ହୋଇଥିଲା । ତେବେ ଶେୟାର ମାର୍କେଟରେ ଦେଖାଦେଇଥିବା ଏହି ତଳ-ଉପର ସ୍ଥିତି ପାଇଁ ଆଜି ନିବେଶକମାନେ ହଜାର ହଜାର କୋଟି ଟଙ୍କା କ୍ଷତି ସହିବାକୁ ବାଧ୍ୟ ହୋଇଥିଲେ ।

ସୂଚନା ମୁତାବକ, ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ସେନସେକ୍ସ ୫୨୦.୨୫ ଅଙ୍କ ହ୍ରାସ ଘଟି ହୋଇ ୫୯,୯୧୦.୭୫ ଅଙ୍କରେ ବନ୍ଦ ହୋଇଥିଲା । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ନିଫ୍ଟୀ ୧୨୧.୧୫ ଅଙ୍କ ଡାଉନ୍ ହୋଇ ୧୭,୭୦୬.୮୫ ଅଙ୍କରେ ବନ୍ଦ ହୋଇଥିଲା । ଆଜି ଶେୟାର ବଜାରରେ ଇନଫୋସିସିର ସ୍ଥିତି ଅତ୍ୟନ୍ତ ଖରାପ ରହିଥିଲା । କମ୍ପାନୀର ଶେୟାରରେ ୧୫ ପ୍ରତିଶତ ହ୍ରାସ ଘଟିଥିଲା । ଫଳରେ ନିବେଶକଙ୍କୁ ପାଖାପାଖି ୫୮ ପ୍ରତିଶତ ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା ।

ଆଜି ଶେୟାର ମାର୍କେଟ ଖୋଲିବା ସମୟରେ ଇନଫୋସିସର ମାର୍କେଟ କ୍ୟାପ ୫,୮୧,୨୮୦ କୋଟି ଟଙ୍କା ରହିଥିଲା । ମାତ୍ର ବଜାର ବନ୍ଦ ହେବା ସମୟରେ ତାହା ୫,୨୨,୭୧୮ କୋଟି ଟଙ୍କାକୁ ଖସି ଆସିଥିଲା । ଫଳରେ ଗୋଟିଏ ଦିନରେ ନିବେଶକମାନେ ୫୮ ହଜାର କୋଟି ଟଙ୍କାର ଝଟକା ସହିଥିଲେ । ଏହା ପୂର୍ବରୁ ଗତ ଗୁରୁବାର ଦିନ ବିଏସଇର ମାର୍କେଟ କ୍ୟାପିଟାଲାଇଜେସନ ୨,୬୫,୯୩,୮୮୯ କୋଟିରୁ ୨,୬୪,୬୦,୨୧୪ କୋଟିକୁ ହ୍ରାସ ପାଇଥିଲା ।

Get real time updates directly on you device, subscribe now.