fbpx

Cancer ଚିକିତ୍ସାରେ TATA Institute କୁ ବଡ଼ ସଫଳତା: ୧୦୦ ଟଙ୍କାରେ ମିଳିବ କ୍ୟାନସରର ବଟିକା

ମୁମ୍ବାଇ: ଦେଶର ପ୍ରମୁଖ କ୍ୟାନ୍ସର ଗବେଷଣା ଏବଂ ଚିକିତ୍ସା ପ୍ରଦାନକାରୀ ସଂସ୍ଥା ଟାଟା ଇନଷ୍ଟିଚ୍ୟୁଟ ଏକ ବଡ଼ ସଫଳତା ହାସଲ କରିଛି । ଏକ ଚିକିତ୍ସା ବଳରେ କ୍ୟାନ୍ସରକୁ ଗାଏବ କରିପାରିବ ବୋଲି ସଂସ୍ଥା ପକ୍ଷରୁ ଦାବି ହୋଇଛି । ଏହି ଚିକିତ୍ସା ପରେ ଜଣେ ରୋଗୀ ଦ୍ୱିତୀୟ ଥର ପାଇଁ କ୍ୟାନ୍ସରରେ ପୀଡ଼ିତ ହେବେ ନାହିଁ ବୋଲି ଦାବି କରିଛି ସଂସ୍ଥା । ୧୦ ବର୍ଷ ଗବେଷଣା ପରେ ବର୍ତ୍ତମାନ ଏକ ଟାବ୍ଲେଟ ପ୍ରସ୍ତୁୂତ କରିଛନ୍ତି ଏଠାକାର ଗବେଷକ ଏବଂ ଡାକ୍ତରୀ ଦଳ । ଏହି ଟାବ୍ଲେଟ କ୍ୟାନ୍ସରରେ ପୁନର୍ବାର ଆକ୍ରାନ୍ତ ହେବା ଆଶଙ୍କାକୁ ଦୂର କରିପାରେ ବୋଲି କୁହାଯାଇଛି । ଏହାଦ୍ୱାରା ରେଡିଏସନ୍ ଏବଂ କେମୋଥେରାପୀ ଭଳି ଚିକିତ୍ସାର ସାଇଡ ଇଫେକ୍ଟକୁ ମଧ୍ୟ କମ୍ କରିଥାଏ ।

ଟାଟା ମେରୋରିଆଲ ହସ୍ପିଟାଲର ବରିଷ୍ଠ କ୍ୟାନ୍ସର ସର୍ଜନ ଡା. ରାଜେନ୍ଦ୍ର ବାଡଭେ କହିଛନ୍ତି ଯେ, ମଣିଷ ଦେହରେ ଥିବା କ୍ୟାନ୍ସର କୋଶକୁ ରିସର୍ଚ୍ଚ ପାଇଁ ମୂଷା ଶରୀରରେ ରଖାଯାଥିଲା । ଏହା ସେମାନଙ୍କ ଦେହରେ ଏକ ଟ୍ୟୁମରର ରୂପ ନେଇ୍ଥିଲା । ଏହାପରେ ସେମାନଙକୁ ପ୍ରଥମେ ରେଡିଏସନ୍ ଥେରାପି, କେମୋଥେରାପି ସହ ସର୍ଜରୀ ଇତ୍ୟାଦି ଚିକିତ୍ସା ଯୋଗାଇ ଦିଆ ଯାଇଥିଲା । ତେବେ କ୍ୟାନ୍ସର ସେଲର ମୃତ୍ୟୁ ହେବା ପରେ ଏହା ‘କ୍ରୋମାଟିନ୍ ପର୍ଟିକଲ’ରେ ଭାଙ୍ଗି ଶରୀରରେ ରକ୍ତପ୍ରବାହ ସହିତଏହି ପାର୍ଟିକଲ ମଧ୍ୟ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗକୁ ପ୍ରଭାବିତ କରିଥାଏ । ସୁସ୍ଥ ଅଙ୍ଗର ସଂସ୍ପର୍ଶରେ ଆସିଲେ ଏହି ସେଲଗୁଡ଼ିକ ସେମାନଙ୍କୁ ମଧ୍ୟ କ୍ୟାନ୍ସରର ଅନ୍ତର୍ଭୂକ୍ତ କରିଥିଏ ବୋଲି ଏହି ରିସର୍ଚ୍ଚରୁ ଜାରିବାକୁ ମିଳିଛି ।

