fbpx
BSKY
BJD SHG SKY
BJD YOUTH SKY

ରାଜ୍ୟରେ ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ‘Uniform Research Policy’: ସମସ୍ତ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷାର ବିକାଶ ସହିତ ଶିକ୍ଷାର୍ଥୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବଦା ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟରେ ଏକକ ପୋଷ୍ଟ ଗ୍ରାଜୁଏଟ ପ୍ରବେଶିକା ପରୀକ୍ଷାର ସଫଳତା ପରେ ଏବେ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ଗ୍ରହଣ ଗ୍ରହଣ କରିବାକୁ ଯାଉଛନ୍ତି । ଚଳିତ ଶିକ୍ଷା ବର୍ଷରୁ ରାଜ୍ୟରେ ଏକକ ଗବେଷଣା ନୀତି ବା ୟୁନିର୍ଫମ ରିସର୍ଚ୍ଚ ପଲିସି ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସୂଚନା ମୁତାବକ, ଏକକ ଗବେଷଣା ନୀତି ଲାଗୁ କରିବା ପାଇଁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଏହି ଏକକ ଗବେଷଣା ନୀତି କାର୍ଯ୍ୟକାରୀ କରାଯିବ । ସେଥିପାଇଁ ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ (ଓଏସଏଚଇସି) ପକ୍ଷରୁ ଚିଠା ଗବେଷଣା ନୀତି ଓ ପଦ୍ଧତି ପ୍ରସ୍ତୁତ କରାଯାଇଛି ।

ଏହି ନୀତି କାର୍ଯ୍ୟକାରୀ ହେବା ଫଳରେ ପି.ଏଚଡି ଓ ଡି.ଲିଟ ଭଳି ଗବେଷଣା ଉପରେ ଆଧାରିତ ଡିଗ୍ରୀ ପାଠ୍ୟକ୍ରମରେ ଏକ ସମୟରେ ଆଡମିଶନ କରାଯିବା ସହ ଏକ ସମୟରେ ପ୍ରବେଶିକା ପରୀକ୍ଷାର ଆୟୋଜନ କରାଯିବ । ଏହାଦ୍ୱାରା ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟରେ ଏକ ସମୟରେ ଗବେଷଣା ପାଠ୍ୟକ୍ରମରେ ନାମଲେଖା ହେବା ସହ କୋର୍ସର ସମୟସୀମା ମଧ୍ୟ ନିର୍ଦ୍ଧାରଣ କରାଯାଇ ପାରିବ ।

ଏବେ ରାଜ୍ୟରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଇଚ୍ଛା ମୁତାବକ ଗବେଷଣା ନୀତି କାର୍ଯ୍ୟକାରୀ ହେଉଛି । ଫଳରେ କେଉଁ ପିଲାକୁ ଡିଗ୍ରୀ ମିଳୁଛି ତ ଆଉ କାହାକୁ ଏଥିପାଇଁ ବର୍ଷ ବର୍ଷ ସମୟ ଲାଗି ଯାଉଛି । ଫଳରେ ଛାତ୍ରଛାତ୍ରୀଙ୍କର ସମୟ ଅଯଥାରେ ଅପଚୟ ହେବା ସହ ଗବେଷଣାର ସୁଫଳ ସେମାନେ ପାଇ ପାରୁନାହାନ୍ତି । ତେବେ ଏହି ନୂଆ ନୀତିରେ କେଉଁ ସମୟରେ ଥେସିସ ଦାଖଲ କରାଯିବ, କେଉଁ ସମୟରେ ପରୀକ୍ଷା ହେବ, କେଉଁ ସମୟରେ ପଞ୍ଜିକରଣ କରାଯିବ ସେନେଇ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି ।

Get real time updates directly on you device, subscribe now.