fbpx
BJD SKY
BJD SKY

କମିଶନରେଟ ପୋଲିସର ସିକ୍ୟୁରିଟି ଡିଭିଜନ ହେଲା କାର୍ଯ୍ୟକ୍ଷମ: ଜି-୨୦ରେ ସୁରକ୍ଷା ଦାୟିତ୍ୱ

BJD

ଭୁବନେଶ୍ୱର: ଆଜି ଓଡିଶା ପୋଲିସ ଡିପାର୍ଟମେଣ୍ଟ ପାଇଁ ଏକ ଐତିହାସିକ ଦିନ । ରାଜ୍ୟ ସରକାରଙ୍କ ଅନୁମତି ପରେ ଆଜି କାର୍ଯ୍ୟକ୍ଷମ ହୋଇଛି କମିସନରେଟ ପୋଲିସର ସିକ୍ୟୁରିଟି ଡିଭିଜନ୍ । ପୂର୍ବରୁ କମିଶନରେଟ ଅଧୀନରେ ଏକ ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ ଥିବା ବେଳେ ଟ୍ୱିନ ସିଟିର ସୁରକ୍ଷାକୁ ନେଇ ଚିନ୍ତା ଲାଗି ରହିଥିଲା । ତେବେ ଏହି ବ୍ୟବସ୍ଥାକୁ ଆହୁରି ଶାଣିତ କରିବା ପାଇଁ ଏକ ପ୍ରସ୍ତାବ ଦିଆଯାଇଥିଲା, ଯାହାକୁ ରାଜ୍ୟ ସରକାର ମୋହର ମାରିଛନ୍ତି ।

ରାଜ୍ୟ ସରକାରଙ୍କ ଗ୍ରୀନ ସିଗନାଲ ପରେ ଆଜି କମିଶନରେଟ ପୋଲିସର ସିକ୍ୟୁରିଟି ଡିଭିଜନକୁ ଶୁଭାରମ୍ଭ କରିଛନ୍ତି କମିଶନର ସୌମେନ୍ଦ୍ର ପ୍ରିଦର୍ଶୀ । ସେ କହିଛନ୍ତି ଯେ, ଏହି ଡିଭିଜନରୁ ଜରୁରୀକାଳୀନ ପ୍ରତିକ୍ରିୟା ଉପରେ ମନିଟର କରାଯିବ । ଗୁଇନ୍ଦା ନିର୍ଦ୍ଦେଶକଙ୍କ ଅଧୀନରେ ସାରା ରାଜ୍ୟରେ ରହିଛି ସିକ୍ୟୁରିଟି ୱିଙ୍ଗ । ସେହିପରି ପୋଲିସ କମିଶନର ଏହି ସିକ୍ୟୁରିଟି ଡିଭିଜନର ଅଧିକାରୀ ରହିବେ । ଭୁବନେଶ୍ୱରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ବିଶିଷ୍ଟ ବ୍ୟକ୍ତି ତଥା ଭିଆଇପି, ଭିଭିଆଇପି ଭ୍ରମଣ ପାଇଁ ଆସୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସେବାର ଶୁଭାରମ୍ଭ କରାଯାଇଛି । ସେମାନଙ୍କ ଯାତାୟତ ଏହି ଡିଭିଜନରୁ କଣ୍ଟ୍ରୋଲ କରାଯିବ ବୋଲି କହିଛନ୍ତି କମିଶନର ।

ଜଣେ କମାଣ୍ଡାଣ୍ଟକୁ ଏହି ଡିଭିନର ଦାୟିତ୍ୱ ଦିଆଯିବ ଏବଂ ଏହା ଇଣ୍ଟେଲିଜେନ୍ସ ୱିଙ୍ଗ ସହ ସମ୍ପର୍କରେ ରହିବ । ତେବେ ଜି-୨୦ ସମ୍ମିଳନୀକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ଏହା ଓଡିଶା ପାଇଁ ଏକ ଗୌରବର ଅବସର ଏବଂ ରାଜ୍ୟ ଇତିହାସର ସ୍ମରଣୀୟ ମୁହୂର୍ତ୍ତ ବୋଲି କହିଛନ୍ତି କମିଶନର । ତେଣୁ ଏଥିରେ ସାମିଲ ହେବାକୁ ଥିବା ଭିଆଇପି, ଭିଭିଆଇପିଙ୍କ ସୁରକ୍ଷାକୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ପ୍ରକାଶ କରିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ ।

Get real time updates directly on you device, subscribe now.