ଟାଟା ମେମୋରିଆଲ୍ ସେଣ୍ଟର (TMC) ଏହି ରିସର୍ଚ୍ଚରେ କହିଛି ଯେ, ମୃତ୍ୟୁବରଣ କରୁଥିବା କ୍ୟାନ୍ସର ସେଲଗୁଡ଼ିକ କୋଷମୁକ୍ତ କ୍ରୋମାଟିନ୍ କଣିକା (cfChPs, କିମ୍ବା କ୍ରୋମୋଜୋମର ଖଣ୍ଡ) ଯାହା ସୁସ୍ଥ କୋଷକୁ ଆକ୍ରାନ୍ତ କରିପାରେ । ଏହାବ୍ୟତୀତ କିଛି cfChPs ସୁସ୍ଥ କ୍ରୋମୋଜୋମକୁ ପ୍ରଭାବିତ କରି ନୂଆ ଟ୍ୟୁମର୍ ମଧ୍ୟ ସୃଷ୍ଟି କରିପାରେ । ଏହି ସମସ୍ୟାର ସମାଧାନ ଖୋଜିବା ପାଇଁ ଡାକ୍ତରମାନେ ରେସଭେରାଟ୍ରୋଲ ସହିତ ପ୍ରୋ-ଅକ୍ସିଡାଣ୍ଟ ଟାବଲେଟ୍ ଏବଂ ମୂଷାମାନଙ୍କୁ Copper (R+Cu) ” ଦିଆ ଯାଇଥିବା କହିଛନ୍ତି ଡା. ବାଡଭେ । R+Cu ଅକ୍ସିଜେନ୍ ରେଡିକାଲ ସୃଷ୍ଟି କରେ, ଯାହା କ୍ରୋମାଟିନ୍ କଣିକା ନଷ୍ଟ କରିଥାଏ । ଗବେଷକମାନେ ଏହାକୁ ପ୍ରେଜେଣ୍ଟେସନକୁ ‘ମ୍ୟାଜିକ ଅଫ୍ R+Cu’ ବୋଲି କହିଛନ୍ତି ।

ଏହି ଟାବ୍ଲେଟ କ୍ୟାନ୍ସର ଚିକିତ୍ସା ଥେରାପିର ସାଇଡ ଇଫେକ୍ଟକୁ ପ୍ରାୟ ୫୦% କମ୍ କରିଥାଏ ବୋଲି ମଧ୍ୟ ଦାବି ହୋଇଛି । ଏହାସହିତ ଦ୍ୱିତୀୟ ଥର କ୍ୟାନ୍ସରରେ ପୀଡ଼ିତ ହେବାର ଆଶଙ୍କା ମଧ୍ୟ ପ୍ରାୟ ୩୦% ହ୍ରାସ କରିଥାଏ ଏହି ଟାବ୍ଲେଟ । ଦୀର୍ଘ ୧୦ ବର୍ଷ ଧରି ଏହା ଉପରେ ଗବେଷଣା ଜାରି ରଖିଛନ୍ତି ଡାକ୍ତରୀ ଟିମ୍ । ତେବେ ବର୍ତ୍ତମାନ ନିକଟରୁ ଟାବ୍ଲେଟକୁ ଅନୁମୋଦନ ପାଇଁ ଅପେକ୍ଷା ରହିଛି । ଅନୁମୋଦନ ମିଳିପାରିଲେ, ଆସନ୍ତା ଜୁନ୍-ଜୁଲାଇ ମାସରୁ ଏହା ବଜାରରେ ଉପଲବ୍ଧ ହୋଇପାରିବ । ଏହି ଟାବ୍ଲେଟ କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଡା. ରାଜେନ୍ଦ୍ର । ରୋଗୀ କ୍ୟାନ୍ସରରୁ ମୁକ୍ତ ହେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ଟାବ୍ଲେଟର ମୂଲ୍ୟ ମାତ୍ର ୧୦୦ ଟଙ୍କା ରହିବ । ପ୍ରତ୍ୟେକ ସ୍ଥାନରେ ମାତ୍ର ୧୦୦ ଟଙ୍କାରେ କ୍ୟାନ୍ସରର ବଡ଼ ଚିକିତ୍ସା ପାଇପାରିବେ ସାଧାରଣ ଲୋକେ ।

Get real time updates directly on you device, subscribe now.