fbpx
BSKY
BJD MC SKY
BJD MS SKY

AAP ନେତା ଗିରଫ: ଭାଜପା ବିରୋଧୀ ବୟାନ ମହଙ୍ଗା ପଡ଼ିଲା, ରାଷ୍ଟ୍ରୀୟ ପାର୍ଟିକୁ ଲାଗିଲା ପୁଣି ବଡ଼ ଝଟକା

ନୂଆଦିଲ୍ଲୀ: ସାରା ଦେଶର ନିର୍ବାଚନୀ ବାତାବରଣ ଏକ ସରଗରମ୍ ରହିଥିବା ବେଳେ ଏହି ସମୟରେ ଆମ ଆଦମୀ ପାର୍ଟି (ଆପ) ପାଇଁ କଠିନ ସମୟ ଚାଲିଛି । ପୂର୍ବରୁ ଆପର ଦୁଇ ଜଣ ବରିଷ୍ଠ ନେତା ସତ୍ୟେନ୍ଦ୍ର ଜୈନ ଓ ମନୀଷ ସିସୋଦିଆ ଯଥାକ୍ରମେ କେନ୍ଦ୍ରୀୟ ଏଜେନ୍ସି ଇଡି ଓ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲରେ ରହିଛନ୍ତି । ଗତକାଲି ଆପର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସିବିଆଇ ୮ ଘଣ୍ଟା ଧରି ପଚରାଉଚରା କରିଥିଲା ।

ତେବେ ଏହା ମଧ୍ୟରେ ଆପକୁ ଲାଗିଛି ପୁଣି ଏକ ବଡ଼ ଝଟକା । ସୂଚନା ମୁତାବକ, ଆପଣ ଆଉ ଜଣେ ନେତାଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଛି । ଫଳରେ ଗୁଜରାଟରେ ଆପ ପାଇଁ ମୁସ୍କିଲ ବଢ଼ିବାରେ ଲାଗିଛି । ଦଳର ପୂର୍ବତନ ରାଜ୍ୟ ଅଧ୍ୟକ୍ଷ ଗୋପାଲ ଇଟାଲିଆଙ୍କୁ ସୂରତ ପୋଲିସର କ୍ରାଇମ ବ୍ରାଞ୍ଚ ନିଜ ହେପାଜତକୁ ନେଇଛି । ବିବାଦୀୟ ବୟାନ ଆଧାରରେ ଗୋପାଳଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଉଛି ।

ଏହି ବିବାଦୀୟ ବୟାନ ମାମଲାରେ ପୂର୍ବରୁ ଗୋପାଲଙ୍କ ନାମରେ କେସ ଦାୟର କରାଯାଇଥିଲା । ଗତ ବର୍ଷ ସେପ୍ଟେମ୍ବର ମାସରେ ଗୋପାଲ ଗୁଜରାଟର ଗୃହମନ୍ତ୍ରୀ ହର୍ଷ ସାଙ୍ଘବୀ ଓ ଗୁଜରାଟ ଭାଜପା ପ୍ରମୁଖ ସି.ଆର ପାଲିଟିଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ । ଉକ୍ତ ଘଟଣା ପରେ ପୋଲିସ ଗୋପାଲଙ୍କ ବିରୋଧରେ ମାମଲା ଦାୟର କରିଥିଲା । ହର୍ଷଙ୍କୁ ‘ଡ୍ରଗ୍ସ ସାଙ୍ଘବୀ’ ଓ ପାଟିଲଙ୍କୁ ‘ପୂର୍ବ ଶରାବ ତସ୍କର’ ବୋଲି ଗୋପାଲ କହିଥିବା ଏକ ଭାଇରାଲ ଭିଡିଓରୁ ଜଣାପଡ଼ିଥିଲା ।

Get real time updates directly on you device, subscribe now.