fbpx
BJD SKY
BJD SKY

ଛାତ୍ରଙ୍କ ସହ ଶାରୀରକ ସମ୍ପର୍କ ସ୍ଥାପନ କଲେ ୬ ଜଣ ଶିକ୍ଷୟିତ୍ରୀ: ଶେଷରେ ଧରାପଡ଼ିଲେ ଓ ଗିରଫ ହେଲେ

BJD

ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ ଏପରି କିଛି ଅଜବ ତଥା ଅସାମାଜିକ ଘଟଣା ଘଟିଥାଏ ଯାହାଦ୍ୱାରା ଆମର ମୁଣ୍ଡ ଲଜ୍ଜ୍ୟାରେ ତଳକୁ ହୋଇଯାଇଥାଏ । ବିଶେଷ କରି ଛୋଟ ପିଲାଙ୍କୁ ନେଇ ଘଟୁଥିବା କିଛି ଯୌନ କାର୍ଯ୍ୟକଳାପ ସଭ୍ୟ ସମାଜ ପାଇଁ ଏକ କଳଙ୍କ । ତେବେ କିଛି ଶିକ୍ଷୟିତ୍ରୀ ନିଜ ଛାତ୍ରମାନଙ୍କ ସହିତ ଯୌନ ସମ୍ପର୍କ ସ୍ଥାପନ କରିବାକୁ ବି ପଛାଇ ନାହାନ୍ତି । ଏହି କାରନାମା ପାଇଁ ଶେଷରେ ସମସ୍ତ ଶିକ୍ଷୟିତ୍ରୀଙ୍କୁ ଜେଲ କୋଠରୀ ଦେଖିବାକୁ ପଡ଼ିଛି ।

ସୂଚନା ମୁତାବକ, ଆମେରିକାରେ ଏପରି କିଛି ଅସଭ୍ୟ ଘଟଣା ଦେଖିବାକୁ ମିଳିଛି । ମାତ୍ର ଦୁଇ ଦିନ ମଧ୍ୟରେ ଏପରି ସମାନ ଘଟଣାରେ ୬ ଜଣ ଶିକ୍ଷୟିତ୍ରୀ ଗିରଫ ହୋଇଛନ୍ତି । ୩୮ ବର୍ଷୀୟା ଜଣେ ଶିକ୍ଷୟିତ୍ରୀ ଦୁଇଜଣ ନାବାଳକଙ୍କ ସହ ତିନିଥର ଲେଖାଏଁ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଜଣାପଡ଼ିଛି । ତେବେ ଏନେଇ ଅଭିଯୋଗ ଆସିବା ପରେ ଉକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ରେପ୍ ମାମଲା ଦାୟର କରାଯାଇଛି । ଉକ୍ତ ଶିକ୍ଷୟିତ୍ରୀ ଜଣଙ୍କ ଏକ ଏଲିମେଣ୍ଟାରୀ ସ୍କୁଲରେ କାର୍ଯ୍ୟରତ ଥିବା ସମୟରେ ଏହି ସବୁ ହରକତ କରିଥିଲେ । ସମାନ ଅଭିଯୋଗରେ ଜଣେ ୨୬ ବର୍ଷୀୟା ଶିକ୍ଷୟିତ୍ରୀ ମଧ୍ୟ ଗିରଫ ହୋଇଛନ୍ତି ।

ସେହିପରି ୩୬ ବର୍ଷୀୟା ଜଣେ ହାଇସ୍କୁଲ ଶିକ୍ଷୟିତ୍ରୀ ଜଣେ ଛାତ୍ରଙ୍କ ସହ ୫ ଥର ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗ ହୋଇଛି । ଅନୁରୂପ ଭାବେ ୩୩ ବର୍ଷୀୟ ଜଣେ ଶିକ୍ଷୟିତ୍ରୀ ମାସାଧିକ କାଳ ଜଣେ ଛାତ୍ରଙ୍କ ସହ ଯୌନ ସମ୍ପର୍କ ରକ୍ଷା କରିଥିଲେ । ଅନ୍ୟ ଘଟଣାକ୍ରମେ, ଜଣେ ୧୫ ବର୍ଷୀୟ ଛାତ୍ର ଓ ଆଉ ଜଣେ ୧୭ ବର୍ଷୀୟ ନାବାଳକଙ୍କ ସହ ଅବୈଧ ଭାବେ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗରେ ଦୁଇ ଶିକ୍ଷୟିତ୍ରୀଙ୍କୁ ପୋଲିସ ଗିରଫ କରିଛି । ତେବେ ଛାତ୍ରଙ୍କ ସହ ଯୌନ ସମ୍ପର୍କ ରକ୍ଷା କରିବା ମାମଲାରେ ୬ ଜଣ ଶିକ୍ଷୟିତ୍ରୀଙ୍କୁ ଗିରଫ ହୋଇଛନ୍ତି ।

Get real time updates directly on you device, subscribe now.